ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.45.0-wmf.4
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ପୃଷ୍ଠା:Biswash.pdf/୪୬
250
12162
58915
58875
2025-06-09T17:09:35Z
Ssgapu22
248
58915
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>{{gap}}“ଆଜିକାଲି କମ୍ପାନୀବାଲା ମଣିଷକୁ ମଣିଷ ବୋଲି ଭାବୁନାହାଁନ୍ତିରେ, ସତେ ଯେମିତି ଗୋଟେ ଟାର୍ଗେଟ ! ଖାଲି ଟାର୍ଗେଟ ପୂରଣ କରିବା ଏମାନଙ୍କ ଲକ୍ଷ୍ୟ । ଏଞ୍ଜୟମେଣ୍ଟ, ରୋମାନ୍ସ, ମସ୍ତି ଆଦି ସତେ ଯେମିତି ଆମକୁ ଲୋଡ଼ା ନାହିଁ !! ଏଇ ଦେଖିଲୁ ଫାଲ୍ଗୁନକୁ ! କେତେ ଫୁଲ କେତେ ରଙ୍ଗ ନେଇ ଆସିଛି ଧରା ପୃଷ୍ଠକୁ । ଏଇ ମୃଦୁ ମୃଦୁ ମଳୟରେ କ’ଣ ତୋ’ ଦେହ ଭିତରେ କିଛି ହେଉନି? କିନ୍ତୁ ମୁଁ ପାରୁନିରେ ! ସତରେ ଗାଁ କଥା ବହୁତ ମନେପଡ଼ୁଛି ।”
{{gap}}“ହଉ ଶୁଣ୍ ! ମା’ ଆଜି ଫୋନ୍ କରିଥିଲେ, କହୁଥିଲେ ରାତି ପାହିଲେ ଦୋଳ ପୂର୍ଣ୍ଣିମା, ସବୁ ବନ୍ଧୁ ବାନ୍ଧବ ଆସି ସାରିଲେଣି । ଗାଁ’ରେ ବି ଦୋଳମଣ୍ଡପ ବନ୍ଧାସରିଲାଣି । ଏଥର କୁଆଡ଼େ ବଡ଼ ଯାତ୍ରାପାଟି ଗାଁକୁ ଆସୁଛି । ୪ ରାତି ଯାତ୍ରା ହେବ, ହେଲେ ଆମେ ତ ଦା...ଦ...ନ । ନା କହି ପାରୁଛେ ନା ରହି ପାରୁଛେ ।” ଜକେଇ ଆସୁଥିବା ଲୁହକୁ ହାତରେ ପୋଛି ଦେଇ କହିଲି, “ଛାଡ଼୍ ସେକଥା ! ରାତି ଢେରେ ହେଲାଣି ଚାଲ ରୁମ୍ ଭିତରକୁ ।”
“{{gap}}ଏଇ ଜୋତ୍ସ୍ନା ଭିଜା ରାତିରେ ପୂର୍ଣ୍ଣିମାର ଚାନ୍ଦ କ’ଣ ରୁମ୍ ଭିତରେ ମିଳିବ ନା ମିଳିବ ଥିରି ଥିରି ଥଣ୍ଡା ପବନ? ପୁଣି ଅପେକ୍ଷା ଆର ବର୍ଷକୁ । ଛାତର ଛାତି ଉପରେ ଶୋଇ ନିଜକୁ ହାଜାଇଦେବାରେ ଯେଉଁ ମଜା ଆଉ କେଉଁଠି ବି ମିଳେନି । ଦେଖିବୁ ସବୁ ଠିକ୍ ଠାକ୍ ହୋଇଯିବ । ପ୍ରେମର ପ୍ରେମିକା, ମୋତିର ଶାମୁକା ପରି ଏଇ ଜହ୍ନରାତି... ଛାଡ଼୍ !”
