ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.45.0-wmf.4
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ପୃଷ୍ଠା:Biswash.pdf/୪୭
250
12163
58917
58876
2025-06-10T16:23:06Z
Ssgapu22
248
58917
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>କରିବାର ଅଛି । ମୁଁ ବି ତୋ ସାଙ୍ଗରେ ଯିବି ।”
{{gap}}“ମାନେ ତୁ ବି ଘରକୁ ଯାଉଛୁ? ଓଃ ୟା...”
{{gap}}“ହଁ ଆମେ ଘରକୁ ଯାଉଛେ ! ବସ୍ଙ୍କୁ ଲିଭ୍ ଏପ୍ଲିକେସନ୍ ମେଲ୍ କରିଦେଇଛି । ଚାଲ୍ ଶୋଇବା ଡେରି ହେଲାଣି । ତୁ ତୋ’ ଘରକୁ ଚାଲିଯିବୁ, ମୁଁ ଏକା ଯିବି ମୋତି ଘରକୁ ।”
{{gap}}କୃଷ୍ଣଚୂଡ଼ା ଫୁଲ ସବୁ ଗାଆଁ ଦାଣ୍ଡରେ ବିଛେଇ ହୋଇ ପଡ଼ିଥାଏ । ଝାପ୍ସା ଝାଞ୍ଝି ପବନରେ ଦେହ ଶିହରି ଉଠୁଥାଏ, ଆଉ ତା’ ସାଙ୍ଗକୁ ଦୂରରୁ ଶୁଭୁଥିବା ପଟା ରିକ୍ସାରେ ବନ୍ଧା ମାଇକଟା ଧୀରେ ଧୀରେ ପାଖେଇ ଆସୁଥାଏ । ଡରିକରି ମନ୍ଦିର ପିଣ୍ଡାକୁ ଉଠିଗଲି । ନହେଲେ ଏଇ ଛୋଟ ଛୋଟ ପିଲା ସବୁ ମୋତେ କ’ଣ ଛାଡ଼ିଥାନ୍ତେ । ତଥାପି ବି ମନରେ ଡର ଥାଏ ! ମଳୟ ପବନ, ଫଗୁଣର ରଙ୍ଗ ଆଉ ଚୋରା ପୀରତି ଦେହକୁ ଶିହରାଇ ଦିଏ ସିନା ମନରେ ବସି ରହେ ।
{{gap}}ଦୂରରୁ ମୋତିର ଘର ଯେତିକି ଯେତିକି ଦେଖାଯାଉଥିଲା କାହିଁକି କେଜାଣି ଯେମିତି ସ୍ପନ୍ଦନଟା ସେତିକି ସେତିକି ଜୋର୍ରେ ବଢ଼ି ଚାଲିଥାଏ । ମନ ବୋଧେ ମୁଠାଏ ଅବିରକୁ ତା’ର ସେଇ ଗୋରା ଗାଲରେ ବୋଳିବାକୁ ବ୍ୟାକୁଳ । ଧୀରେ ଧୀରେ ଆଗକୁ ଚାଲିଲି; ବିଶ୍ୱାସ ହେଉନଥାଏ ତଥାପି ନୀରବ। କିଛି ସମୟ ପରେ ତାଙ୍କ ଘରେ ପହଞ୍ଚିଲି । ମନରେ ଥାଏ ଉତ୍କଣ୍ଠାର ଉଦ୍ଦିପନା, ସତେ ଯେମିତି ପ୍ରେମର ରଙ୍ଗକୁ ଏ ଫଗୁଣର ରଙ୍ଗ ମୋ ହାତରେ ଭରି ଦେଇଛି। ଚୁପ୍ଚାପ୍ ମୁଁ ଚେୟାର ଉପରେ ବସିଥାଏ । ଆଉ ବସି ବସି ଭାବନାରେ ଭାବି ଭାବି ଗୋଟେ ନୂଆ ଦୁନିଆକୁ ଚାଲି ଯାଇଥାଏ । ହଠାତ୍ କଅଁଳ ସ୍ୱରର ପ୍ରତିଧ୍ୱନି ମୋ କାନରେ ବାଜିଲା । ଭାବନା ରାଇଜରୁ ଫେରି ଆସିଲି, କିନ୍ତୁ ତା’ ମୁହଁକୁ ଚାହିଁ ପାରୁନଥାଏ ।
{{gap}}“ତୁମେ କେତେବେଳୁ ଆସିଲଣି !? ଓଃ ସରି...ସରି... ମୁଁ ପରୀକ୍ଷା ପାଇଁ ପ୍ରିପିୟାର କରୁଥିଲି । ଜାଣି ପାରିଲିନି, ସରି ।”
{{gap}}ହାତରେ ମୁଠାଏ ଗୋଲାପୀ ଅବିରକୁ ଧରି ଯେବେ ତା’ ମୁହଁକୁ ଚାହିଁଦେଲି । ରୋକି ପାରିଲିନି ନିଜକୁ, ମନ ଭାଙ୍ଗିଗଲା । ଲାଗିଲା ସତେ ଯେମିତି ଦେହରୁ ଜୀବନ ଚାଲିଯାଇଛି । ରଙ୍ଗଗ ମୁଠାଟାକୁ ଫିଙ୍ଗିଦେଇ ଯିବାକୁ ବାହାରିଗଲି ସେଠାରୁ । କାହା କଥା<noinclude></noinclude>
oib9fj08okn4fmedse49k8dk9f1qalz
58918
58917
2025-06-10T16:23:12Z
Ssgapu22
248
/* ପ୍ରମାଣିତ କରିବେ */
58918
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude>କରିବାର ଅଛି । ମୁଁ ବି ତୋ ସାଙ୍ଗରେ ଯିବି ।”
{{gap}}“ମାନେ ତୁ ବି ଘରକୁ ଯାଉଛୁ? ଓଃ ୟା...”
