ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.45.0-wmf.3 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଅବକାଶଚିନ୍ତା/କବିତା 0 1626 58884 58857 2025-06-03T08:47:56Z ବାଦଲ ପ୍ରଧାନ 2871 58884 wikitext text/x-wiki {{header | title = ଅବକାଶଚିନ୍ତା | author = ଗୋପବନ୍ଧୁ ଦାସ | translator = | section = କବିତା | previous = [[ଅବକାଶଚିନ୍ତା/ବାଣୀ|ବାଣୀ]] | next = [[ଅବକାଶଚିନ୍ତା/ଶମ୍ଭୁକର ବାଜପେୟୀ|ଶମ୍ଭୁକର ବାଜପେୟୀ]] | year = | notes = }} <center> <poem> କି ମୋହର ବେଶ ତୋର ହେ ସୁର-ସୁନ୍ଦର! କିଏସେ ଏପରି ଅଛି ଅହୃଦୟ ଜନ , ତୋତେ ଦେଖି ନ ଯାଏ ଯା ଦୁଃଖ ଅପସରି, ଆହ୍ଲାଦ-ଅମୃତେ ନୁହେ ପରିପ୍ଲୁତ ମନ ? ଶୁଦ୍ଧ ସରଳତା ତୋର ବାହ୍ୟ ଆଭରଣ, ଦିବ୍ୟ ରସମୟ ଭାବେ ଅନ୍ତର ପୂରିତ, ବାହ୍ୟ ଦୃଶ୍ୟେ ବିମୋହିତ ଜନ ସାଧାରଣ, ଅନ୍ତର ରସେ ମଗନ କେବଳ ପଣ୍ଡିତ ୤ ପ୍ରକୃତିର ବିଚିତ୍ରତା ତୋ ପବିତ୍ର ଅଙ୍ଗେ, ନାନାବିଧ ମାନବର ବିଭିନ୍ନ ସ୍ବଭାବ, ହୋଇଣ ପ୍ରତିଫଳିତ ଆହା କେଡେ ରଙ୍ଗେ! ଉପୁଜାଏ ହୃଦ-କ୍ଷେନ୍ତ୍ରେ ନବ ନବ ଭାବ ୤ ବିବେକ-ସଙ୍ଗିନୀ ଧନୀ କଳ୍ପନା-ସୁନ୍ଦରୀ ଜ୍ଞାନଦାତ୍ରୀ ସଦାଶୟା ଭାବନା ସଙ୍ଗତେ, ନିବସନ୍ତି ବେନି ପଶେ ବେନି କର ଧରି ଅନୁଗତ ପରିକରୀ ପରାୟେ ନିରତେ। ରଜୋଗୁଣମୟୀ ଦେବୀ ବାଣୀ ସ୍ବରୂପିଣୀ, ନାନା ଭାବେ ନାନା ସ୍ଥାନେ ହୁଏ ତୋ ପ୍ରକାଶ, ଏ ମୂଢ ଅଜ୍ଞାନେ ଦୟା କର ଗୋ ଭାବିନି, ପ୍ରକାଶୁ ଏ ପ୍ରାଣେ ପୁଣ୍ୟ ମଧୁର ଉଚ୍ଛ୍ବାସ। </poem> <center> qjiima72eobxys0v3t7h5qj6fqlxi9v ଅବକାଶଚିନ୍ତା/ଶିବରାତ୍ରି 0 2032 58882 21541 2025-06-03T04:53:13Z ବାଦଲ ପ୍ରଧାନ 2871 58882 wikitext text/x-wiki {{header | title = ଅବକାଶଚିନ୍ତା | author = ଗୋପବନ୍ଧୁ ଦାସ | translator = | section = ଶିବରାତ୍ରି | previous = [[ଅବକାଶଚିନ୍ତା/ଅନାଥା କଳିକା|ଅନାଥା କଳିକା]] | next = [[ଅବକାଶଚିନ୍ତା/ପଥିକ | ପଥିକ]] | year = | notes = }} <center> <poem> କରିଅଛି ଉପବାସ ପୂଜିବି ଶଙ୍କର, ଜାଗର ଜାଳିଣ ହେବି ନିଶି ଉଜାଗର । କାହିଁ ଗଲେ ଦେଖିବି ସେ ସତ୍ୟ ଶିବ ରୂପ, ନାଶିବି କି ଦୀପ ଜାଳି ଘୋର ତମ ସ୍ତୂପ? ଉଜାଗର ରହିବାକୁ କାହିଁ ମୋର ବଳ, କି ଦ୍ରବ୍ୟେ ପୂଜିବି ଅବା ସେ ପଦଯୂଗଳ? ଏ ଜଡ ଜଗତେ କାହିଁ ଚିଦାନନ୍ଦ ତନୁ, ବାହ୍ୟାଲୋକେ ଅନ୍ଧକାର ଯିବା କାହିଁ ମନୁ? ରାତିକର ଉଜାଗରେ କିସ ପ୍ରୟୋଜନ? ନିଦ୍ରାବିମୋହିତ ମୋର ସମସ୍ତ ଜୀବନ! କାହିଁ ପାରିଜାତ କାହିଁ ଜାହ୍ନବୀର ଜଳ, କାହିଁ ବା ଅମର ଧାମ ହେମ ଶତଦଳ । ଉପକରଣର ଲେଶ ନାହିଁ ଯେବେ ଭବେ, ବ୍ରତ ଅନୁଷ୍ଠାନ କାହୁଁ କରିବେ ମାନବେ? ସନ୍ଦେହେ ବ୍ୟାକୁଳ ଏ ମୋ ଦୁର୍ବଳ ପରାଣ, ନିରାଶ ବିଷାଦେ ଏବେ ମଗ୍ନ ମୋର ଜ୍ଞାନ । ଅଶାନ୍ତି ଆବେଗେ ହୃଦ ହୁଏ ଆଲୋଡିତ, ଘୋର ଅବିଶ୍ବାସ ତମେ ଚିତ୍ତ ବିଜଡିତ । ପ୍ରକୃତିର ଚାରୁବେଶ ନ ଦେଖେ ନୟନ, ଭୀମ ମରୁ ସମ ଲାଗେ ସମସ୍ତ ଭୂବନ । ଅନ୍ତରୁ ନୀରବେ ଏବେ ହେଲା ଦିବ୍ୟବାଣୀ, କିମ୍ପା ଅବିଶ୍ବାସେ ଜଡ଼ ହେଉ ମୂଢ଼ ପ୍ରାଣୀ । ଜଡ଼ ବୋଲି ଯାହା ତୋତେ ହିଅଇ ପ୍ରତିତ, ନ ଜାଣୁ ତହିଁ କି ଶକ୍ତି ରହିଛି ନିହିତ । ଶକ୍ତି ବିନା ସତ୍ତା କେବେ ନୁହଇ ସମ୍ଭବ, ତେଣୁ ସଦା ଶିବମୟ ଦେଖ ସର୍ବ ଭବ । ଦୂର ଦେବାଳୟେ ଯିବା ନାହିଁ ପ୍ରୟୋଜନ, ନିଜ ଅଭ୍ୟନ୍ତର ଦେଖ ଫେଡିଣ ନୟନ । ହୃଦ-କପିଳାସେ ତୋର ବହେ ପ୍ରେମ-ଝର, ବିଜେ କରିଛନ୍ତି ତହିଁ ସ୍ବୟମ୍ଭୂ ଶଙ୍କର; ଶୁଚିମନ୍ତ ହୋଇ ନିତି ଜ୍ଞାନ-ଦୀପ ଜାଳି, ଶୁଦ୍ଦ-ଭକ୍ତି-ରସ ଦିଅ ସେ ଶ୍ରୀପଦେ ଢ଼ାଳି । ଉଜାଗର ରହି କର ତାଙ୍କ ପ୍ରିୟ କର୍ମ, ପାଇବାକୁ ବାଞ୍ଛା ଯେବେ ଶିବରାତ୍ରି-ଧର୍ମ । ସମସ୍ତ ଜୀବନ କର ଏକ ଶିବରାତ୍ରି, ଅନ୍ଧାରେ ନ ହୁଡ଼ ପଥ ହେ ସ୍ବରଗ-ଯାତ୍ରି । </poem> </center> dluuxosaxlm7bft0upvz0x962eqlnb6 58883 58882 2025-06-03T08:11:58Z ବାଦଲ ପ୍ରଧାନ 2871 58883 wikitext text/x-wiki {{header | title = ଅବକାଶଚିନ୍ତା | author = ଗୋପବନ୍ଧୁ ଦାସ | translator = | section = ଶିବରାତ୍ରି | previous = [[ଅବକାଶଚିନ୍ତା/ଅନାଥା କଳିକା|ଅନାଥା କଳିକା]] | next = [[ଅବକାଶଚିନ୍ତା/ପଥିକ | ପଥିକ]] | year = | notes = }} <center> <poem> କରିଅଛି ଉପବାସ ପୂଜିବି ଶଙ୍କର, ଜାଗର ଜାଳିଣ ହେବି ନିଶି ଉଜାଗର । କାହିଁ ଗଲେ ଦେଖିବି ସେ ସତ୍ୟ ଶିବ ରୂପ, ନାଶିବି କି ଦୀପ ଜାଳି ଘୋର ତମ ସ୍ତୂପ? ଉଜାଗର ରହିବାକୁ କାହିଁ ମୋର ବଳ, କି ଦ୍ରବ୍ୟେ ପୂଜିବି ଅବା ସେ ପଦଯୂଗଳ? ଏ ଜଡ ଜଗତେ କାହିଁ ଚିଦାନନ୍ଦ ତନୁ, ବାହ୍ୟାଲୋକେ ଅନ୍ଧକାର ଯିବା କାହିଁ ମନୁ? ରାତିକର ଉଜାଗରେ କିସ ପ୍ରୟୋଜନ? ନିଦ୍ରାବିମୋହିତ ମୋର ସମସ୍ତ ଜୀବନ! କାହିଁ ପାରିଜାତ କାହିଁ ଜାହ୍ନବୀର ଜଳ, କାହିଁ ବା ଅମର ଧାମ ହେମ ଶତଦଳ । ଉପକରଣର ଲେଶ ନାହିଁ ଯେବେ ଭବେ, ବ୍ରତ ଅନୁଷ୍ଠାନ କାହୁଁ କରିବେ ମାନବେ? ସନ୍ଦେହେ ବ୍ୟାକୁଳ ଏ ମୋ ଦୁର୍ବଳ ପରାଣ, ନିରାଶ ବିଷାଦେ ଏବେ ମଗ୍ନ ମୋର ଜ୍ଞାନ । ଅଶାନ୍ତି ଆବେଗେ ହୃଦ ହୁଏ ଆଲୋଡିତ, ଘୋର ଅବିଶ୍ବାସ ତମେ ଚିତ୍ତ ବିଜଡିତ । ପ୍ରକୃତିର ଚାରୁବେଶ ନ ଦେଖେ ନୟନ, ଭୀମ ମରୁ ସମ ଲାଗେ ସମସ୍ତ ଭୂବନ । ଅନ୍ତରୁ ନୀରବେ ଏବେ ହେଲା ଦିବ୍ୟବାଣୀ, କିମ୍ପା ଅବିଶ୍ବାସେ ଜଡ଼ ହେଉ ମୂଢ଼ ପ୍ରାଣୀ । ଜଡ଼ ବୋଲି ଯାହା ତୋତେ ହିଅଇ ପ୍ରତିତ, ନ ଜାଣୁ ତହିଁ କି ଶକ୍ତି ରହିଛି ନିହିତ । ଶକ୍ତି ବିନା ସତ୍ତା କେବେ ନୁହଇ ସମ୍ଭବ, ତେଣୁ ସଦା ଶିବମୟ ଦେଖ ସର୍ବ ଭବ । ଦୂର ଦେବାଳୟେ ଯିବା ନାହିଁ ପ୍ରୟୋଜନ, ନିଜ ଅଭ୍ୟନ୍ତର ଦେଖ ଫେଡିଣ ନୟନ । ହୃଦ-କପିଳାସେ ତୋର ବହେ ପ୍ରେମ-ଝର, ବିଜେ କରିଛନ୍ତି ତହିଁ ସ୍ବୟମ୍ଭୂ ଶଙ୍କର; ଶୁଚିମନ୍ତ ହୋଇ ନିତି ଜ୍ଞାନ-ଦୀପ ଜାଳି, ଶୁଦ୍ଧ-ଭକ୍ତି-ରସ ଦିଅ ସେ ଶ୍ରୀପଦେ ଢ଼ାଳି । ଉଜାଗର ରହି କର ତାଙ୍କ ପ୍ରିୟ କର୍ମ, ପାଇବାକୁ ବାଞ୍ଛା ଯେବେ ଶିବରାତ୍ରି-ଧର୍ମ । ସମସ୍ତ ଜୀବନ କର ଏକ ଶିବରାତ୍ରି, ଅନ୍ଧାରେ ନ ହୁଡ଼ ପଥ ହେ ସ୍ବରଗ-ଯାତ୍ରି । </poem> </center> mwp3i9okmioc3irstykrqyq6idgq0oz 58885 58883 2025-06-03T11:01:20Z ବାଦଲ ପ୍ରଧାନ 2871 58885 wikitext text/x-wiki {{header | title = ଅବକାଶଚିନ୍ତା | author = ଗୋପବନ୍ଧୁ ଦାସ | translator = | section = ଶିବରାତ୍ରି | previous = [[ଅବକାଶଚିନ୍ତା/ଅନାଥା କଳିକା|ଅନାଥା କଳିକା]] | next = [[ଅବକାଶଚିନ୍ତା/ପଥିକ | ପଥିକ]] | year = | notes = }} <center> <poem> କରିଅଛି ଉପବାସ ପୂଜିବି ଶଙ୍କର, ଜାଗର ଜାଳିଣ ହେବି ନିଶି ଉଜାଗର । କାହିଁ ଗଲେ ଦେଖିବି ସେ ସତ୍ୟ ଶିବ ରୂପ, ନାଶିବି କି ଦୀପ ଜାଳି ଘୋର ତମ ସ୍ତୂପ? ଉଜାଗର ରହିବାକୁ କାହିଁ ମୋର ବଳ, କି ଦ୍ରବ୍ୟେ ପୂଜିବି ଅବା ସେ ପଦଯୂଗଳ? ଏ ଜଡ ଜଗତେ କାହିଁ ଚିଦାନନ୍ଦ ତନୁ, ବାହ୍ୟାଲୋକେ ଅନ୍ଧକାର ଯିବା କାହିଁ ମନୁ? ରାତିକର ଉଜାଗରେ କିସ ପ୍ରୟୋଜନ? ନିଦ୍ରାବିମୋହିତ ମୋର ସମସ୍ତ ଜୀବନ! କାହିଁ ପାରିଜାତ କାହିଁ ଜାହ୍ନବୀର ଜଳ, କାହିଁ ବା ଅମର ଧାମ ହେମ ଶତଦଳ । ଉପକରଣର ଲେଶ ନାହିଁ ଯେବେ ଭବେ, ବ୍ରତ ଅନୁଷ୍ଠାନ କାହୁଁ କରିବେ ମାନବେ? ସନ୍ଦେହେ ବ୍ୟାକୁଳ ଏ ମୋ ଦୁର୍ବଳ ପରାଣ, ନିରାଶ ବିଷାଦେ ଏବେ ମଗ୍ନ ମୋର ଜ୍ଞାନ । ଅଶାନ୍ତି ଆବେଗେ ହୃଦ ହୁଏ ଆଲୋଡିତ, ଘୋର ଅବିଶ୍ବାସ ତମେ ଚିତ୍ତ ବିଜଡିତ । ପ୍ରକୃତିର ଚାରୁବେଶ ନ ଦେଖେ ନୟନ, ଭୀମ ମରୁ ସମ ଲାଗେ ସମସ୍ତ ଭୂବନ । ଅନ୍ତରୁ ନୀରବେ ଏବେ ହେଲା ଦିବ୍ୟବାଣୀ, କିମ୍ପା ଅବିଶ୍ବାସେ ଜଡ଼ ହେଉ ମୂଢ଼ ପ୍ରାଣୀ । ଜଡ଼ ବୋଲି ଯାହା ତୋତେ ହିଅଇ ପ୍ରତିତ, ନ ଜାଣୁ ତହିଁ କି ଶକ୍ତି ରହିଛି ନିହିତ । ଶକ୍ତି ବିନା ସତ୍ତା କେବେ ନୁହଇ ସମ୍ଭବ, ତେଣୁ ସଦା ଶିବମୟ ଦେଖ ସର୍ବ ଭବ । ଦୂର ଦେବାଳୟେ ଯିବା ନାହିଁ ପ୍ରୟୋଜନ, ନିଜ ଅଭ୍ୟନ୍ତର ଦେଖ ଫେଡିଣ ନୟନ । ହୃଦ-କପିଳାସେ ତୋର ବହେ ପ୍ରେମ-ଝର, ବିଜେ କରିଛନ୍ତି ତହିଁ ସ୍ବୟମ୍ଭୂ ଶଙ୍କର; ଶୁଚିମନ୍ତ ହୋଇ ନିତି ଜ୍ଞାନ-ଦୀପ ଜାଳି, ଶୁଦ୍ଧ-ଭକ୍ତି-ରସ ଦିଅ ସେ ଶ୍ରୀପଦେ ଢ଼ାଳି । ଉଜାଗର ରହି କର ତାଙ୍କ ପ୍ରିୟ କର୍ମ, ପାଇବାକୁ ବାଞ୍ଛା ଯେବେ ଶିବରାତ୍ରି-ଧର୍ମ । ସମସ୍ତ ଜୀବନ କର ଏକ ଶିବରାତ୍ରି, ଅନ୍ଧାରେ ନ ହୁଡ଼ ପଥ ହେ ସ୍ବରଗ-ଯାତ୍ରୀ । </poem> </center> b0xy41qjkgpq9a94rtlwqczqgz4ht6o ପୃଷ୍ଠା:Biswash.pdf/୩୬ 250 12149 58868 58677 2025-06-02T15:37:41Z Ssgapu22 248 58868 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ବିଦ୍ୟାଳୟ ଗୋଟେ ଏମିତି ଏକ ମନ୍ଦିର ଯେଉଁଠି ସବୁ ଧର୍ମ, ସବୁ ଜାତି ଓ ବର୍ଣ୍ଣର ପିଲା ନିର୍ଦ୍ୱନ୍ଦରେ ଆସିଥାନ୍ତି । ଆଉ ଏହି ମନ୍ଦିରରୁ ଜ୍ଞାନ ଆହରଣ କରି କିଏ ଦେଶ ଗଢ଼ିବାରେ ଲାଗିଛି ତ ଆଉ କିଏ ସନ୍ତ୍ରାସବାଦୀ ହୋଇ ହିଂସାର କଳାବାଦଲ ହୋଇ ଗ୍ରାସିବାରେ ଲାଗିଛି ସମଗ୍ର ମାନବ ଜାତିକୁ । ସିଧା କଥାରେ କହିବାକୁ ଗଲେ ମଣିଷ ଭଲ କିମ୍ୱା ଖରାପ ହେବାକୁ ହେଲେ ମଧ୍ୟ ବିଦ୍ୟାଳୟ ଆସିବାକୁ ପଡ଼େ । ସେଦିନ ଥାଏ ୨୦୦୯ ମସିହା ଅପ୍ରେଲର ଅନ୍ତିମ ଅପରାହ୍ନ । ଧୀରେ ଧୀରେ ବୈଶାଖର ତାତି ବଢ଼ୁଥାଏ ଆଉ ତା’ସହ କୃଷ୍ଣଚୂଡ଼ାର ନାଲି ନାଲି ରଙ୍ଗ ସତେ ଯେମିତି ଖତେଇ ହେଉଥାଏ । ଦେହରେ ତାତିକୁ ମନରେ ତାତି, ଜୀବନରେ ଚାଲିଛି କ’ଣ? କିଛି ବୁଝା ପଡ଼ୁନଥାଏ । ନା ଓଠରେ ହସ ନା ଘରକୁ ଯିବାର ଖୁସି । ଉପସ୍ଥିତ ଥିବା ସବୁ ପିଲାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉଥାଏ । ଭାବି ପାରୁନଥାନ୍ତି କ’ଣ ସବୁ କରିବେ । ହଠାତ୍ ହରିହର ସାର୍ ହାତରେ ଖଣ୍ଡେ ବାଡ଼ି ଧରି ରୁମ୍ ଭିତରକୁ ପଶିଆସିଲେ ଆଉ କହିଲେ ସମସ୍ତେ ନିଜେ ନିଜର ଜିନିଷ ପତ୍ର ବ୍ୟାଗ୍‌ରେ ରଖିଦିଅ ଗାଡ଼ି ଆସିବା ସମୟ ହୋଇଗଲାଣି । ଠିକ୍‌ରେ ରଖିବ, କେହି କାହାରି ଜିନିଷ ଯେମିତି ନ ନିଅ । ମୁନା ତୋତେ ସ୍ପେସିଆଲି । ସବୁବେଳେ ମଳୟ ତୋ’ ନାଆଁରେ ଅଭିଯୋଗ ଆଣୁଛି । ଆଉ ତୋ’ ସାଙ୍ଗ ଲିପୁ, ଅମର ଗଲେ କୁଆଡ଼େ? ପ୍ରେମାଂଶୁ ବ୍ୟାଗରେ ଲୁଗା ରଖୁ ରଖୁ କହିଲା, “ସାର୍ ଅମର ଆଉ ଲିପୁ ଆରପାଖ ରୁମ୍‌ରେ ବସି କାନ୍ଦୁଛନ୍ତି ।” ମୁନା ହସିବାକୁ ଆରମ୍ଭ କରିଥିଲା କିନ୍ତୁ ସମସ୍ତଙ୍କ ନୀରବତା ଦେଖି ସେବି ଚୁପ ରହିଗଲା । କାହିଁକି ନା ଅମର ଆଉ ଲିପୁ କାନ୍ଦିବାର କାରଣ ସେ ନିଜେ; ପରୀକ୍ଷା ସାରି ରୁମ୍‌କୁ ଆସିବା ବାଟରେ ଧାଡ଼ି ଭାଙ୍ଗି ଅଙ୍ଗୁର ଆଣିବାକୁ ସେ ହିଁ ପଠାଇଥିଲା । ତା’ର ପରିଣତି ଯଦୁନ ସାରଙ୍କଠାରୁ ମାଡ଼ । ସାର୍ କିନ୍ତୁ ନୀରବରେ ରହିଗଲେ କିଛି କହିଲେ ନାହିଁ । ଅମର, ଲିପୁ ଆଉ ମୁନା ତିନି ଜଣକର ବନ୍ଧୁତା ଅଭଣା ସ୍କୁଲରେ ସମସ୍ତଙ୍କୁ<noinclude></noinclude> lsrp38tg5iq1se7lxuvhwjwj0gq0zdv ପୃଷ୍ଠା:Biswash.pdf/୩୭ 250 12150 58869 58679 2025-06-02T15:38:11Z Ssgapu22 248 58869 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଜଣା । ସବୁବେଳେ ସିନା ଝଗଡ଼ା କରନ୍ତି କିନ୍ତୁ କେହି କାହାରିକୁ ଛାଡ଼ି ଗୋଟାଏ ମୁହୂର୍ତ୍ତ ବି ରହିପାରନ୍ତି ନାହିଁ । ସବୁଦିନ ସ୍କୁଲ୍‌ରେ ଠିକ୍ ସମୟରେ ପହଞ୍ଚି ଯା’ନ୍ତି ସିନା କ୍ଲାସରେ କିନ୍ତୁ ହୋମ୍‌ୱାର୍କ କେବେବି କରିନଥାନ୍ତି । ଯଦି କେବେ କେହି ମାଡ଼ ଡରରେ ହୋମ୍‌ୱାର୍କ କରିଛି ନା ସେଦିନ ତା’ର ଅବସ୍ଥା ଖରାପ କରି ଦିଅନ୍ତି ଅନ୍ୟ ଦୁଇ ଜଣ । ଲିପୁ ବାପାଙ୍କ ପାଖରେ ବାହାନା କରି ପଇସା ଆଣେ, ଅମର ଛୁଟି ନେବାର ଯୋଜନା କରେ ଆଉ ମୁନା ସାର୍‌ଙ୍କ ପାଖରେ ମାଡ଼ ଖାଇବା ପାଇଁ ଛିଡ଼ା ହୋଇଯାଏ । ସବୁଠାରୁ ବଡ଼କଥା ହେଲା, ପ୍ରୋଗ୍ରେସ୍ ରିପୋଟ୍ ନିଜେ ନିଜେ ବାପାଙ୍କ ନାମ ଲେଖି ସାରଙ୍କୁ ଦେବାର କଳା ସ୍କୁଲରେ ଏହିମାନେ ଆରମ୍ଭ କରିଥିଲେ । ଜଣା ପଡ଼ିଲାନି କେତେବେଳେ ଏତେ ଗୁଡ଼ାଏ ସମୟ କେମିତି ଏତେ ସହଜରେ ସରିଗଲା । କ୍ଲାସରୁ କ୍ଲାସ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ୁ ଚଢ଼ୁ ଶେଷରେ ଦଶମ ଶ୍ରେଣୀର ଶେଷ ପରୀକ୍ଷା ବି ସରିଗଲା କିଛିବି ଜଣାପଡ଼ିଲା ନାହିଁ । ମନରେ ଅବଶୋଷ ଗୋଟିଏ, କେବେବି ସମସ୍ତେ ସାଙ୍ଗ ହୋଇ ସ୍କୁଲ୍ ଯାଇ ପାରିବା ନାହିଁ । ସମସ୍ତଙ୍କ ଆଖି ଛଳଛଳ ହୋଇଥିଲା । କ’ଣ ହେଲା କେଜାଣି ଅମର ଆଉ ଲିପୁକୁ ଧରି ମୁନା କାନ୍ଦିବାରେ ଲାଗିଲା । କାହିଁକି ନା ସେ ବୁଝି ପାରିଥିଲା ଏଇ ପରୀକ୍ଷାର କ୍ୟାମ୍ପ୍ ଛାଡ଼ିବା ପରେ କେବେ ବି ଆଉ ମିଶିପାରିବା ନାହିଁ । ସଞ୍ଜ ନଇଁବାରେ ଲାଗୁଥାଏ, କ୍ୟାମ୍ପ୍ ପାଖ ଚୁଲିର ନିଆଁ ସତେଜ୍ ଥାଏ । ଗାଡ଼ି ଆସି ଲାଗିଲା । କ୍ୟାମ୍ପ ଛାଡ଼ିବାକୁ ଇଚ୍ଛା ନଥିଲେ ବି ସେଦିନ ପରୀକ୍ଷାର କ୍ୟାମ୍ପ୍ ଛାଡ଼ିଥିଲେ ମୁନା, ଅମର, ଲିପୁ ଆଉ ଅନ୍ୟମାନେ । ଆଉ ଏତିକିରେ ସରିଥିଲା ସ୍କୁଲ୍ ଜୀବନ । * * *<noinclude></noinclude> 896r4jbl1385up3r1v3nv1ujzwmntxz ପୃଷ୍ଠା:Biswash.pdf/୩୯ 250 12152 58870 58681 2025-06-02T15:38:35Z Ssgapu22 248 58870 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ବୟସର ବସନ୍ତରେ ମଳୟ ବହିବାକୁ ଲାଗିଲେ ଗ୍ରୀଷ୍ମର ତାପ ବି ଚନ୍ଦନର ସ୍ପର୍ଶ ଦିଏ । ମନର ବଗିଚାରେ ନାଲି, ଗୋଲାପୀ ଫୁଲ ଫୁଟିବାରେ ଲାଗେ । ମାନ ଅପବାଦ କଥା ଛାଡ଼, ଶିକ୍ଷା ଆଉ ଭବିଷ୍ୟତକୁ ନେଇ ପ୍ରେମ ସତ ମିଛ ଗଳ୍ପ ଗୀତର ପସରା ମେଲେ । ଏମିତିରେ କହିବାକୁ ଗଲେ ଭଲ ଲାଗିବା ଓ ଭଲପାଇବାର କିଛି ବି ଫରକ ପଡ଼େନି । ଖାଲି ମନ ଖୋଜେ ପ୍ରେମର ଶୀତଳ ସ୍ପର୍ଶ । କ୍ଲାସ୍ ରୁମ୍‌ର ପେନ୍ ଦିଆନିଆରୁ ଆରମ୍ଭ ହୋଇ ବେଡ୍ ରୁମର ଫୋନ୍ ଗପ ପର୍ଯ୍ୟନ୍ତ ପ୍ରେମ ପାଇଁ କେତେ କଷ୍ଟ କରିବାକୁ ପଡ଼େ ତାହା ସେଇ ପ୍ରେମୀଙ୍କୁ ହିଁ ଜଣା । ଶୁଭ ଅପରାହ୍ନର ହାଲ୍କା ପବନରେ ଗଛସବୁ ପତ୍ରଝଡ଼ା ଦେଉଥିଲେ ଆଉ ଏହାରି ଭିତରେ ଫାଲ୍ଗୁନର ରଙ୍ଗୀନ ଦୁନିଆଠାରୁ ନିଜକୁ ଦୂରରେ ରଖି ପରୀକ୍ଷାର ପ୍ରସ୍ତୁତି ଚଲାଇଥାଏ ପ୍ରଦୀପ୍ ବାଲ୍‌କୋନିର ଉପରେ । ଘର ଭିତରୁ ମୋବାଇଲର ଭାଇବ୍ରେସନର ଶବ୍ଦ କାନରେ ଶୁଭିଲା ! ସେସବୁକୁ ଅଣଦେଖା କରି ବହିଟାକୁ ହାତରେ ଧରି ବାଲକୋନିର ଏମୁଣ୍ଡରୁ ସେମୁଣ୍ଡ ମନେ ମନେ ଗୁଞ୍ଜରଣ କରି ପଦଚାରଣ କରୁଥାଏ । ବାରମ୍ୱାର ମୋବାଇଲର ଭାଇବ୍ରେସନ୍‌ରେ ବିରକ୍ତ ହୋଇଯାଇ ଫୋନ୍ ଦେଖେ ତ ସ୍ୱପ୍ନା ଫୋନ୍ କରିଛି । ଅବିଳମ୍ୱେ ଫୋନ୍ ରିସିଭ୍ କରିନେଇ ନୀରବରେ ଛିଡ଼ା ହୋଇଗଲା ପ୍ରଦୀପ୍ । ସତେ ଯେମିତି ଅହେତୁକ ଶିହରଣ ଖେଳି ଯାଉଥିଲା ଶରୀରରେ । ଆଉ ଭାବନା ରାଇଜରେ ଭାବିବାକୁ ଲାଗିଲା । ସେଦିନ କଲେଜ ଫଙ୍କ୍‌ସନ୍ ପାଇଁ ଗେଟ୍ ପାଖରେ ସରୋଜ୍ ଆଉ ମହେଶ ସହ ଛିଡ଼ା ହୋଇଥିଲା ପ୍ରଦୀପ୍ । ଠିକ୍ ଏଇ ସମୟରେ ସ୍ୱପ୍ନାର ପ୍ରେବେଶ; ରଙ୍ଗୀନ ଡ୍ରେସରେ ରାଜକୁମାରୀ ପରି ସୁନ୍ଦର ଲାଗୁଥିଲା ସେ । ସାଥିରେ ଦୁଇ ସହଚରୀ ପରି ପାଖେ ଥା’ନ୍ତି ରିଙ୍କି ଆଉ ପିଙ୍କି । ସିଧା ଆସି ପାଖେ ପହଞ୍ଚି ଡ୍ରେସିଂରୁମ୍‌ର ବାଟ ପଚାରି କେତେବେଳେ ଅନ୍ତର୍ଦ୍ଧାନ ହୋଇଗଲା ସେକଥା ଜାଣିନି । ତା’ର ସେହି ତୁନି ତୁନି ଓଠରେ କେତେ ପଦ କଥା ମନରେ ଶିହରଣ ଖେଳାଇଥିଲା ସେକଥା ଜାଣିନି । ଏଣେ ସେପାଖେ ଫୋନ୍‌ରେ ହେଲୋ ହେଲୋ କହି ଚାଲିଥାଏ ସ୍ୱପ୍ନା ।<noinclude></noinclude> pltrzi34i72bjl75hrtqpj2othj2yu6 ପୃଷ୍ଠା:Biswash.pdf/୪୦ 250 12153 58871 58682 2025-06-02T15:38:56Z Ssgapu22 248 58871 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଭାବନା ରାଇଜରୁ ଫେରିଲା ବେଳକୁ ଫୋନ୍ କଟିଯାଇଥାଏ । କଲ୍ ବେକ୍ କଲା ପ୍ରଦୀପ୍, ସ୍ୱପ୍ନାର ପ୍ରତିଟି ଶବ୍ଦକୁ ଆଗ୍ରହର ସହ ଶୁଣୁଥାଏ ଆଉ ସ୍ୱପ୍ନା କହୁଥାଏ ଠିକ୍ ପାଗଳ ପ୍ରେମୀ ପରି । କ୍ଲାସ୍ ପରୀକ୍ଷାର ପ୍ରସ୍ତୁତିଠାରୁ ଆରମ୍ଭ କରି ଜୀବନର ପରୀକ୍ଷା ପଯ୍ୟନ୍ତ କଥା ହୋଇଥିଲା ପ୍ରଦୀପ । ଆଉ ଏଇଠୁ ଆରମ୍ଭ ହେଲା ପଢ଼ା ସହ ଲଭ୍ ରୋମାନ୍ସ୍‌ର ନୂଆ ଅଧ୍ୟାୟ । ସାଥି ହୋଇ ପରୀକ୍ଷା ପାଇଁ ପ୍ରସ୍ତୁତି ହେବା, ସାଥି ହୋଇ କଲେଜ୍ ଯିବା, ପରୀକ୍ଷାରେ ସ୍ୱପ୍ନାକୁ ସାହାଯ୍ୟ କରିବା ଏହାଥିଲା ପ୍ରଦୀପ୍‌ର ନିତିଦିନିଆ କାମ । ଆଉ ପ୍ରଦୀପ ବି ସ୍ୱପ୍ନାର ପାଖେ ରହିବାର କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନଥାଏ । କଥାରେ ନାହିଁ ଅପେକ୍ଷାର ଫଳ ମିଠା । ସେ ଅନେକ ଦିନରୁ ସ୍ୱପ୍ନାକୁ ଅପେକ୍ଷା କରିଥିଲା ଆଉ ଏବେ ସ୍ୱପ୍ନା ଆସି... ଛାଡ଼ ସେକଥା । ଏମିତି ଏମିତିରେ ପରୀକ୍ଷା ସରିଲା । ସୁଖ ପରେ ଦୁଃଖ ପରି, ଖୁସିର ସମୟ ପରେ ବିରହ ତ ଆସିବାର ଥିଲା ଆଉ ସ୍ୱପ୍ନାବି ପ୍ରଦୀପକୁ ଆଉ ପ୍ରଦୀପ୍ ସ୍ୱପ୍ନାକୁ କଥା ଦେଇ ଦୁହେଁ ହଷ୍ଟେଲ୍ ଛାଡ଼ିଥିଲେ ସେଦିନ ନିଛାଟିଆ ଅପରାହ୍ନରେ । ସମ୍ଭାଳି ପାରି ନଥିଲେ ନିଜକୁ ମନ ଭରା କୋହ ଆଖିରେ ଆଖିଏ ଅଶ୍ରୁ ଭରି ଦୂରେଇ ଥିଲେ ନିଜକୁ । ପରୀକ୍ଷା ପରର ଜୀବନ ଖୁବ୍ ମଜାଦାର ଥାଏ । ନା ଥାଏ ଟେନ୍ସନ ନା ଥାଏ ଅବଜରବେସନ୍ ଖାଲି ମସ୍ତି ଆଉ ମସ୍ତି । ଗାଁ ପିଲାଙ୍କ ସହ କ୍ରିକେଟ୍ ଖେଳିବା, ନଈରେ ଗାଧେଇବା ଆଉ ବିନା ନିମନ୍ତ୍ରଣରେ ଖାଇବାକୁ ଯିବା ସତେଯେମିତି ରୋମାଞ୍ଚକର ! କହିବାକୁ ଗଲେ ଗାଆଁ ସବୁବେଳେ ଗାଁ ହିଁ ହୋଇଥାଏ । ସମସ୍ତେ ଆପଣାର, ସମସ୍ତେ ନିଜର । ଏଠି ମା’ ଯେମିତି ଗାଆଁ ବି ସେମିତି; ସବୁପିଲା ନିଜର । ସହର ପରି ବାଛବିଚାର ନଥାଏ । ନିଜସ୍ୱ ଆନ୍ଦାଜରେ ମସୁର୍ ଥାଏ । ଦୟା, ସନିଆ, ବାଇନ ଭାଇ, ବିକ୍ରମ, ଲିପୁ ସମସ୍ତଙ୍କ ଭିତରେ ବୟସରେ ସାନ ହେଲେବି କେହି ପାଖ ଛାଡ଼ନ୍ତି ନାହିଁ । ସକାଳୁ ବାହାରିଯାଏ ଯେ ଫେରିବାର ଠିକଣା ନାହିଁ । ସେଦିନ ଅପରାହ୍ନରେ ନିଜକୁ ସଜାଇ ନେଲା ପ୍ରଦୀପ । କାହିଁକି କେଜାଣି ଇଚ୍ଛା ହେଉନଥାଏ । ସାଙ୍ଗମାନେ କହିଛନ୍ତି ମାନେ ଯିବାକୁ ହେବ ଭାବି ବାହାରିଗଲା । ଧୀରେ ଧୀରେ ଗାଁ ପଡ଼ିଆରେ ଏକାଠି ହୋଇ ସିଦ୍ଧାନ୍ତ ନେଲେ ଆଜି ପାଖ ଗାଁ’ରେ ରିସେପସନ୍ ଭୋଜି ଅଛି ସେଠିକୁ ଯିବା । ପୁଅର ସାଙ୍ଗ ହୋଇ ଗୋଟେ ଖାଲି ବକ୍ସ ଭିତରେ ମେଞ୍ଚାଏ କାଗଜ ଭରି ଚିକିମିକିଆ ଜରିରେ ପେକ୍ କରି ବାହାରିଲେ ଭୋଜି ଖାଇବାକୁ ।