“{{gap}}ଛାଡ଼ ସେକଥା । ଏଇ ଶୁଣେ, ଆଜି ମୁଁ ମୋତିକୁ ଫୋନ୍ କରିଥିଲି, ତା’ର କିନ୍ତୁ ଏକାନ୍ତ ଜିଦ୍ଦି ସେ ରଙ୍ଗ ହେବନି । ପରୀକ୍ଷା ଅଛି, ଇମ୍ଫେକ୍ସନ୍ ହେବ ବୋଲି ଦୁନିଆ କିଛି କହି ବାଟ ଭାଙ୍ଗୁଥିଲା, କିନ୍ତୁ ମୁଁ କ’ଣ ଛାଡ଼ିବା ପିଲା ! ମୁଁ ତାକୁ ନିଜ ହାତରେ ରଙ୍ଗ ଲଗାଇଦେବି କହିବାରୁ ରାଜିହେଲା । ଆଉ ହଁ ତୋତେ ଗୋଟେ କଥା କହିବାକୁ ଭୁଲିଯାଇଥିଲି । ସକାଳ ୬:୩୦ରେ ଫ୍ଲାଇଟ୍, ଜଲ୍ଦି ଉଠାଇ ଦେବୁ । ବେଗ୍ ବି ରେଡି<noinclude></noinclude>
57wnc44o6l8b2pohfwuohy8lebmg3uc
58916
58915
2025-06-09T17:10:43Z
Ssgapu22
248
/* ପ୍ରମାଣିତ କରିବେ */
58916
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude>{{gap}}“ଆଜିକାଲି କମ୍ପାନୀବାଲା ମଣିଷକୁ ମଣିଷ ବୋଲି ଭାବୁନାହାଁନ୍ତିରେ, ସତେ ଯେମିତି ଗୋଟେ ଟାର୍ଗେଟ ! ଖାଲି ଟାର୍ଗେଟ ପୂରଣ କରିବା ଏମାନଙ୍କ ଲକ୍ଷ୍ୟ । ଏଞ୍ଜୟମେଣ୍ଟ, ରୋମାନ୍ସ, ମସ୍ତି ଆଦି ସତେ ଯେମିତି ଆମକୁ ଲୋଡ଼ା ନାହିଁ !! ଏଇ ଦେଖିଲୁ ଫାଲ୍ଗୁନକୁ ! କେତେ ଫୁଲ କେତେ ରଙ୍ଗ ନେଇ ଆସିଛି ଧରା ପୃଷ୍ଠକୁ । ଏଇ ମୃଦୁ ମୃଦୁ ମଳୟରେ କ’ଣ ତୋ’ ଦେହ ଭିତରେ କିଛି ହେଉନି? କିନ୍ତୁ ମୁଁ ପାରୁନିରେ ! ସତରେ ଗାଁ କଥା ବହୁତ ମନେପଡ଼ୁଛି ।”
{{gap}}“ହଉ ଶୁଣ୍ ! ମା’ ଆଜି ଫୋନ୍ କରିଥିଲେ, କହୁଥିଲେ ରାତି ପାହିଲେ ଦୋଳ ପୂର୍ଣ୍ଣିମା, ସବୁ ବନ୍ଧୁ ବାନ୍ଧବ ଆସି ସାରିଲେଣି । ଗାଁ’ରେ ବି ଦୋଳମଣ୍ଡପ ବନ୍ଧାସରିଲାଣି । ଏଥର କୁଆଡ଼େ ବଡ଼ ଯାତ୍ରାପାଟି ଗାଁକୁ ଆସୁଛି । ୪ ରାତି ଯାତ୍ରା ହେବ, ହେଲେ ଆମେ ତ ଦା...ଦ...ନ । ନା କହି ପାରୁଛେ ନା ରହି ପାରୁଛେ ।” ଜକେଇ ଆସୁଥିବା ଲୁହକୁ ହାତରେ ପୋଛି ଦେଇ କହିଲି, “ଛାଡ଼୍ ସେକଥା ! ରାତି ଢେରେ ହେଲାଣି ଚାଲ ରୁମ୍ ଭିତରକୁ ।”
“{{gap}}ଏଇ ଜୋତ୍ସ୍ନା ଭିଜା ରାତିରେ ପୂର୍ଣ୍ଣିମାର ଚାନ୍ଦ କ’ଣ ରୁମ୍ ଭିତରେ ମିଳିବ ନା ମିଳିବ ଥିରି ଥିରି ଥଣ୍ଡା ପବନ? ପୁଣି ଅପେକ୍ଷା ଆର ବର୍ଷକୁ । ଛାତର ଛାତି ଉପରେ ଶୋଇ ନିଜକୁ ହାଜାଇଦେବାରେ ଯେଉଁ ମଜା ଆଉ କେଉଁଠି ବି ମିଳେନି । ଦେଖିବୁ ସବୁ ଠିକ୍ ଠାକ୍ ହୋଇଯିବ । ପ୍ରେମର ପ୍ରେମିକା, ମୋତିର ଶାମୁକା ପରି ଏଇ ଜହ୍ନରାତି... ଛାଡ଼୍ !”
“{{gap}}ଛାଡ଼ ସେକଥା । ଏଇ ଶୁଣେ, ଆଜି ମୁଁ ମୋତିକୁ ଫୋନ୍ କରିଥିଲି, ତା’ର କିନ୍ତୁ ଏକାନ୍ତ ଜିଦ୍ଦି ସେ ରଙ୍ଗ ହେବନି । ପରୀକ୍ଷା ଅଛି, ଇମ୍ଫେକ୍ସନ୍ ହେବ ବୋଲି ଦୁନିଆ କିଛି କହି ବାଟ ଭାଙ୍ଗୁଥିଲା, କିନ୍ତୁ ମୁଁ କ’ଣ ଛାଡ଼ିବା ପିଲା ! ମୁଁ ତାକୁ ନିଜ ହାତରେ ରଙ୍ଗ ଲଗାଇଦେବି କହିବାରୁ ରାଜିହେଲା । ଆଉ ହଁ ତୋତେ ଗୋଟେ କଥା କହିବାକୁ ଭୁଲିଯାଇଥିଲି । ସକାଳ ୬:୩୦ରେ ଫ୍ଲାଇଟ୍, ଜଲ୍ଦି ଉଠାଇ ଦେବୁ । ବେଗ୍ ବି ରେଡି<noinclude></noinclude>
qvct4kuljtxvqfenejq5an5f5lxq46o