ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.45.0-wmf.4 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଭାଷା ଓ ଜାତୀୟତା 0 4608 58893 57781 2025-06-04T06:14:36Z ବାଦଲ ପ୍ରଧାନ 2871 58893 wikitext text/x-wiki <p style="text-align: justify;">&nbsp; &nbsp; &nbsp; &nbsp; ଆଜି ସମସ୍ତେ ଭାରତୀୟ ଜାତୀୟତା ନିମନ୍ତେ ବ୍ୟାକୁଳ । ସମ୍ବାଦପତ୍ରରେ ଆଲୋଚନା ହେଉଛି, ସଭାସମିତିରେ ବକ୍ତୃତା ହେଉଛି, କାବ୍ୟ ନାଟକ, ଉପନ୍ୟାସାଦିରେ ରୂପକ ଛଳରେ ସୂଚନା ଦିଆଯାଉଅଛି କିପରି ଭାବରେ ଭାରତ ଜାତୀୟତା ପ୍ରତିଷ୍ଠିତ ହେବ । ଅନେକ ଭାରତ ଜାତୀୟତା ଏକାବେଳକେ ଅସମ୍ଭବ ବୋଲି ହତାଶ । କେହିକେହି କେବଳ ଅତୀତ ଆଡ଼କୁ ଚାହିଁଛନ୍ତି ପ୍ରେରଣା ପାଇବା ଲାଗି । ଅନ୍ୟ କେତେକଙ୍କର କେବଳ ଭବିଷ୍ୟତ ଉପରେ ଆଶା । କେହି ନିଜ ଭିତରକୁ ଚାହିଁ ପ୍ରାଚୀନ ସଭ୍ୟତାକୁ ମନ୍ଥୁଛନ୍ତି । କେହି ପୁଣି ପର ମୁହଁକୁ ଚାହିଁଅଛନ୍ତି ଏବଂ କେବଳ ପଶ୍ଚିମ ଉପରେ ଭରସା ରଖିଛନ୍ତି । ପ୍ରକୃତରେ ଏ ଜାତୀୟ ସମସ୍ୟା ଭାରତ ପକ୍ଷେ ବଡ଼ ଗୁରୁତର । କେତେ ପ୍ରଦେଶ - ପ୍ରତି ପ୍ରଦେଶରେ ପୁଣି କେତେ ବ୍ୟବହାରଗତ ପାର୍ଥକ୍ୟ, ତହିଁରେ ପୁଣି ଅସଂଖ୍ୟ ପ୍ରକାର ଶ୍ରେୟସ୍ୱାର୍ଥର ବିବାଦ । ଏପରି ସ୍ଥଳେ କୁମାରିକା ସହ ହିମାଳୟର କିଛି ସମ୍ପର୍କ ଅଛି ଭାବିବାକୁ ବେଳେବେଳେ ସାହସ ପାଏନାହିଁ ।</p> <p style="text-align: justify;">&nbsp;&nbsp;&nbsp;&nbsp;&nbsp;&nbsp;&nbsp; ପୂର୍ବେ ଭାରତର ପ୍ରତ୍ୟେକ ପ୍ରଦେଶର ଅନେକ ବିଷୟରେ ସ୍ୱାତନ୍ତ୍ର୍ୟ ଥିଲା, ଯାତାୟାତର ତେତେ ସୁବିଧା ନଥିଲା; ଗୋଟିଏ ଗୋଟିଏ ପ୍ରଦେଶ ବଣ ଜଙ୍ଗଲ, ନଦୀ ଆଦି ସ୍ୱାଭାବିକ ସୀମାଦ୍ୱାରା ଆବଦ୍ଧ ଥିଲା; ତେଣୁ କାଳକ୍ରମେ ସେ ପ୍ରତ୍ୟେକ ପ୍ରଦେଶର ଇତିହାସ, ସାହିତ୍ୟ, ଭାଷା, ଲୋକ-ବ୍ୟବହାର ଆଦି ସ୍ୱତନ୍ତ୍ର ହେବା ସ୍ୱାଭାବିକ । କିନ୍ତୁ ବିଶେଷତ୍ୱ ଏହି ଯେ, ମୂଳ ଆର୍ଯ୍ୟ ସଭ୍ୟତା ମେରୁଦଣ୍ଡ ରୂପେ ରହିଥିଲା । ଆର୍ଯ୍ୟ ଋଷିମାନେ ବୁଝିଥିଲେ - ଭାବ ଏବଂ ଭାଷା । ତେଣୁ ଭାଷାର ଏକତା ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା । ମାନବ ଆକୃତି ପ୍ରକୃତିରେ ଭିନ୍ନ ହୋଇପାରେ; ଭିନ୍ନ ଜଳବାୟୁରେ ବଢ଼ିପାରେ । ତେବେ ତାର ଅନ୍ୟ ମାନବ ସହିତ ମିଳନ କେଉଁଠାରେ? ଭାବରେ, ଚିନ୍ତାରେ ସ୍ଥୂଳତଃ ସଭ୍ୟତାରେ ଭାରତରେ ଆର୍ଯ୍ୟ ଉପନିବେଶ ବଢ଼ିଲା । କ୍ରମେ ଶୂରସେନ ବା ମହାରାଷ୍ଟ୍ରର ଆର୍ଯ୍ୟ ସହିତ ମଗଧ ଆର୍ଯ୍ୟର ପାର୍ଥକ୍ୟ ଜନ୍ମିଲା । ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ବଢ଼ିଲା ମାତ୍ର ସଂସ୍କୃତ ଭାଷା ଓ ବୈଦିକ ଭାବ ଏ ବହୁଳ ସ୍ୱାତନ୍ତ୍ର୍ୟ ମଧ୍ୟରେ ସୁନ୍ଦର ସୁଦୃଢ଼ ଏକତା ରଖିଥିଲା ଏବଂ ଆଜିଯାଏ ରହିଅଛି । ଦ୍ରାବିଡ଼ ସଙ୍ଗେ ଆର୍ଯ୍ୟର ସଂଘର୍ଷ ହେଲା । ସେ କ୍ରମେ ଆର୍ଯ୍ୟ ଭାଷା, ଆର୍ଯ୍ୟ ଭାବ ଏବଂ ଆର୍ଯ୍ୟ ସଭ୍ୟତା ଗ୍ରହଣ କଲେ । ପରିଣାମରେ ଦ୍ରାବିଡ଼ ଆର୍ଯ୍ୟ ସଙ୍ଗେ ଏକାବେଳକେ ମିଶିଗଲେ ।</p> <p style="text-align: justify;">ଆଜି ଭାରତର ପ୍ରାଦେଶିକ ସ୍ୱାତନ୍ତ୍ର୍ୟକ୍ରମେ ନଷ୍ଟ ହୋଇଯାଉଅଛି । ନଷ୍ଟ ହୋଇ ବି ଭାରତ ମହାଜାତୀୟ ଏକତା ଆଡ଼କୁ ଯାଉଛି ନା? ବରଂ ପ୍ରତ୍ୟେକ ପ୍ରଦେଶରେ ଶତ ନୂତନ ସ୍ୱାର୍ଥ ଓ ସ୍ୱାତନ୍ତ୍ର୍ୟ ସୃଷ୍ଟି ହେଉଛି । ଯାତାୟତର ସୁବିଧା ହୋଇଅଛି । ପ୍ରଦେଶମାନଙ୍କ ପରସ୍ପର ସହିତ ସମ୍ପର୍କ ବଢୁଅଛି । ଏକ ପ୍ରଦେଶରେ କେବଳ ଜାତୀୟ ଲୋକ ଆଉ ଏବେ ନାହାନ୍ତି । ନନା ବର୍ଣ୍ଣ, ଧର୍ମ,&nbsp; ସମାଜର ଲୋକେ ଏକ ସ୍ଥାନରେ ଅଧିବାସ କରୁଅଛନ୍ତି । ସେମାନେ ନିଜନିଜର ଭାଷା, ଭାବ, ବ୍ୟବହାର, ରୀତି, ନୀତି, ସମାଜ, ସାହିତ୍ୟ ଓ ଇତିହାସ ସବୁକୁ ସଙ୍ଗେ ଘେନି ଆସୁଅଛନ୍ତି । ତାହା ସବୁ ଛାଡ଼ିବାକୁ ଆଦୌ ପ୍ରସ୍ତୁତ ନୁହନ୍ତି । କାର୍ଯ୍ୟ ଉପଲକ୍ଷେ ବା ଘଟନାସୂତ୍ରରେ ଯେଉଁ ସ୍ଥାନ ବା ପ୍ରଦେଶରେ ଆସି ବାସକଲେ ସେଠାର ସଭ୍ୟତା, ସାହିତ୍ୟ ଓ ଭାଷା ଆଦିକୁ ନିଜର ବୋଲି ଗ୍ରହଣ କରିବାକୁ କୁଣ୍ଠିତ । ତେବେ ଆଉ ପ୍ରାଦେଶିକ ଏକତା ସମ୍ଭବ କିପରି? ଭାରତ ଜାତୀୟତା ତ ଦୂରର କଥା ।</p> <p style="text-align: justify;">&nbsp;&nbsp;&nbsp;&nbsp;&nbsp;&nbsp;&nbsp; ଯେଉଁ ଭାଷା, ଭାବ ଓ ସଭ୍ୟତାର ଏକତାରେ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ମଧ୍ୟରେ ଭାରତୀୟ ସଭ୍ୟତା ଆଜିଯାଏଁ ଜୀବିତ ରହିଅଛି, ଉପସ୍ଥିତ କ୍ଷେତ୍ରରେ ପ୍ରାଦେଶିକ ସଭ୍ୟତାର ବ୍ୟକ୍ତିତ୍ୱ ରକ୍ଷା ନିମନ୍ତେ ସେହି ପନ୍ଥା ଅବଲମ୍ବନ କରିବାକୁ ହେବ । ଟିକିଏ ତଳେଇ ଦେଖିଲେ ଦେଖିଲେ ଦେଖାଯିବ , ଭାବ ଓ ସଭ୍ୟତାର ମୂଳରେ ଭାଷା । ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ । ସୁତରାଂ ସଭ୍ୟତା ଏକ ନହୋଇ ଅନ୍ୟଥା ହୋଇନପାରେ । ପୃଥିବୀର ସମସ୍ତ ସଭ୍ୟଦେଶ ଏହି ନୀତି ଗ୍ରହଣ କରିଅଛନ୍ତି । ଆମେରିକାର ଯୁକ୍ତ ପ୍ରଦେଶରେ ନାନା ଜାତିର ଲୋକେ ବାସ କରନ୍ତି - ଇଂରେଜ, ଜର୍ମାନ୍, ପର୍ଟୁଗୀଜ୍ - ସବୁ ଜାତିର ଲୋକେ ଅଛନ୍ତି । ପ୍ରତ୍ୟେକ ପ୍ରଦେଶର ଆଇନ୍ କାନୁନ ବିଧି ବ୍ୟବସ୍ଥା ପୃଥକ୍ । କିନ୍ତୁ ସେ ସମସ୍ତେ ଇଂରେଜୀ ଭାଷାକୁ ରାଜ୍ୟର ଭାଷା ରୂପେ ଗ୍ରହଣ କରିଅଛନ୍ତି । ଇଂରେଜୀ ଭାଷା ଗ୍ରହଣ ନକରିବା ଯାଏଁ କାହାରିକୁ ଯୁକ୍ତରାଜ୍ୟ ପ୍ରଜା ଅଧିକାର ଦିଆଯାଏ ନାହିଁ । ସମସ୍ତ ରାଜ୍ୟରେ ଏକଭାଷା ପ୍ରଚଳିତ ହେବାରୁ ପ୍ରାଦେଶିକ ନାନା ପାର୍ଥକ୍ୟ ଥିଲେ ସୁଦ୍ଧା ସମସ୍ତ ରାଜ୍ୟରେ ଏକ ଭାଷା ପ୍ରଚଳିତ ହେବାରୁ ପ୍ରାଦେଶିକ ନାନା ପାର୍ଥକ୍ୟ ଥିଲେ ସୁଦ୍ଧା ସମଗ୍ର ରାଜ୍ୟରେ ଗୋଟାଏ ଜାତୀୟ ଭାବ ନିରନ୍ତର ଜାଗ୍ରତ ରହିଅଛି । ଆଜିକାଲି ଭାରତର ଏକ ଏକ ପ୍ରଦେଶରେ ନାନାବିଧ ଲୋକେ ଅଛନ୍ତି । କ୍ରମେ ଆଉ ନୂତନ ସମ୍ପ୍ରଦାୟ ଓ ସମାଜର ଲୋକେ ମିଶୁଛନ୍ତି । କୌଣସି ସ୍ଥାନରେ ପୂର୍ବର ଅବିମିଶ୍ରତା ନାହିଁ । ଏହି ନାନାବିଧ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ସେ ସମସ୍ତଙ୍କର ସେହି ଦେଶଭାଷା ଗ୍ରହଣ କରିନେବା ଉଚିତ । ତାହାହେଲେ ସେମାନଙ୍କର ଭାବ ଓ ଚିନ୍ତାରେ ସାମଞ୍ଜସ୍ୟ ଆସିବ । ସେ ପ୍ରଦେଶର ସ୍ମୃତି, ସାହିତ୍ୟ, ଇତିହାସ ଆଡ଼କୁ ସେମାନେ ନିଜର କରିନେବେ ଏବଂ ସେ ପ୍ରଦେଶ ଓ ତାହାର ଅତୀତ ଓ ଭବିଷ୍ୟତରେ ସେ ସମସ୍ତଙ୍କର ଆସ୍ଥା ଓ ମମତା ଜନ୍ମିବ । ଯେତେଦୂର ସମ୍ଭବ ଏକ ଭାଷା ପ୍ରଚଳିତ ସ୍ଥାନମାନ ଏକ ଶାସନାଧୀନରେ ନଆସିଲେ ଏ ଉଦ୍ଦେଶ୍ୟ ସିଦ୍ଧ ହୋଇପାରିବ ନାହିଁ ।</p> a7kvwxfzr7e0shf1930udru5d3ck11q କେହୁ ଦେଖିଛ କି ବେନି ନେତ୍ରରେ 0 8200 58894 21800 2025-06-04T06:42:22Z ବାଦଲ ପ୍ରଧାନ 2871 58894 wikitext text/x-wiki {{header | title= <big>କେହୁ ଦେଖିଛ କି ବେନି ନେତ୍ରରେ‎</big> | author= ଭୀମ ଭୋଇ | translator = | section = କେହୁ ଦେଖିଛ କି ବେନି ନେତ୍ରରେ‎ | previous= [[ନିର୍ବେଦେ ରହିଛି ଅଣଅକ୍ଷର ହେ]] | next = [[ଚିହ୍ନି ଭଜିଲେ ଜାଣି ପ୍ରସନ୍ନ ହେବେ]] | year = | notes= }} <center> {{larger|କେହୁ ଦେଖିଛ କି ବେନି ନେତ୍ରରେ‎}} <poem> କେହୁ ଦେଖିଛ କି ବେନି ନେତ୍ରରେ ବୃଦ୍ଧ ବୟସରେ ଅତିଥି ବେଶରେ ଯାଉଥିଲେ ଏହି ପଥରେ । ଘୋଷା । ପିତା ମାତା ନାହିଁ ଜନମ ହୋଇଲେ ସ୍ତନ ନ ଚୁମ୍ବିଣ କ୍ଷୀର ଖାଇଲେ ବାପଧନ ବୋଲି ଗେଲ କରୁଥିଲି ବସିଥିଲେ ମୋର କୋଳରେ ।୧। ବଢି ନାହାନ୍ତି ସେ ସାନ ପିଲାଟି ବୃଦ୍ଧା ହୋଇଅଛି ଯୁବା ତେଜଟି ଗୋରା ନ ଦିଶନ୍ତି କାଳିଆ ନୁହନ୍ତି ସ୍ୱରୂପକ ଦୁଇ ମଧ୍ୟରେ ।୨। ଘରୁ କେଭେଁ ନୋହିଥିଲେ ବାହାର ଖଜା ଚୁଡା ଦେଇନାହିଁ ଆହାର ସୁଝାଇ ଗଣାଇ ନାମ ଦେଇନାହିଁ ଧୂଳି ଖେଳୁଥିଲେ ଦାଣ୍ଡରେ ।୩। ରୂପ ବର୍ଣ୍ଣ ନାହିଁ ଝଳି ଦିଶନ୍ତି ପାଦ ପାଣି ନାହିଁ ଚାଲୁ ଅଛନ୍ତି ବସ୍ତ୍ର ନାହିଁ ବୃକ୍ଷ ବକଳ ପିନ୍ଧନ୍ତି ଆଡବନ୍ଧ ନାହିଁ କଟିରେ ।୪। ମୋତେ ଧରିତ୍ରୀ ଆକାଶ କହିଲେ ପୁତ୍ର ଯୋଗୀନ୍ଦ୍ର ହେଲଣି ବୋଇଲେ ବ୍ରହ୍ମାଣ୍ଡ ଉଦ୍ଧାର କରିବେ କୁମର ଘୋର କଳିକାଳ ଯୁଗରେ ।୫। ସର୍ବ ଶୁଭେ ଯେବେ ଭେଟ ପାଆନ୍ତି କୋଳେ ଧରି ମୁଖେ ଚୁମ୍ବ ଦିଅନ୍ତି ଭଣେ ଭୀମହୀନ ପାମର ଅଜ୍ଞାନ ଲୋଡୁଛି ବ୍ରହ୍ମାଣ୍ଡ ଭିତରେ ।୬। </poem> </center> g8oj4qtjsahebqkemgj0t9i0km29koo ପୃଷ୍ଠା:Biswash.pdf/୩୧ 250 12144 58886 58760 2025-06-03T14:53:52Z Ssgapu22 248 /* ପ୍ରମାଣିତ କରିବେ */ 58886 proofread-page text/x-wiki <noinclude><pagequality level="3" user="Ssgapu22" /></noinclude><center>{{Xx-larger|'''ଠିକଣା'''}}</center> {{Css image crop |Image = Biswash.pdf |Page = 31 |bSize = 366 |cWidth = 236 |cHeight = 291 |oTop = 219 |oLeft = 89 |Location = center |Description = }}<noinclude></noinclude> 9kuvwr4hni90gcxfu7xqubbrgfyfup4 ପୃଷ୍ଠା:Biswash.pdf/୩୨ 250 12145 58887 58830 2025-06-03T14:54:15Z Ssgapu22 248 58887 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>{{gap}}ବସନ୍ତର ପବନରେ ଗଛ ସବୁ ପତ୍ରଝଡ଼ା ଦେଉଥାନ୍ତି ଥିରିଥିରି । ମଳୟ ପବନ ସାଙ୍ଗକୁ ମଳୟର ବାସ୍ନା ଦେହ ଶିହରାଇ ଦେଉଥାଏ । ଠିକ୍ ଏଇ ସମୟରେ ପାର୍କର ଫୁଟ୍‌ପାଥ୍ ଉପରେ ପଦଚାରଣ କରୁଥାନ୍ତି ରମେଶ ଆଉ ରଶ୍ମୀ । ଥାଏ ଆଖିରେ ଅସୁମାରୀ ସ୍ୱପ୍ନ, ସାମ୍ନାରେ ରଙ୍ଗୀନ ଦୁନିଆ ଆଉ ବିରାଟ ପ୍ରଶ୍ନବାଚୀ । ଏଇ ମଳୟ କ’ଣ ସବୁଦିନ ରହିବ? ଆଉ ଏ ଆଖିର ସ୍ୱପ୍ନ?? ପୁଣି ପ୍ରଶ୍ନର ପ୍ରଶ୍ନ ହୋଇ ମିଳାଇ ଯାଉଥାଏ ନୀରବ ଆକାଶରେ । {{gap}}ହଠାତ୍ ପବନ ଗତିଶୀଳ ହେବାକୁ ଲାଗିଲା । କୁଆଡ଼େ ଥିଲା କେଜାଣି କଳାହାଣ୍ଡିଆ ମେଘଟା ବରକୋଳିଆ ଟୋପା ନେଇ ବର୍ଷିବାରେ ଲାଗିଲା । ସମସ୍ତେ ଏପାଖ ସେପାଖ ଦୈଉଡ଼ିବାରେ ଲାଗିଥାନ୍ତି । ରମେଶ ଆଉ ରଶ୍ମୀ ମଧ୍ୟ ଦଉଡ଼ି ଦଉଡ଼ି ଗୋଟେ ବନ୍ଦ ଦୋକାନ ବାରଣ୍ଡା ପାଖରେ ପହଞ୍ଚିଲେ । ବର୍ଷା ବଢ଼ିବାରେ ଲାଗିଥାଏ, ଛାଡ଼ିବାର ନାଁ ନେଉନଥାଏ । ହାତରେ ହାତ ଛନ୍ଦି ଛପରରୁ ଝରିପଡ଼ୁଥିବା ପାଣିକୁ ହାତରେ ଧରି ଆଳାପ କରୁକରୁ ନଜର ପଡ଼ିଲା ଟିକେ ଦୂରରେ ବେଞ୍ଚ ଉପରେ ବସିଥିବା ଝିଅଟା ଉପରେ । ଚୁପ୍‌ଚାପ୍ ବସିଥାଏ, ଆଖିରେ ଆଖିଏ ବିରହର ଅଶ୍ରୁ ନେଇ । ଆଖପାଖରେ କେହିନଥାନ୍ତି, ବୋଧହୁଏ ଏକୁଟିଆ ଆସିଛି ଆଉ କିଛି ଅସୁବିଧାରେ ପଡ଼ିଛି ! କାହାକୁ କିଛି କହିବା ଆଗରୁ ରମେଶର ହାତ ରୋକି ଦେଇ ଆଗକୁ ବଢ଼ିଲା ରଶ୍ମୀ ମନରେ ଅଶୁମାରୀ ପ୍ରଶ୍ନ ନେଇ । ପ୍ରେମ ଭରା ସ୍ପର୍ଶ ଦେଇ ପାଖରେ ବସିଲା ରଶ୍ମୀ । ପଚାରିବାରେ ଲାଗିଲା ଅଶୁମାରୀ ପ୍ରଶ୍ନ । ଆଉ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ସେତିକି ରୋଚକ ଥିଲା । ସେ ସବୁ ପ୍ରଶ୍ନର ଉତ୍ତରକୁ ଗୋଟିଏ ଅକ୍ଷରରେ ସାରି ଦେଲା । ଉତ୍ତର ଥିଲା “ନା” । କେହି ଅଛନ୍ତି ନିଜର ନା କେହି ଅଛି ଆପଣାର, ନିସ୍ତବ୍ଧ ସମୟରେ ଶୂନ୍ୟ ପ୍ରତିଧ୍ୱନୀ ଛଡ଼ା ବାକି କିଛି ନାହିଁ । ଆଉ ଯେଉଁମାନେ ନିଜର ନିଜର ବୋଲି ଅଧିକାର ସାବ୍ୟସ୍ତ କରୁଥିଲେ ସେମାନେବି ଲୁଚିଗଲେ ମେଘର ଆଢ଼ୁଆଳେ । {{gap}}ତୀର୍ଯ୍ୟକ ଅପରାହ୍ନଟା ମେଘର ଆଢ଼ୁଆଳେ ଅନ୍ଧାର ହୋଇ ସାରିଥିଲା ଆଉ ଏହାରି ଭିତରେ ରମେଶକୁ କିଛି ବୁଝା ପଡ଼ୁ ନଥାଏ । ଅନେକ ସମୟର ଅପେକ୍ଷା ପରେ<noinclude></noinclude> rndrj8xj5466xwarmlq9f31urhtfnos 58888 58887 2025-06-03T14:54:26Z Ssgapu22 248 /* ପ୍ରମାଣିତ କରିବେ */ 58888 proofread-page text/x-wiki <noinclude><pagequality level="3" user="Ssgapu22" /></noinclude>{{gap}}ବସନ୍ତର ପବନରେ ଗଛ ସବୁ ପତ୍ରଝଡ଼ା ଦେଉଥାନ୍ତି ଥିରିଥିରି । ମଳୟ ପବନ ସାଙ୍ଗକୁ ମଳୟର ବାସ୍ନା ଦେହ ଶିହରାଇ ଦେଉଥାଏ । ଠିକ୍ ଏଇ ସମୟରେ ପାର୍କର ଫୁଟ୍‌ପାଥ୍ ଉପରେ ପଦଚାରଣ କରୁଥାନ୍ତି ରମେଶ ଆଉ ରଶ୍ମୀ । ଥାଏ ଆଖିରେ ଅସୁମାରୀ ସ୍ୱପ୍ନ, ସାମ୍ନାରେ ରଙ୍ଗୀନ ଦୁନିଆ ଆଉ ବିରାଟ ପ୍ରଶ୍ନବାଚୀ । ଏଇ ମଳୟ କ’ଣ ସବୁଦିନ ରହିବ? ଆଉ ଏ ଆଖିର ସ୍ୱପ୍ନ?? ପୁଣି ପ୍ରଶ୍ନର ପ୍ରଶ୍ନ ହୋଇ ମିଳାଇ ଯାଉଥାଏ ନୀରବ ଆକାଶରେ । {{gap}}ହଠାତ୍ ପବନ ଗତିଶୀଳ ହେବାକୁ ଲାଗିଲା । କୁଆଡ଼େ ଥିଲା କେଜାଣି କଳାହାଣ୍ଡିଆ ମେଘଟା ବରକୋଳିଆ ଟୋପା ନେଇ ବର୍ଷିବାରେ ଲାଗିଲା । ସମସ୍ତେ ଏପାଖ ସେପାଖ ଦୈଉଡ଼ିବାରେ ଲାଗିଥାନ୍ତି । ରମେଶ ଆଉ ରଶ୍ମୀ ମଧ୍ୟ ଦଉଡ଼ି ଦଉଡ଼ି ଗୋଟେ ବନ୍ଦ ଦୋକାନ ବାରଣ୍ଡା ପାଖରେ ପହଞ୍ଚିଲେ । ବର୍ଷା ବଢ଼ିବାରେ ଲାଗିଥାଏ, ଛାଡ଼ିବାର ନାଁ ନେଉନଥାଏ । ହାତରେ ହାତ ଛନ୍ଦି ଛପରରୁ ଝରିପଡ଼ୁଥିବା ପାଣିକୁ ହାତରେ ଧରି ଆଳାପ କରୁକରୁ ନଜର ପଡ଼ିଲା ଟିକେ ଦୂରରେ ବେଞ୍ଚ ଉପରେ ବସିଥିବା ଝିଅଟା ଉପରେ । ଚୁପ୍‌ଚାପ୍ ବସିଥାଏ, ଆଖିରେ ଆଖିଏ ବିରହର ଅଶ୍ରୁ ନେଇ । ଆଖପାଖରେ କେହିନଥାନ୍ତି, ବୋଧହୁଏ ଏକୁଟିଆ ଆସିଛି ଆଉ କିଛି