<noinclude></noinclude> ct9hqt6fpsybmpy82rq8is4rfey9dn2 ପୃଷ୍ଠା:Biswash.pdf/୪୧ 250 12154 58872 58683 2025-06-02T15:39:13Z Ssgapu22 248 58872 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ରଙ୍ଗୀନ ଆଲୁଅରେ ପରିବେଶ ଚମକି ଉଠୁଥାଏ ହାତରେ ପ୍ୟାକେଟ୍‌କୁ ଧରି ପ୍ରବେଶ କଲା ପ୍ରଦୀପ । ପଛରେ ସନିଆ, ବାଇନ ଭାଇ ଆସୁଥାନ୍ତି । ପେଣ୍ଡେଲ ଉପରେ ଗହଳି ଜମିଥାଏ ଭଲ ଭାବରେ ବର-କନ୍ୟା ଦେଖାଯାଉ ନଥାଏ । ଧୀରେ ଧୀରେ ପାଖକୁ ଗଲା ପ୍ରଦୀପ୍ । କାହିଁକି କେଜାଣି ଜଣା ପଡ଼ୁନଥାଏ ଛାତିରେ କିଛି ଦରଦ ଭଳିଲାଗୁଥାଏ । ମୁଣ୍ଡ ନୁଆଁଇ ଛାତିକୁ ହାତରେ ଧରି ଗିଫ୍ଟ୍‌ଟା ବଢ଼ାଇ ଦେଇଦେଲା କନ୍ୟା ହାତକୁ । ହାତରୁ ଗିଫ୍ଟ୍‌ଟା ଖସିପଡ଼ିଲା ତଳେ । ତଳୁ ଗିଫ୍ଟ୍‌ଟା ଧରି ଦେଖେ ତ ସେ ଝିଅ ଆଉ କେହି ନଥିଲା, ସେ ଥିଲା ନିଜ ସ୍ୱପ୍ନର ନାୟିକା ସ୍ୱପ୍ନା । ତଥାପି ନୀରବ ରାଗରେ ମୁହଁଟା ଲାଲ୍ ହୋଇଗଲା । ଧୈର୍ଯ୍ୟର ସୀମା ହରାଇ ବସିଲା ପ୍ରଦୀପ୍ । କେହି କିଛି କହିବା ଆଗରୁ ଆଖିରୁ ଧାରଧାର ହୋଇ ଲୁହ ବହି ଯାଉଥାଏ ଦୁଇ ଆଖିରୁ । ସତରେ ସେ ବୁଝି ପାରୁନଥିଲା ନିଜକୁ, ନିଜ ଆଖିକୁ । ଏଇଟା ତା’ ପାଇଁ ସ୍ୱପ୍ନ ନା ବାସ୍ତବତା !? ବାକି ସବୁ ଇତିହାସ ... ନିଜକୁ କଣ୍ଟ୍ରୋଲ କରି ଉଠିଆସିଲା ବାହାରକୁ । * * *<noinclude></noinclude> jd3d9zk1he97np195rndv814oop5u90 ପୃଷ୍ଠା:Biswash.pdf/୪୩ 250 12159 58873 58690 2025-06-02T15:39:46Z Ssgapu22 248 58873 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଡିଜେ ଭଜନରେ ଗାଁ ଦାଣ୍ଡ କମ୍ପିଉଠୁଥାଏ । ମଝିରେ ମଝିରେ ହରିବୋଲ ସାଙ୍ଗକୁ ଗାଁ ପିଲାମାନଙ୍କ ଚିତ୍କାର ଦେହକୁ ଶିହରାଇ ଦେଉଥାଏ । ଆଉ ନିଜକୁ ସମ୍ଭାଳି ପାରିଲାନି ଚନ୍ଦନ । ଧାଇଁଆସିଲା ଜେଜେଙ୍କ ପାଖକୁ; “ଜେଜେ... ଜେଜେ... ଚାଲ ଆମେ ଦୋଳମଣ୍ଡପ ପାଖକୁ ଯିବା ମୋର ସବୁସାଙ୍ଗମାନେ ସେଠାକୁ ଆସିଛନ୍ତି । ଚାଲନା ଜେଜେ ।” ଚେୟାର ଉପରୁ ନିଜକୁ ପ୍ରସ୍ତୁତ୍ କରିନେଇ ଜେଜେ କହିଲେ, “ନା’ରେ ବାବା ମୋର ସେଠାକୁ ଯିବାର ନାହିଁ କି ଭଗବାନଙ୍କୁ ଅପମାନ କରିବାର ନାହିଁ । ତା’ ପରେ ବି ମୋ ଦେହ ଭଲ ନାହିଁ । ତୁଚ୍ଛାକୁ ଦେହ କିଆଁ ବିଗାଡ଼ିବି !? ତୁ ଯା’ ତୋ’ ମମିକୁ କହିବୁ ।” “ମମି ବାବାଙ୍କ ସଙ୍ଗେ ବଜାରକୁ ଯାଇଛନ୍ତି ପରା ରଙ୍ଗ ଆଣିବାକୁ । ତୁମେ ଚାଲନା ପ୍ଲିଜ୍ ଜେଜେ ଚାଲନା ।” “ଦେଖ ଚନ୍ଦନ ତୁ ଜିଦ୍ଦି କରନା । ସେଠାରେ ତ ମେଞ୍ଚା ମେଞ୍ଚା ଭଗବାନ ଫଟୋ ଥିବା ସିନ୍ଦୂର, ଧୂପ, ବିସ୍କୁଟ୍, ଚେନାଚୁରର କାଗଜ ଜରି ସବୁ ତଳେ ଗଡ଼ୁଥିବେ । ସେମାନଙ୍କ ଠାରୁ ନିଜକୁ ରକ୍ଷା କରି ଦୋଳ ମଣ୍ଡପରେ ଭଗବାନଙ୍କୁ କେମିତି ପୂଜାକରିବା? ତା’ ପରେ ଏହି ଡିଜେ ଭଜନରେ ଉଦଣ୍ଡିଆ ନାଚ କ’ଣ ଆମକୁ ଶୋଭା ଦେଉଛି ! ଏମିତିରେ ମୋର ସବୁ ରୋଗ ଆଉ ବିଗାଡ଼ିବାକୁ ଯିବିନି । ତୁ ଯା...” ମନ ଦୁଃଖ କରି ତୁନି ହୋଇ ବସିଲା ଚନ୍ଦନ ଆଉ କହିଲା, “ତୁମେ ପରା କହୁଥିଲ ଭଗବାନ ସବୁଠି ଅଛନ୍ତି ତା’ହାଲେ ବିସ୍କୁଟ୍ ଚେନାଚୁର ଜରି କାହିଁକି ଦେଖୁଛ ଯେ !? ବରଷକରେ ଥରେ ଦୋଳ ପୂର୍ଣ୍ଣିମା ଆସିଛି । ପାଗ ବି ଭଲ ଅଛି ତା’ ପରେ ବି ତୁମେ ଏମିତି କାହିଁକି କହୁଛ ଜେଜେ? ପ୍ଲିଜ୍ ଚାଲନା ।” “ଆମ ସଂସ୍କୃତି ଆମ ପରମ୍ପରା ନାମରେ ବିଦେଶୀ ସଂସ୍କୃତିର ତଡ଼କାରେ ଭକ୍ତି ଭାବନା ନାମରେ ବେପାରକୁ ଅଗ୍ରାଧିକାର ଦିଆଯାଉଛି । ବିବାହଠାରୁ ବ୍ରତଘର,<noinclude></noinclude> 06pf6l9kag3txjesmtgkx9r4x3cfbun ପୃଷ୍ଠା:Biswash.pdf/୪୪ 250 12160 58874 58691 2025-06-02T15:40:07Z Ssgapu22 248 58874 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଜନ୍ମଦିନଠାରୁ ଶ୍ରାଦ୍ଧ ବାର୍ଷିକୀ ପର୍ଯ୍ୟନ୍ତ ସବୁ ମନ୍ଦିରରେ ଆୟୋଜନ ହେଉଛି । ଏପରିକି ବିଭିନ୍ନ ଧର୍ମର ଲୋକ ଭଗବାନଙ୍କ ନାମରେ ଚଡ଼ି, ବେନିୟନ୍ କମ୍ପାନୀ ମଧ୍ୟ ଭଗବାନଙ୍କ ନାମରେ କରୁଛନ୍ତି । ଏ ସବୁ ପ୍ରହସନ ଭିତରେ ଆମେମାନେ ଆମ ମୂଳ ଉଦ୍ଦେଶ୍ୟଠାରୁ ଦୂରକୁ ଚାଲିଯାଉଛୁ । ଭଗବାନଙ୍କ ନାମରେ ଭକ୍ତିଭାବଠାରୁ ବେପାରକୁ ଅଧିକ ଗୁରୁୁତ୍ୱ ଦେଉଛୁ । ତୁମେ ଏବେ କୁହ ଆମପାଇଁ ଭକ୍ତି ବଡ଼ ନା ଆମପାଇଁ ପ୍ରାପ୍ତି ବଡ଼?” “ସତ କଥା ଜେଜେ ହେଲେ ଆମ ସମାଜ କ’ଣ? ଏସବୁକୁ ମାନୁଛି କିଏ? ଆମେ ପାଠକୁ ଭଗବାନ ମାନୁଥିବା ବେଳେ ସବୁ ଜୋତା ତଳେ ଲେଖା ରହୁଛି । ତମାଖୁ ଗୁଟୁଖା ଦେହପାଇଁ କ୍ଷତିକାରକ ହୋଇଥିବା ବେଳେ ଭଗବାନଙ୍କ ନାମରେ ଅଧିକ ବିକ୍ରି ହେଉଛି । କିନ୍ତୁ ଆମେ କରିବା କ’ଣ? ଆଜିର ସଭ୍ୟ ସମାଜରେ ବଞ୍ଚିବାକୁ ହେଲେ ଯାବତୀୟ ଅସଭ୍ୟ କାମ କରିବାକୁ ପଡ଼ୁଛି । ନା ଅଛି ଭକ୍ତି ନା ଅଛି ମୁକ୍ତି, ଖାଲି ପ୍ରାପ୍ତି ଆଉ ପ୍ରାପ୍ତି ।” “ପ୍ରକୃତିକୁ ବିଗାଡ଼ିବାକୁ ଯାଇ ବନ୍ୟା, ବାତ୍ୟା, ଭୂମିକମ୍ପ ସବୁ ଯାବତୀୟ ପ୍ରାକୃତିକ ବିପଯ୍ୟୟ ସବୁ ଏଇଥିପାଇଁ । ଦେଖୁନୁ ଚୀନରେ ଏହି ପ୍ରକୃତିକୁ ବିଗାଡ଼ିବାକୁ ଯାଇ କରୋନାରେ ହଜାର ହଜାର ସଂଖ୍ୟାରେ ମରିଗଲେ । ଆମ ବେଳ ବେଶୀ ଦୂର ନୁହେଁ, ଏବେଠୁ ସତର୍କ ହେବାର ସମୟ ଆସିଯାଇଛି । ନହେଲେ ପ୍ରକୃତି ନିଜେ ନିଜର ରାସ୍ତା ବନାଇ ନେବ । ସତର୍କ ରୁହ ସଠିକ୍ ରୁହ । ସତକଥା ଜେଜେ ଆମକୁ ଆମର ଅଭ୍ୟାସ ବଦଳାଇବାକୁ ହେବ । ନହେଲେ ଏହି ସୁନ୍ଦର ପୃଥିବୀଟା ଅସୁନ୍ଦର ହେବାକୁ ବେଶୀ ସମୟ ଲାଗିବନି ।” କବାଟରେ ଠକ୍ ଠକ୍ ଶବ୍ଦ ହେଲା ଚନ୍ଦନ ଉଠିଯାଇ କବାଟ ଖୋଲେ ତ ବାବା ଆଉ ମାମା ଆସିଛନ୍ତି । ବହୁତ ଗୁଡ଼ାଏ ଖେଳନା ଦେଖି ଖୁସି ହେଲା ସତ, ସେଥିରେ ଥିବା ଭଗବାନଙ୍କ ଫଟୋ ସବୁ କାଢ଼ିଦେଇ ମହାଆନ୍ଦରେ ଖେଳିଲା । * * *<noinclude></noinclude> 2boud4ygc9dtrzapavw9zjj8626bkm9 ପୃଷ୍ଠା:Biswash.pdf/୪୬ 250 12162 58875 58693 2025-06-02T15:40:31Z Ssgapu22 248 58875 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>“ଆଜିକାଲି କମ୍ପାନୀବାଲା ମଣିଷକୁ ମଣିଷ ବୋଲି ଭାବୁନାହାଁନ୍ତିରେ, ସତେ ଯେମିତି ଗୋଟେ ଟାର୍ଗେଟ ! ଖାଲି ଟାର୍ଗେଟ ପୂରଣ କରିବା ଏମାନଙ୍କ ଲକ୍ଷ୍ୟ । ଏଞ୍ଜୟମେଣ୍ଟ, ରୋମାନ୍ସ, ମସ୍ତି ଆଦି ସତେ ଯେମିତି ଆମକୁ ଲୋଡ଼ା ନାହିଁ !! ଏଇ ଦେଖିଲୁ ଫାଲ୍ଗୁନକୁ ! କେତେ ଫୁଲ କେତେ ରଙ୍ଗ ନେଇ ଆସିଛି ଧରା ପୃଷ୍ଠକୁ । ଏଇ ମୃଦୁ ମୃଦୁ ମଳୟରେ କ’ଣ ତୋ’ ଦେହ ଭିତରେ କିଛି ହେଉନି? କିନ୍ତୁ ମୁଁ ପାରୁନିରେ ! ସତରେ ଗାଁ କଥା ବହୁତ ମନେପଡ଼ୁଛି ।” “ହଉ ଶୁଣ୍ ! ମା’ ଆଜି ଫୋନ୍ କରିଥିଲେ, କହୁଥିଲେ ରାତି ପାହିଲେ ଦୋଳ ପୂର୍ଣ୍ଣିମା, ସବୁ ବନ୍ଧୁ ବାନ୍ଧବ ଆସି ସାରିଲେଣି । ଗାଁ’ରେ ବି ଦୋଳମଣ୍ଡପ ବନ୍ଧାସରିଲାଣି । ଏଥର କୁଆଡ଼େ ବଡ଼ ଯାତ୍ରାପାଟି ଗାଁକୁ ଆସୁଛି । ୪ ରାତି ଯାତ୍ରା ହେବ, ହେଲେ ଆମେ ତ ଦା...ଦ...ନ । ନା କହି ପାରୁଛେ ନା ରହି ପାରୁଛେ ।” ଜକେଇ ଆସୁଥିବା ଲୁହକୁ ହାତରେ ପୋଛି ଦେଇ କହିଲି, “ଛାଡ଼୍ ସେକଥା ! ରାତି ଢେରେ ହେଲାଣି ଚାଲ ରୁମ୍ ଭିତରକୁ ।” “ଏଇ ଜୋତ୍ସ୍ନା ଭିଜା ରାତିରେ ପୂର୍ଣ୍ଣିମାର ଚାନ୍ଦ କ’ଣ ରୁମ୍ ଭିତରେ ମିଳିବ ନା ମିଳିବ ଥିରି ଥିରି ଥଣ୍ଡା ପବନ? ପୁଣି ଅପେକ୍ଷା ଆର ବର୍ଷକୁ । ଛାତର ଛାତି ଉପରେ ଶୋଇ ନିଜକୁ ହାଜାଇଦେବାରେ ଯେଉଁ ମଜା ଆଉ କେଉଁଠି ବି ମିଳେନି । ଦେଖିବୁ ସବୁ ଠିକ୍ ଠାକ୍ ହୋଇଯିବ । ପ୍ରେମର ପ୍ରେମିକା, ମୋତିର ଶାମୁକା ପରି ଏଇ ଜହ୍ନରାତି... ଛାଡ଼୍ !” “ଛାଡ଼ ସେକଥା । ଏଇ ଶୁଣେ, ଆଜି ମୁଁ ମୋତିକୁ ଫୋନ୍ କରିଥିଲି, ତା’ର କିନ୍ତୁ ଏକାନ୍ତ ଜିଦ୍ଦି ସେ ରଙ୍ଗ ହେବନି । ପରୀକ୍ଷା ଅଛି, ଇମ୍ଫେକ୍ସନ୍ ହେବ ବୋଲି ଦୁନିଆ କିଛି କହି ବାଟ ଭାଙ୍ଗୁଥିଲା, କିନ୍ତୁ ମୁଁ କ’ଣ ଛାଡ଼ିବା ପିଲା ! ମୁଁ ତାକୁ ନିଜ ହାତରେ ରଙ୍ଗ ଲଗାଇଦେବି କହିବାରୁ ରାଜିହେଲା । ଆଉ ହଁ ତୋତେ ଗୋଟେ କଥା କହିବାକୁ ଭୁଲିଯାଇଥିଲି । ସକାଳ ୬:୩୦ରେ ଫ୍ଲାଇଟ୍, ଜଲ୍ଦି ଉଠାଇ ଦେବୁ । ବେଗ୍ ବି ରେଡି<noinclude></noinclude> 82bbmuxwt6jad0getfw57430co3j7hj ପୃଷ୍ଠା:Biswash.pdf/୪୭ 250 12163 58876 58698 2025-06-02T15:40:56Z Ssgapu22 248 58876 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>କରିବାର ଅଛି । ମୁଁ ବି ତୋ ସାଙ୍ଗରେ ଯିବି ।” “ମାନେ ତୁ ବି ଘରକୁ ଯାଉଛୁ? ଓଃ ୟା...” “ହଁ ଆମେ ଘରକୁ ଯାଉଛେ ! ବସ୍‌ଙ୍କୁ ଲିଭ୍ ଏପ୍ଲିକେସନ୍ ମେଲ୍ କରିଦେଇଛି । ଚାଲ୍ ଶୋଇବା ଡେରି ହେଲାଣି । ତୁ ତୋ’ ଘରକୁ ଚାଲିଯିବୁ, ମୁଁ ଏକା ଯିବି ମୋତି ଘରକୁ ।” କୃଷ୍ଣଚୂଡ଼ା ଫୁଲ ସବୁ ଗାଆଁ ଦାଣ୍ଡରେ ବିଛେଇ ହୋଇ ପଡ଼ିଥାଏ । ଝାପ୍ସା ଝାଞ୍ଝି ପବନରେ ଦେହ ଶିହରି ଉଠୁଥାଏ, ଆଉ ତା’ ସାଙ୍ଗକୁ ଦୂରରୁ ଶୁଭୁଥିବା ପଟା ରିକ୍ସାରେ ବନ୍ଧା ମାଇକଟା ଧୀରେ ଧୀରେ ପାଖେଇ ଆସୁଥାଏ । ଡରିକରି ମନ୍ଦିର ପିଣ୍ଡାକୁ ଉଠିଗଲି । ନହେଲେ ଏଇ ଛୋଟ ଛୋଟ ପିଲା ସବୁ ମୋତେ କ’ଣ ଛାଡ଼ିଥାନ୍ତେ । ତଥାପି ବି ମନରେ ଡର ଥାଏ ! ମଳୟ ପବନ, ଫଗୁଣର ରଙ୍ଗ ଆଉ ଚୋରା ପୀରତି ଦେହକୁ ଶିହରାଇ ଦିଏ ସିନା ମନରେ ବସି ରହେ । ଦୂରରୁ ମୋତିର ଘର ଯେତିକି ଯେତିକି ଦେଖାଯାଉଥିଲା କାହିଁକି କେଜାଣି ଯେମିତି ସ୍ପନ୍ଦନଟା ସେତିକି ସେତିକି ଜୋର୍‌ରେ ବଢ଼ି ଚାଲିଥାଏ । ମନ ବୋଧେ ମୁଠାଏ ଅବିରକୁ ତା’ର ସେଇ ଗୋରା ଗାଲରେ ବୋଳିବାକୁ ବ୍ୟାକୁଳ । ଧୀରେ ଧୀରେ ଆଗକୁ ଚାଲିଲି; ବିଶ୍ୱାସ ହେଉନଥାଏ ତଥାପି ନୀରବ। କିଛି ସମୟ ପରେ ତାଙ୍କ ଘରେ ପହଞ୍ଚିଲି । ମନରେ ଥାଏ ଉତ୍କଣ୍ଠାର ଉଦ୍ଦିପନା, ସତେ ଯେମିତି ପ୍ରେମର ରଙ୍ଗକୁ ଏ ଫଗୁଣର ରଙ୍ଗ ମୋ ହାତରେ ଭରି ଦେଇଛି। ଚୁପ୍‌ଚାପ୍ ମୁଁ ଚେୟାର ଉପରେ ବସିଥାଏ । ଆଉ ବସି ବସି ଭାବନାରେ ଭାବି ଭାବି ଗୋଟେ ନୂଆ ଦୁନିଆକୁ ଚାଲି ଯାଇଥାଏ । ହଠାତ୍ କଅଁଳ ସ୍ୱରର ପ୍ରତିଧ୍ୱନି ମୋ କାନରେ ବାଜିଲା । ଭାବନା ରାଇଜରୁ ଫେରି ଆସିଲି, କିନ୍ତୁ ତା’ ମୁହଁକୁ ଚାହିଁ ପାରୁନଥାଏ । “ତୁମେ କେତେବେଳୁ ଆସିଲଣି !? ଓଃ ସରି...ସରି... ମୁଁ ପରୀକ୍ଷା ପାଇଁ ପ୍ରିପିୟାର କରୁଥିଲି । ଜାଣି ପାରିଲିନି, ସରି ।” ହାତରେ ମୁଠାଏ ଗୋଲାପୀ ଅବିରକୁ ଧରି ଯେବେ ତା’ ମୁହଁକୁ ଚାହିଁଦେଲି । ରୋକି ପାରିଲିନି ନିଜକୁ, ମନ ଭାଙ୍ଗିଗଲା । ଲାଗିଲା ସତେ ଯେମିତି ଦେହରୁ ଜୀବନ ଚାଲିଯାଇଛି । ରଙ୍ଗଗ ମୁଠାଟାକୁ ଫିଙ୍ଗିଦେଇ ଯିବାକୁ ବାହାରିଗଲି ସେଠାରୁ । କାହା କଥା<noinclude></noinclude> 9zrk7325ad8uy4m236idh0m6wh5yjuz ପୃଷ୍ଠା:Biswash.pdf/୪୮ 250 12164 58877 58701 2025-06-02T15:41:13Z Ssgapu22 248 58877 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ବୁଝିବାକୁ ପ୍ରସ୍ତୁତ ନଥାଏ । ଯେମିତି ମୋର ସବୁ ଆଶା ଆଶାରେ ହିଁ ରହିଗଲା । ଯିଏ କଥା ଦେଇ କଥା ରଖେନି ସେ କାହୁଁ ବୁଝିବ ପ୍ରେମର ମୂଲ ! ସତରେ ନିଜକୁ ଆଜି ଘୃଣା ଲାଗୁଛି । ଆଉ କୋହ ସମ୍ଭାଳି ପାରୁନଥାଏ ଆଖିରୁ ଧାର ଧାର ଲୁହ ସବୁ ବୋହିବାରେ ଲାଗିଥାଏ । ମୋତି ହଠାତ୍ ପଛପାଖରୁ ହାତଟାକୁ ଧରିପକାଇଲା । ହାତଟାକୁ ଛାଟିଦେଇ ଲୁହ ପୋଛି ଛୋଟ ପିଲାଙ୍କ ଭଳି କହିଲି, “ଯଦି ମୋ’ ରଙ୍ଗ ତୁମକୁ ପସନ୍ଦ ନଥିଲା ମୋତେ କହିଲନି । ମୁଁ ଆସିନଥାନ୍ତି । ତୁମକୁ ଆଉ କିଏ ରଙ୍ଗ ଲଗାଇବ କେମିତି ମୁଁ ପସନ୍ଦ କରିବି???” ମାନୁଛି ତୁମ ମନରେ ଆଘାତ ଲାଗିଛି ହେଲେ ମୁଁ କରିବି କ’ଣ? ସ୍ନେହରେ ଯଦି ଛୋଟ ପିଲାମାନେ ଜିଦ୍ଦିକରି ରଙ୍ଗ ଟିକେ ମାଖିଦେଲେ, ଅଭିମାନ କ’ଣ ପାଇଁ? ଆଜିପରା ହୋଲି ! ରାଧା-କୃଷ୍ଣଙ୍କର ପ୍ରେମର ଅଭୟ ଗାଥା । ଆଉ ତୁମେ ଏଇ ଦେହରେ ଯେଉଁ ପ୍ରେମର ରଙ୍ଗ ମାଖିଦେଇଛ ତା’ କଥା? ହୁଁ... ସାରା ଜୀବନ ରହିଥିବ । ଯିବ ଯଦି ଯାଅ । ଏକା ଏକା ବସି କାନ୍ଦିବି ସିନା କାହାକୁ କିଛି କହି ପାରିବିନି ।” ପିଲାଙ୍କ ଭଳି କାନ୍ଦିବାକୁ ଲାଗିଲା ମୋତି । ମୋତିର କଥା ପାଣି ସାଜି ରଙ୍ଗ ଭଳି ମୋର ଅଭିମାଙ୍କୁ ଧୋଇଦେଲା ଆଉ ମୁଁ ଜାବୁଡ଼ି ଧରିଥିଲି ମୋତିକୁ । ସତରେ ପ୍ରେମ ରଙ୍ଗ ସାମ୍ନାରେ ଦୁନିଆର ସବୁ ଦାମୀ ରଙ୍ଗ ବି ଫିକା ପଡ଼େ । * * *<noinclude></noinclude> pkja35ek5tov5rxg7btiyign8t36xxc ପୃଷ୍ଠା:Biswash.pdf/୫୦ 250 12166 58878 58705 2025-06-02T15:41:35Z Ssgapu22 248 58878 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>କଲେଜର ରେଜଲ୍ଟଟା ଶୁଣି ଉଦାସର ନଈ ପଠାରେ ଏକାକୀ ବସିଛି ସରୋଜ । ନା ଅଛି ଓଠରେ ହସ ନା ଅଛି ଇଂରାଜୀ ପେପରରେ ବ୍ୟାକ୍ ଲାଗିବାର ଦୁଃଖ । ଖାଲି ସେ ଅଭିମାନ କରିଛି । ହଁ ସେ ଅଭିମାନ କରିଛି ତା’ ସାଙ୍ଗ ଚକରା ଉପରେ । କାହିଁକିନା ସମସ୍ତେ କହୁଛନ୍ତି ତୁ ତୋ’ ସାଙ୍ଗ ଚକରା ପାଇଁ ଫେଲ୍ ହୋଇଗଲୁ । ଆଉ ତୋ’ ସାଙ୍ଗମାନେ ବହୁତ ଖରାପ । ତୁ ଯେତେଦିନ ପର୍ଯ୍ୟନ୍ତ ଏମାନଙ୍କ ସହ ମିଶୁଥିବୁ ଜୀବନରେ କିଛି କରିପାରିବୁ ନାହିଁ । ସତରେ କ’ଣ ମୋ ସାଙ୍ଗ ଚକରା ଏତେ ଖରାପ? ଆଉ ମୁଁ??? ବର୍ଷ ସାରା କଲେଜରେ ମଜାମସ୍ତିରେ କାଟୁ କାଟୁ ସମୟଗୁଡ଼ାକ ପାଣି ଭଳି କେମିତି ବୋହିଗଲା ଯେ କିଛି ବି ଜଣାପଡ଼ିଲା ନାହିଁ । କେତେବେଳେ ଝିଅପିଲାଙ୍କ ସାଇକେଲ୍ ପମ୍ପଚର୍ କରିବା ତ କେତେବେଳେ ଜୁନିୟରମାନଙ୍କୁ ରେଗିଙ୍ଗ୍ । କେତେବେଳେ ହିରୋଗିରି ଦେଖାଇବା ତ କେତେବେଳେ ବାଧ୍ୟ ହୋଇ କ୍ଲାସ୍ କରିବା ଛଡ଼ା କିଛି ନଥାଏ । ସାର୍ଟଟାର ଉପର ବଟମ୍ ଦି’ଟା ଖୋଲିଦେଇ ଚକରାର ବାଇକ୍ ପଛରେ ବସି ଲାଇନ୍ ମାରିବାର ମଜା ଆଉ କେଉଁଠି ମିଳେନାହିଁ । ସନ୍ଧ୍ୟାରେ ଚାଓମିନ୍ ଆଉ ରାତିରେ ଖେଳପଡ଼ିଆର ଆକାଶଟା ଫୁଲ୍ ରଙ୍ଗୀନ ରଙ୍ଗୀନ ଲାଗୁଥିଲା । ସାଇକେଲ୍ ପଛ ନୋଟ୍‌ବୁକ୍ କହିଲେ ଥିଲା ଆମର ପାଠ । ବାପାଙ୍କ ପକେଟ୍‌ରୁ ଚୋରି କରି ଗାର୍ଲ୍‌ଫ୍ରେଣ୍ଡକୁ ଦେଖା କରିବାକୁ ଯାଇ କେତେଥର ବାଡ଼ ଡେଇଁଛି ତା’ର ହିସାବ ନାହିଁ । ସତରେ ସମସ୍ତେ ଏତେ ଶୀଘ୍ର ବଦଳିଯିବେ ବୋଲି ବିଶ୍ୱାସ ହେଉନି । ପରୀକ୍ଷାରେ ଗୋଟେ ବେକ୍ ଲାଗିଗଲା ବୋଲି କେହି ଫୋନ୍ ଉଠାଇବେ ନାହିଁ । ଘରେ ବାପାମାଆ ଆଉ ଏ ପାଖେ ସାଙ୍ଗ ସାଥୀ । ଛାଡ଼ ! ଜୀବନଟା ଦୁଃଖଭରା । ପଶ୍ଚିମ ଆକାଶଟା ରକ୍ତିମ ଦିଶୁଥାଏ, ସତେ ଯେମିତି ସବୁ ସ୍ୱପ୍ନ ବୁଡ଼ିଯାଉଛି ଏଇ ଅସ୍ତଗାମୀ ସୂର୍ଯ୍ୟଙ୍କ ସହ ଆଉ ଲାଗୁଛି ମୁଁ ବୋଝ ହୋଇ ଲଦି ହୋଇଛି ଏହି ପୃଥିବୀ ଉପରେ ! କିଛି ବୁଦ୍ଧିବାଟ ଦିଶୁନଥାଏ; ନଦୀରେ ଅକାତ ଜଳରାଶି, ବ୍ରିଜ୍ ଉପରେ ମୁଁ । ଆଉ କିଛି ଭାବିବା ଆଗରୁ ହଠାତ୍ କେହିଜଣେ ପଛପଟୁ ହାତ ରଖିଲା କାନ୍ଧ ଉପରେ । ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ପାଟିରୁ ଭାଷା ବାହାରୁ ନଥାଏ । ମୁଁ କିଛି କହିବା ଆଗରୁ ଚକରା ଆଉ ଚିନ୍ମୟ କହିଲେ,<noinclude></noinclude> thm2nfkailmkcqqmwbcqh607sfw3pw1 ପୃଷ୍ଠା:Biswash.pdf/୫୧ 250 12167 58879 58710 2025-06-02T15:41:49Z Ssgapu22 248 58879 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>“ଆମ ଦୁଇ ଜଣଙ୍କର ବି ବ୍ୟାକ ଲାଗିଛି ।” ଓଠରେ ହସ ଧାରେ ଖେଳିଗଲା । ଲୁହ ଭିଜା ଆଖିକୁ ପୋଛି ଦେଇ ସରୋଜ କହିଲା, “ଚାଲ ଆମେ ପାର୍ଟି କରିବା ଆଉ ଏକ ଯୁଦ୍ଧ ପାଇଁ ।” ଆଉ ସମସ୍ତଙ୍କ ଓଠରେ ହସ ଖେଳି ଗଲା । ସମସ୍ତଙ୍କୁ ଗୋଟିଏ କଥା ମାନିବାକୁ ପଡ଼ିବ, ଜୀବନରେ ଦୁଃଖ ଆସୁ କି ସୁଖ ସବୁଥିରେ ଗୋଟିଏ ବନ୍ଧୁର ଆବଶ୍ୟକତା ରହିଛି । * * *<noinclude></noinclude> 0i8a09zmzq18zrbryc3uswd7o7dhzi1 ପୃଷ୍ଠା:Biswash.pdf/୫୩ 250 12170 58880 58715 2025-06-02T15:42:14Z Ssgapu22 248 58880 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଗତିଶୀଳ ସମୟର ସାମ୍ନା କରିବା ଯେ କେତେ କଷ୍ଟ ତାହାହିଁ ସେ କହିପାରିବ । ଅଧା ଖରା ଅଧା ଛାଇ ବଗିଚାର ଫୁଲ ଉପରେ ପଡ଼ିଥାଏ, ବସନ୍ତର ମୃଦୁ ମଳୟ ମନକୁ ଆହ୍ଲାଦିତ କରୁଥାଏ, ଆଉ ଆଖିରେ ଭରି ଦିଏ ଆଖିଏ ସ୍ୱପ୍ନ । ହଠାତ୍ ଫୋନ୍ ଆସିଲା; ଧାଇଁଯାଇ ଫୋନ୍ ରିସିଭ୍ କରିବା ଆଗରୁ କଟି ଯାଇଥିଲା । କାହିଁକି କେଜାଣି ମନକୁ ଦୁଃଖ କରି ନୀରବରେ ବସିପଡ଼ିଲା, କିଛିବି ବୁଝି ହେଲାନି କି ତାକୁ ପଚାରିବାର ସାହାସ ହେଲାନି ମୋର । ସେଦିନ ଥାଏ ରବିବାର । ସକାଳୁ ସକାଳୁ ଗାଧେଇ ପାଧୋଇ ନିଜକୁ ସଜେଇ ନେଲା ଆଉ କଲେଜ୍ ବ୍ୟାଗ ଧରି ଘରୁ ବାହାରକୁ ବାହାରିଗଲା । - ଆଜି ମୋର ଟିଓସନ୍ ସରିବାକୁ ଡେରିହେବ ଘରେ ପହଞ୍ଚିବାକୁ ଲେଟ୍ ହୋଇପାରେ ବାପା । - ହଉ ଯା... - କିଛି ଟଙ୍କା ଦରକାର ଥିଲା ଟିଉସନ୍ ସାରଙ୍କୁ ଦେବାକୁ ହେବ । - ଟେବୁଲ୍ ପାଖରେ ଅଛି ନେଇଯା’ । - ଆଜ୍ଞା ବାପା । - ଶୀଘ୍ର ଆସିବାକୁ ଚେଷ୍ଟା କରିବୁ । - ଆଜ୍ଞା ବାପା । ସ୍କୁଟିକୁ ଷ୍ଟାଟ୍ କରି ନିମିଶକରେ ମିଳାଇ ଗଲା ଆଖି ଆଗରୁ ଗାଡ଼ିର ଧୂଆଁ ମିଳାଉ ମିଳାଉ ଶୂନ୍ୟ ବାୟୁମଣ୍ଡଳରେ । କିଛି ସମୟ ପରେ କବାଟ ଠକ୍ ଠକ୍ ହେଲା, କେହି ଜଣେ ଚିହ୍ନା ଲୋକ ଘର ଭିତରକୁ ପଶିଆସିଲେ ଆଉ ବାପାଙ୍କ ସହ ଗୋପନରେ କିଛି କଥା ହେଲେ ଆଉ ଚାଲିଗଲେ । ବାପା ତାଙ୍କ କଥାରେ ହସୁନଥିଲେ କି କାନ୍ଦୁନଥିଲେ ହେଲେ ଦେହସାରା<noinclude></noinclude> c451gbu9x7hevcstw3tid710wft1gj9 ପୃଷ୍ଠା:Biswash.pdf/୫୪ 250 12171 58881 58716 2025-06-02T15:42:28Z Ssgapu22 248 58881 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଗମ୍ ଗମ୍ ଝାଳ । ଠିଆ ହୋଇଥିବା ଜାଗାରୁ ଗୁଦ୍ କିନା ବସି ପଡ଼ିଲେ ଚେୟାର ଉପରେ ଆଉ ତା’ ପରେ !!! ପ୍ରାୟତଃ ଓଡ଼ିଶାରେ ସବୁ ଟିଭି ଆଉ ଖବରକାଗଜରେ ଖବର ବାହିରିଗଲା । ଡାକ୍ତରଖାନା ବେଡ୍ ପାଖରେ ପୋଲିସ୍‌ଠାରୁ ଆରମ୍ଭ କରି ସବୁ ମିଡିଆବାଲା ଭିଡ଼ ଜମେଇ ଥାଆନ୍ତି । ସତେ ଜେମିତି ଗୋଟିଏ ମୁର୍ଦ୍ଦାର ପାଖରେ କୁଆ, ଚିଲ, ଶାଗୁଣା, କୁକୁର, ବିଲୁଆ ସବୁ ଘେରିହୋଇ ରହିଛନ୍ତି । ନର୍ସ ଆସି ବାରମ୍ୱାର କହୁଥାଏ ପେସେଣ୍ଟ୍‌କୁ ବ୍ଲଡ଼ ଦରକାର୍ ପେସେଣ୍ଟ୍‌ର ଅବସ୍ତା ବହୁତ ଗୁରୁତର । ମିଡିଆବାଲା, ସାଧାରଣ ଲୋକ, ଥାନାବାଲା, ଓକିଲ ଆଉ ସମ୍ପର୍କୀୟ ବେଶ୍ କିଛିଦିନ ବଳ କଷାକଷି କରି ଚାଲିଗଲା ପରେ ଥମିଗଲା ଝଡ଼ ତୋଫାନ୍ । ତା’ ପରେ ସବୁ ଶାନ୍ତି ଆଉ ନିର୍ମଳ । ଟିଭିବାଲା ତ ଦୂରର କଥା ଛୋଟ ମୋଟ ଖବର କାଗଜବାଲା ବି ପଚାରିଲେନି । ଗାଁ କୁଜି ନେତା ଏବେ କହୁଛନ୍ତି ମୁଁ ସବୁକିଛି ସମ୍ୱାଳି ନେବି ! ଦୋଷୀ ନିଶ୍ଚୟ ଦଣ୍ଡ ପାଇବ । ବିଚାରୀ ମନୀଷା !!! * * *<noinclude></noinclude> 638tfer8lvxmf60kxgqh9hlekjpu041