ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.45.0-wmf.4 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ପୃଷ୍ଠା:Biswash.pdf/୪୨ 250 12157 58910 58763 2025-06-07T17:46:20Z Ssgapu22 248 /* ପ୍ରମାଣିତ କରିବେ */ 58910 proofread-page text/x-wiki <noinclude><pagequality level="3" user="Ssgapu22" /></noinclude><center>{{Xx-larger|'''ପ୍ରକୃତି ଓ ସଂସ୍କୃତି'''}}</center> {{Css image crop |Image = Biswash.pdf |Page = 42 |bSize = 366 |cWidth = 299 |cHeight = 249 |oTop = 260 |oLeft = 36 |Location = center |Description = }}<noinclude></noinclude> 1zqoa7yf0xo4azfj1iksokush3d4yg3 ପୃଷ୍ଠା:Biswash.pdf/୪୩ 250 12159 58911 58873 2025-06-07T17:47:18Z Ssgapu22 248 /* ପ୍ରମାଣିତ କରିବେ */ 58911 proofread-page text/x-wiki <noinclude><pagequality level="3" user="Ssgapu22" /></noinclude>{{gap}}ଡିଜେ ଭଜନରେ ଗାଁ ଦାଣ୍ଡ କମ୍ପିଉଠୁଥାଏ । ମଝିରେ ମଝିରେ ହରିବୋଲ ସାଙ୍ଗକୁ ଗାଁ ପିଲାମାନଙ୍କ ଚିତ୍କାର ଦେହକୁ ଶିହରାଇ ଦେଉଥାଏ । ଆଉ ନିଜକୁ ସମ୍ଭାଳି ପାରିଲାନି ଚନ୍ଦନ । ଧାଇଁଆସିଲା ଜେଜେଙ୍କ ପାଖକୁ; “ଜେଜେ... ଜେଜେ... ଚାଲ ଆମେ ଦୋଳମଣ୍ଡପ ପାଖକୁ ଯିବା ମୋର ସବୁସାଙ୍ଗମାନେ ସେଠାକୁ ଆସିଛନ୍ତି । ଚାଲନା ଜେଜେ ।” {{gap}}ଚେୟାର ଉପରୁ ନିଜକୁ ପ୍ରସ୍ତୁତ୍ କରିନେଇ ଜେଜେ କହିଲେ, “ନା’ରେ ବାବା ମୋର ସେଠାକୁ ଯିବାର ନାହିଁ କି ଭଗବାନଙ୍କୁ ଅପମାନ କରିବାର ନାହିଁ । ତା’ ପରେ ବି ମୋ ଦେହ ଭଲ ନାହିଁ । ତୁଚ୍ଛାକୁ ଦେହ କିଆଁ ବିଗାଡ଼ିବି !? ତୁ ଯା’ ତୋ’ ମମିକୁ କହିବୁ ।” {{gap}}“ମମି ବାବାଙ୍କ ସଙ୍ଗେ ବଜାରକୁ ଯାଇଛନ୍ତି ପରା ରଙ୍ଗ ଆଣିବାକୁ । ତୁମେ ଚାଲନା ପ୍ଲିଜ୍ ଜେଜେ ଚାଲନା ।” {{gap}}“ଦେଖ ଚନ୍ଦନ ତୁ ଜିଦ୍ଦି କରନା । ସେଠାରେ ତ ମେଞ୍ଚା ମେଞ୍ଚା ଭଗବାନ ଫଟୋ ଥିବା ସିନ୍ଦୂର, ଧୂପ, ବିସ୍କୁଟ୍, ଚେନାଚୁରର କାଗଜ ଜରି ସବୁ ତଳେ ଗଡ଼ୁଥିବେ । ସେମାନଙ୍କ ଠାରୁ ନିଜକୁ ରକ୍ଷା କରି ଦୋଳ ମଣ୍ଡପରେ ଭଗବାନଙ୍କୁ କେମିତି ପୂଜାକରିବା? ତା’ ପରେ ଏହି ଡିଜେ ଭଜନରେ ଉଦଣ୍ଡିଆ ନାଚ କ’ଣ ଆମକୁ ଶୋଭା ଦେଉଛି ! ଏମିତିରେ ମୋର ସବୁ ରୋଗ ଆଉ ବିଗାଡ଼ିବାକୁ ଯିବିନି । ତୁ ଯା...” {{gap}}ମନ ଦୁଃଖ କରି ତୁନି ହୋଇ ବସିଲା ଚନ୍ଦନ ଆଉ କହିଲା, “ତୁମେ ପରା କହୁଥିଲ ଭଗବାନ ସବୁଠି ଅଛନ୍ତି ତା’ହାଲେ ବିସ୍କୁଟ୍ ଚେନାଚୁର ଜରି କାହିଁକି