ଅସୁବିଧାରେ ପଡ଼ିଛି ! କାହାକୁ କିଛି କହିବା ଆଗରୁ ରମେଶର ହାତ ରୋକି ଦେଇ ଆଗକୁ ବଢ଼ିଲା ରଶ୍ମୀ ମନରେ ଅଶୁମାରୀ ପ୍ରଶ୍ନ ନେଇ । ପ୍ରେମ ଭରା ସ୍ପର୍ଶ ଦେଇ ପାଖରେ ବସିଲା ରଶ୍ମୀ । ପଚାରିବାରେ ଲାଗିଲା ଅଶୁମାରୀ ପ୍ରଶ୍ନ । ଆଉ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ସେତିକି ରୋଚକ ଥିଲା । ସେ ସବୁ ପ୍ରଶ୍ନର ଉତ୍ତରକୁ ଗୋଟିଏ ଅକ୍ଷରରେ ସାରି ଦେଲା । ଉତ୍ତର ଥିଲା “ନା” । କେହି ଅଛନ୍ତି ନିଜର ନା କେହି ଅଛି ଆପଣାର, ନିସ୍ତବ୍ଧ ସମୟରେ ଶୂନ୍ୟ ପ୍ରତିଧ୍ୱନୀ ଛଡ଼ା ବାକି କିଛି ନାହିଁ । ଆଉ ଯେଉଁମାନେ ନିଜର ନିଜର ବୋଲି ଅଧିକାର ସାବ୍ୟସ୍ତ କରୁଥିଲେ ସେମାନେବି ଲୁଚିଗଲେ ମେଘର ଆଢ଼ୁଆଳେ । {{gap}}ତୀର୍ଯ୍ୟକ ଅପରାହ୍ନଟା ମେଘର ଆଢ଼ୁଆଳେ ଅନ୍ଧାର ହୋଇ ସାରିଥିଲା ଆଉ ଏହାରି ଭିତରେ ରମେଶକୁ କିଛି ବୁଝା ପଡ଼ୁ ନଥାଏ । ଅନେକ ସମୟର ଅପେକ୍ଷା ପରେ<noinclude></noinclude> 0sspw87a4ja3pd8109c6rk27cmo1mr3 ପୃଷ୍ଠା:Biswash.pdf/୩୩ 250 12146 58889 58831 2025-06-03T14:54:50Z Ssgapu22 248 58889 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ପାଖକୁ ଆସିଲା । ଧଳା ଓଢ଼ଣୀ ଭିତରୁ ମୁହଁଟାକୁ ଦେଖି ଚମକି ପଡ଼ିଲା । ଶ୍ରାବଣୀ ତୁ ! ଏଠି କ’ଣ କରୁଛୁ? ଏଇ ପାଖରେ ମୁଁ ଘର ନେଇଛି । ଚାଲ ସେଠି ବସି କଥା ହେବା । {{gap}}ରଶ୍ମୀ - ତୁମେ ୟାଙ୍କୁ ଜାଣିଛ !? ତାହାଲେ ଭଲ ହେଲା । ଏ ବହୁତ ଡରି ଯାଇଛନ୍ତି ବୋଧେ, ଚାଲ ଘରକୁ ଯିବା । {{gap}}ରମେଶ - ହଁ ମୋ ପିଲା ଦିନର ସାଙ୍ଗ, ଛ’ ବର୍ଷ ପରେ ଦେଖା । ଚାଲ ଘରକୁ ଯିବା ଶ୍ରାବଣୀ । {{gap}}ଶ୍ରାବଣୀ - ଜୀବନର ଚଲାବାଟରେ ସମୁଦ୍ରର ଜୁଆରଟା ସବୁକିଛି ଧୋଇ ନେଲାପରେ ଆଉ କ’ଣ ଅଛି ଯେ ମୁଁ ଏଠୁ ଯିବି? {{gap}}ରଶ୍ମୀ - କ’ଣ ହୋଇଛି ସିଧା ସିଧା କୁହନ୍ତୁ । କିଛି ବି ବୁଝାପଡ଼ୁନି, ପ୍ଲିଜ୍ କୁହନା !!! {{gap}}ଚଇତାଳି ପବନରେ ପଳାଶ ଫୁଲ ପରି ଜୀବନଟା ନାଲି ଟହ ଟହ ହୋଇ ଚହଟୁଥିବା ବେଳେ ପ୍ରୀତିର ଫୁଲ ନେଇ କେହିଜଣେ ଆସିଲା । ତା’ର ସେହି ମିଠା ମିଠା ସ୍ପର୍ଶରେ ନାଲି ନାଲି ଜୀବନକୁ ରଙ୍ଗୀନ କରିଦେଲା, ବାସ ବି ଭରିଲା । ଆଉ ଆମେ ଏହି ସୁନ୍ଦର ଜୀବନର ମୁକ୍ତ ପକ୍ଷୀ ପରି ଘୂରି ବୁଲୁଥିଲୁ ଏପାଖ ସେପାଖ ଆକାଶ ଛାତି ଚିରି, ଚନ୍ଦ୍ରମାକୁ ଛୁଇଁବା ଯାଏଁ । {{gap}}ସୃଷ୍ଟିର ନିୟମ ଥିଲା କିଛି ଅଲଗା । ହଠାତ୍ ଦିନେ ରାଜଧାନୀର ରାଜରାସ୍ତାରେ ବୁଲୁଥିବା ବେଳେ କୁଆ କୁକୁର ପରି ମାଡ଼ିବସିଲେ । ବହୁତ ଚିତ୍କାର କଲି, ହାତ ଯୋଡ଼ିଲି କେହିବି ଶୁଣିଲେନି । ବହୁ କଷ୍ଟରେ ଜୀବନ ବଞ୍ଚାଇ ଘରେ ପହଞ୍ଚେ ତ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଭାବିଥିଲି ସମସ୍ତେ ଖୁସି ହେବେ କାହିଁକି ନା ମୁଁ ବଞ୍ଚିଛି । ସେଠି ସବୁକିଛି ଥିଲା ନୂଆ । ମୁଁ, ମୋର ପରିଚୟ, ମୋର ଠିକଣା... ଛାଡ଼ । ପୁଣି ଆଶାନେଇ ଧାଇଁ ଗଲି ମୋ ପ୍ରିୟତମ ପାଖକୁ ହେଲେ ସେଠୁ ବି ନିରାଶ । ମୋତେ କେହି କହି ପାରିବକି ମୋର ଭୁଲ କେଉଁଠି? ମୋତେ କେହି କହିପାରିବ କି ମୋର କ’ଣ କରିବାର ଥିଲା?? ହଁ ! ଯେଉଁ ଦେଶର ହାଇପ୍ରଫାଇଲ୍ କେଶ୍‌ରେ ଦୋଷୀ ଦଣ୍ଡ ପାଇବାକୁ ୭ବର୍ଷ ୩ ମାସ ସମୟ ଲାଗିଗଲା ସେଠି ମୁଁ ବା କ’ଣ !? ଛାଡ଼ ! ଆଜି ମୁଁ ମୋ ଠିକଣା ପାଇ ସାରିଛି । {{gap}}ରମେଶ ବିବ୍ରତ ହୋଇ କହିଲା, “ତୋ’ର କିଛି ହବନି ଶ୍ରାବଣୀ, ତୋ’ର କିଛି ହେବନି ।”<noinclude></noinclude> 9cuvfa3i64zmi7w54bjszhob11oyebv 58890 58889 2025-06-03T14:55:01Z Ssgapu22 248 /* ପ୍ରମାଣିତ କରିବେ */ 58890 proofread-page text/x-wiki <noinclude><pagequality level="3" user="Ssgapu22" /></noinclude>ପାଖକୁ ଆସିଲା । ଧଳା ଓଢ଼ଣୀ ଭିତରୁ ମୁହଁଟାକୁ ଦେଖି ଚମକି ପଡ଼ିଲା । ଶ୍ରାବଣୀ ତୁ ! ଏଠି କ’ଣ କରୁଛୁ? ଏଇ ପାଖରେ ମୁଁ ଘର ନେଇଛି । ଚାଲ ସେଠି ବସି କଥା ହେବା । {{gap}}ରଶ୍ମୀ - ତୁମେ ୟାଙ୍କୁ ଜାଣିଛ !? ତାହାଲେ ଭଲ ହେଲା । ଏ ବହୁତ ଡରି ଯାଇଛନ୍ତି ବୋଧେ, ଚାଲ ଘରକୁ ଯିବା । {{gap}}ରମେଶ - ହଁ ମୋ ପିଲା ଦିନର ସାଙ୍ଗ, ଛ’ ବର୍ଷ ପରେ ଦେଖା । ଚାଲ ଘରକୁ ଯିବା ଶ୍ରାବଣୀ । {{gap}}ଶ୍ରାବଣୀ - ଜୀବନର ଚଲାବାଟରେ ସମୁଦ୍ରର ଜୁଆରଟା ସବୁକିଛି ଧୋଇ ନେଲାପରେ ଆଉ କ’ଣ ଅଛି ଯେ ମୁଁ ଏଠୁ ଯିବି? {{gap}}ରଶ୍ମୀ - କ’ଣ ହୋଇଛି ସିଧା ସିଧା କୁହନ୍ତୁ । କିଛି ବି ବୁଝାପଡ଼ୁନି, ପ୍ଲିଜ୍ କୁହନା !!! {{gap}}ଚଇତାଳି ପବନରେ ପଳାଶ ଫୁଲ ପରି ଜୀବନଟା ନାଲି ଟହ ଟହ ହୋଇ ଚହଟୁଥିବା ବେଳେ ପ୍ରୀତିର ଫୁଲ ନେଇ କେହିଜଣେ ଆସିଲା । ତା’ର ସେହି ମିଠା ମିଠା ସ୍ପର୍ଶରେ ନାଲି ନାଲି ଜୀବନକୁ ରଙ୍ଗୀନ କରିଦେଲା, ବାସ ବି ଭରିଲା । ଆଉ ଆମେ ଏହି ସୁନ୍ଦର ଜୀବନର ମୁକ୍ତ ପକ୍ଷୀ ପରି ଘୂରି ବୁଲୁଥିଲୁ ଏପାଖ ସେପାଖ ଆକାଶ ଛାତି ଚିରି, ଚନ୍ଦ୍ରମାକୁ ଛୁଇଁବା ଯାଏଁ । {{gap}}ସୃଷ୍ଟିର ନିୟମ ଥିଲା କିଛି ଅଲଗା । ହଠାତ୍ ଦିନେ ରାଜଧାନୀର ରାଜରାସ୍ତାରେ ବୁଲୁଥିବା ବେଳେ କୁଆ କୁକୁର ପରି ମାଡ଼ିବସିଲେ । ବହୁତ ଚିତ୍କାର କଲି, ହାତ ଯୋଡ଼ିଲି