ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.45.0-wmf.4 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ପୃଷ୍ଠା:Biswash.pdf/୪୪ 250 12160 58913 58912 2025-06-08T17:41:46Z Ssgapu22 248 /* ପ୍ରମାଣିତ କରିବେ */ 58913 proofread-page text/x-wiki <noinclude><pagequality level="3" user="Ssgapu22" /></noinclude>ଜନ୍ମଦିନଠାରୁ ଶ୍ରାଦ୍ଧ ବାର୍ଷିକୀ ପର୍ଯ୍ୟନ୍ତ ସବୁ ମନ୍ଦିରରେ ଆୟୋଜନ ହେଉଛି । ଏପରିକି ବିଭିନ୍ନ ଧର୍ମର ଲୋକ ଭଗବାନଙ୍କ ନାମରେ ଚଡ଼ି, ବେନିୟନ୍ କମ୍ପାନୀ ମଧ୍ୟ ଭଗବାନଙ୍କ ନାମରେ କରୁଛନ୍ତି । ଏ ସବୁ ପ୍ରହସନ ଭିତରେ ଆମେମାନେ ଆମ ମୂଳ ଉଦ୍ଦେଶ୍ୟଠାରୁ ଦୂରକୁ ଚାଲିଯାଉଛୁ । ଭଗବାନଙ୍କ ନାମରେ ଭକ୍ତିଭାବଠାରୁ ବେପାରକୁ ଅଧିକ ଗୁରୁୁତ୍ୱ ଦେଉଛୁ । ତୁମେ ଏବେ କୁହ ଆମପାଇଁ ଭକ୍ତି ବଡ଼ ନା ଆମପାଇଁ ପ୍ରାପ୍ତି ବଡ଼?” {{gap}}“ସତ କଥା ଜେଜେ ହେଲେ ଆମ ସମାଜ କ’ଣ? ଏସବୁକୁ ମାନୁଛି କିଏ? ଆମେ ପାଠକୁ ଭଗବାନ ମାନୁଥିବା ବେଳେ ସବୁ ଜୋତା ତଳେ ଲେଖା ରହୁଛି । ତମାଖୁ ଗୁଟୁଖା ଦେହପାଇଁ କ୍ଷତିକାରକ ହୋଇଥିବା ବେଳେ ଭଗବାନଙ୍କ ନାମରେ ଅଧିକ ବିକ୍ରି ହେଉଛି । କିନ୍ତୁ ଆମେ କରିବା କ’ଣ? ଆଜିର ସଭ୍ୟ ସମାଜରେ ବଞ୍ଚିବାକୁ ହେଲେ ଯାବତୀୟ ଅସଭ୍ୟ କାମ କରିବାକୁ ପଡ଼ୁଛି । ନା ଅଛି ଭକ୍ତି ନା ଅଛି ମୁକ୍ତି, ଖାଲି ପ୍ରାପ୍ତି ଆଉ ପ୍ରାପ୍ତି ।” {{gap}}“ପ୍ରକୃତିକୁ ବିଗାଡ଼ିବାକୁ ଯାଇ ବନ୍ୟା, ବାତ୍ୟା, ଭୂମିକମ୍ପ ସବୁ ଯାବତୀୟ ପ୍ରାକୃତିକ ବିପଯ୍ୟୟ ସବୁ ଏଇଥିପାଇଁ । ଦେଖୁନୁ ଚୀନରେ ଏହି ପ୍ରକୃତିକୁ ବିଗାଡ଼ିବାକୁ ଯାଇ କରୋନାରେ ହଜାର ହଜାର ସଂଖ୍ୟାରେ ମରିଗଲେ । ଆମ ବେଳ ବେଶୀ ଦୂର ନୁହେଁ, ଏବେଠୁ ସତର୍କ ହେବାର ସମୟ ଆସିଯାଇଛି । ନହେଲେ ପ୍ରକୃତି ନିଜେ ନିଜର ରାସ୍ତା ବନାଇ ନେବ । ସତର୍କ ରୁହ ସଠିକ୍ ରୁହ । ସତକଥା ଜେଜେ ଆମକୁ ଆମର ଅଭ୍ୟାସ ବଦଳାଇବାକୁ ହେବ । ନହେଲେ ଏହି ସୁନ୍ଦର ପୃଥିବୀଟା ଅସୁନ୍ଦର ହେବାକୁ ବେଶୀ ସମୟ ଲାଗିବନି ।” {{gap}}କବାଟରେ ଠକ୍ ଠକ୍ ଶବ୍ଦ ହେଲା ଚନ୍ଦନ ଉଠିଯାଇ କବାଟ ଖୋଲେ ତ ବାବା ଆଉ ମାମା ଆସିଛନ୍ତି । ବହୁତ ଗୁଡ଼ାଏ ଖେଳନା ଦେଖି ଖୁସି ହେଲା ସତ, ସେଥିରେ ଥିବା ଭଗବାନଙ୍କ ଫଟୋ ସବୁ କାଢ଼ିଦେଇ ମହାଆନ୍ଦରେ ଖେଳିଲା । <center><big>'''* * *'''</big></center><noinclude></noinclude> jhinr5pkjgv02cs58lcm4trb5889dca ପୃଷ୍ଠା:Biswash.pdf/୪୫ 250 12161 58914 58764 2025-06-08T17:42:20Z Ssgapu22 248 /* ପ୍ରମାଣିତ କରିବେ */ 58914 proofread-page text/x-wiki <noinclude><pagequality level="3" user="Ssgapu22" /></noinclude><center>{{Xx-larger|'''ଫଗୁ ରଙ୍ଗ'''}}</center> {{Css image crop |Image = Biswash.pdf |Page = 45 |bSize = 366 |cWidth = 309 |cHeight = 272 |oTop = 194 |oLeft = 29 |Location = center |Description = }}<noinclude></noinclude> bd0s7l37dgrit3hfuffd7jtbml3acyq