ଦେଖୁଛ ଯେ !? ବରଷକରେ ଥରେ ଦୋଳ ପୂର୍ଣ୍ଣିମା ଆସିଛି । ପାଗ ବି ଭଲ ଅଛି ତା’ ପରେ ବି ତୁମେ ଏମିତି କାହିଁକି କହୁଛ ଜେଜେ? ପ୍ଲିଜ୍ ଚାଲନା ।” {{gap}}“ଆମ ସଂସ୍କୃତି ଆମ ପରମ୍ପରା ନାମରେ ବିଦେଶୀ ସଂସ୍କୃତିର ତଡ଼କାରେ ଭକ୍ତି ଭାବନା ନାମରେ ବେପାରକୁ ଅଗ୍ରାଧିକାର ଦିଆଯାଉଛି । ବିବାହଠାରୁ ବ୍ରତଘର,<noinclude></noinclude> ntwjhttjw1vriwnj2wvpau5vqp1obta ପୃଷ୍ଠା:Biswash.pdf/୪୪ 250 12160 58912 58874 2025-06-07T17:48:11Z Ssgapu22 248 58912 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଜନ୍ମଦିନଠାରୁ ଶ୍ରାଦ୍ଧ ବାର୍ଷିକୀ ପର୍ଯ୍ୟନ୍ତ ସବୁ ମନ୍ଦିରରେ ଆୟୋଜନ ହେଉଛି । ଏପରିକି ବିଭିନ୍ନ ଧର୍ମର ଲୋକ ଭଗବାନଙ୍କ ନାମରେ ଚଡ଼ି, ବେନିୟନ୍ କମ୍ପାନୀ ମଧ୍ୟ ଭଗବାନଙ୍କ ନାମରେ କରୁଛନ୍ତି । ଏ ସବୁ ପ୍ରହସନ ଭିତରେ ଆମେମାନେ ଆମ ମୂଳ ଉଦ୍ଦେଶ୍ୟଠାରୁ ଦୂରକୁ ଚାଲିଯାଉଛୁ । ଭଗବାନଙ୍କ ନାମରେ ଭକ୍ତିଭାବଠାରୁ ବେପାରକୁ ଅଧିକ ଗୁରୁୁତ୍ୱ ଦେଉଛୁ । ତୁମେ ଏବେ କୁହ ଆମପାଇଁ ଭକ୍ତି ବଡ଼ ନା ଆମପାଇଁ ପ୍ରାପ୍ତି ବଡ଼?” {{gap}}“ସତ କଥା ଜେଜେ ହେଲେ ଆମ ସମାଜ କ’ଣ? ଏସବୁକୁ ମାନୁଛି କିଏ? ଆମେ ପାଠକୁ ଭଗବାନ ମାନୁଥିବା ବେଳେ ସବୁ ଜୋତା ତଳେ ଲେଖା ରହୁଛି । ତମାଖୁ ଗୁଟୁଖା ଦେହପାଇଁ କ୍ଷତିକାରକ ହୋଇଥିବା ବେଳେ ଭଗବାନଙ୍କ ନାମରେ ଅଧିକ ବିକ୍ରି ହେଉଛି । କିନ୍ତୁ ଆମେ କରିବା କ’ଣ? ଆଜିର ସଭ୍ୟ ସମାଜରେ ବଞ୍ଚିବାକୁ ହେଲେ ଯାବତୀୟ ଅସଭ୍ୟ କାମ କରିବାକୁ ପଡ଼ୁଛି । ନା ଅଛି ଭକ୍ତି ନା ଅଛି ମୁକ୍ତି, ଖାଲି ପ୍ରାପ୍ତି ଆଉ ପ୍ରାପ୍ତି ।” {{gap}}“ପ୍ରକୃତିକୁ ବିଗାଡ଼ିବାକୁ ଯାଇ ବନ୍ୟା, ବାତ୍ୟା, ଭୂମିକମ୍ପ ସବୁ ଯାବତୀୟ ପ୍ରାକୃତିକ ବିପଯ୍ୟୟ ସବୁ ଏଇଥିପାଇଁ । ଦେଖୁନୁ ଚୀନରେ ଏହି ପ୍ରକୃତିକୁ ବିଗାଡ଼ିବାକୁ ଯାଇ କରୋନାରେ ହଜାର ହଜାର ସଂଖ୍ୟାରେ ମରିଗଲେ । ଆମ ବେଳ ବେଶୀ ଦୂର ନୁହେଁ, ଏବେଠୁ ସତର୍କ ହେବାର ସମୟ ଆସିଯାଇଛି । ନହେଲେ ପ୍ରକୃତି ନିଜେ ନିଜର ରାସ୍ତା ବନାଇ ନେବ । ସତର୍କ ରୁହ ସଠିକ୍ ରୁହ । ସତକଥା ଜେଜେ ଆମକୁ ଆମର ଅଭ୍ୟାସ ବଦଳାଇବାକୁ ହେବ । ନହେଲେ ଏହି ସୁନ୍ଦର ପୃଥିବୀଟା ଅସୁନ୍ଦର ହେବାକୁ ବେଶୀ ସମୟ ଲାଗିବନି ।” {{gap}}କବାଟରେ ଠକ୍ ଠକ୍ ଶବ୍ଦ ହେଲା ଚନ୍ଦନ ଉଠିଯାଇ କବାଟ ଖୋଲେ ତ ବାବା ଆଉ ମାମା ଆସିଛନ୍ତି । ବହୁତ ଗୁଡ଼ାଏ ଖେଳନା ଦେଖି ଖୁସି ହେଲା ସତ, ସେଥିରେ ଥିବା ଭଗବାନଙ୍କ ଫଟୋ ସବୁ କାଢ଼ିଦେଇ ମହାଆନ୍ଦରେ ଖେଳିଲା । <center><big>'''* * *'''</big></center><noinclude></noinclude> az7l1tq0h4o9td8ky6ju1iafjvohlte