କେହିବି ଶୁଣିଲେନି । ବହୁ କଷ୍ଟରେ ଜୀବନ ବଞ୍ଚାଇ ଘରେ ପହଞ୍ଚେ ତ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଭାବିଥିଲି ସମସ୍ତେ ଖୁସି ହେବେ କାହିଁକି ନା ମୁଁ ବଞ୍ଚିଛି । ସେଠି ସବୁକିଛି ଥିଲା ନୂଆ । ମୁଁ, ମୋର ପରିଚୟ, ମୋର ଠିକଣା... ଛାଡ଼ । ପୁଣି ଆଶାନେଇ ଧାଇଁ ଗଲି ମୋ ପ୍ରିୟତମ ପାଖକୁ ହେଲେ ସେଠୁ ବି ନିରାଶ । ମୋତେ କେହି କହି ପାରିବକି ମୋର ଭୁଲ କେଉଁଠି? ମୋତେ କେହି କହିପାରିବ କି ମୋର କ’ଣ କରିବାର ଥିଲା?? ହଁ ! ଯେଉଁ ଦେଶର ହାଇପ୍ରଫାଇଲ୍ କେଶ୍‌ରେ ଦୋଷୀ ଦଣ୍ଡ ପାଇବାକୁ ୭ବର୍ଷ ୩ ମାସ ସମୟ ଲାଗିଗଲା ସେଠି ମୁଁ ବା କ’ଣ !? ଛାଡ଼ ! ଆଜି ମୁଁ ମୋ ଠିକଣା ପାଇ ସାରିଛି । {{gap}}ରମେଶ ବିବ୍ରତ ହୋଇ କହିଲା, “ତୋ’ର କିଛି ହବନି ଶ୍ରାବଣୀ, ତୋ’ର କିଛି ହେବନି ।”<noinclude></noinclude> 10y9a4674fwfqnsgdmze46g6g76s51z ପୃଷ୍ଠା:Biswash.pdf/୩୪ 250 12147 58891 58832 2025-06-03T14:55:19Z Ssgapu22 248 58891 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>{{gap}}ରଶ୍ମୀ - ମୁଁ ଶ୍ରାବଣୀର କେସ୍ ହେଣ୍ଡେଲ୍ କରୁଛି ରମେଶ । ଆଜିକୁ ପ୍ରାୟ ୬ ମାସ ତଳେ ଏହି ଦୋକାନ ପାଖରେ ଆତ୍ମହତ୍ୟା କରିଥିଲା । {{gap}}ରମେଶ - ଏବେ... ଶ୍ରାବଣୀ !!! ମାନେ... {{gap}}ରଶ୍ମୀ - ହଁ ! {{gap}}ବାସ୍ତବରେ ଦୋଷୀଠାରୁ ବେଶୀ ନିର୍ଦ୍ଦୋଷ ହିଁ ଫାଶିରେ ଝୁଲୁଛି । ଏଠି ଦୋଷୀ ଯେତକି ଦଣ୍ଡର ହକଦାର ଏଠି ସମାଜ ମଧ୍ୟ ସମ ପରିମାଣରେ ଦଣ୍ଡର ହକଦାର । <center><big>'''* * *'''</big></center><noinclude></noinclude> gupzjfkmee9q6862w1xj4g85rt5b0mk 58892 58891 2025-06-03T14:55:34Z Ssgapu22 248 /* ପ୍ରମାଣିତ କରିବେ */ 58892 proofread-page text/x-wiki <noinclude><pagequality level="3" user="Ssgapu22" /></noinclude>{{gap}}ରଶ୍ମୀ - ମୁଁ ଶ୍ରାବଣୀର କେସ୍ ହେଣ୍ଡେଲ୍ କରୁଛି ରମେଶ । ଆଜିକୁ ପ୍ରାୟ ୬ ମାସ ତଳେ ଏହି ଦୋକାନ ପାଖରେ ଆତ୍ମହତ୍ୟା କରିଥିଲା । {{gap}}ରମେଶ - ଏବେ... ଶ୍ରାବଣୀ !!! ମାନେ... {{gap}}ରଶ୍ମୀ - ହଁ ! {{gap}}ବାସ୍ତବରେ ଦୋଷୀଠାରୁ ବେଶୀ ନିର୍ଦ୍ଦୋଷ ହିଁ ଫାଶିରେ ଝୁଲୁଛି । ଏଠି ଦୋଷୀ ଯେତକି ଦଣ୍ଡର ହକଦାର ଏଠି ସମାଜ ମଧ୍ୟ ସମ ପରିମାଣରେ ଦଣ୍ଡର ହକଦାର । <center><big>'''* * *'''</big></center><noinclude></noinclude> qoldhjrjufeqt1z7pkyoimtixv47qq4