{{gap}}“ହଁ ଆମେ ଘରକୁ ଯାଉଛେ ! ବସ୍ଙ୍କୁ ଲିଭ୍ ଏପ୍ଲିକେସନ୍ ମେଲ୍ କରିଦେଇଛି । ଚାଲ୍ ଶୋଇବା ଡେରି ହେଲାଣି । ତୁ ତୋ’ ଘରକୁ ଚାଲିଯିବୁ, ମୁଁ ଏକା ଯିବି ମୋତି ଘରକୁ ।”
{{gap}}କୃଷ୍ଣଚୂଡ଼ା ଫୁଲ ସବୁ ଗାଆଁ ଦାଣ୍ଡରେ ବିଛେଇ ହୋଇ ପଡ଼ିଥାଏ । ଝାପ୍ସା ଝାଞ୍ଝି ପବନରେ ଦେହ ଶିହରି ଉଠୁଥାଏ, ଆଉ ତା’ ସାଙ୍ଗକୁ ଦୂରରୁ ଶୁଭୁଥିବା ପଟା ରିକ୍ସାରେ ବନ୍ଧା ମାଇକଟା ଧୀରେ ଧୀରେ ପାଖେଇ ଆସୁଥାଏ । ଡରିକରି ମନ୍ଦିର ପିଣ୍ଡାକୁ ଉଠିଗଲି । ନହେଲେ ଏଇ ଛୋଟ ଛୋଟ ପିଲା ସବୁ ମୋତେ କ’ଣ ଛାଡ଼ିଥାନ୍ତେ । ତଥାପି ବି ମନରେ ଡର ଥାଏ ! ମଳୟ ପବନ, ଫଗୁଣର ରଙ୍ଗ ଆଉ ଚୋରା ପୀରତି ଦେହକୁ ଶିହରାଇ ଦିଏ ସିନା ମନରେ ବସି ରହେ ।
{{gap}}ଦୂରରୁ ମୋତିର ଘର ଯେତିକି ଯେତିକି ଦେଖାଯାଉଥିଲା କାହିଁକି କେଜାଣି ଯେମିତି ସ୍ପନ୍ଦନଟା ସେତିକି ସେତିକି ଜୋର୍ରେ ବଢ଼ି ଚାଲିଥାଏ । ମନ ବୋଧେ ମୁଠାଏ ଅବିରକୁ ତା’ର ସେଇ ଗୋରା ଗାଲରେ ବୋଳିବାକୁ ବ୍ୟାକୁଳ । ଧୀରେ ଧୀରେ ଆଗକୁ ଚାଲିଲି; ବିଶ୍ୱାସ ହେଉନଥାଏ ତଥାପି ନୀରବ। କିଛି ସମୟ ପରେ ତାଙ୍କ ଘରେ ପହଞ୍ଚିଲି । ମନରେ ଥାଏ ଉତ୍କଣ୍ଠାର ଉଦ୍ଦିପନା, ସତେ ଯେମିତି ପ୍ରେମର ରଙ୍ଗକୁ ଏ ଫଗୁଣର ରଙ୍ଗ ମୋ ହାତରେ ଭରି ଦେଇଛି। ଚୁପ୍ଚାପ୍ ମୁଁ ଚେୟାର ଉପରେ ବସିଥାଏ । ଆଉ ବସି ବସି ଭାବନାରେ ଭାବି ଭାବି ଗୋଟେ ନୂଆ ଦୁନିଆକୁ ଚାଲି ଯାଇଥାଏ । ହଠାତ୍ କଅଁଳ ସ୍ୱରର ପ୍ରତିଧ୍ୱନି ମୋ କାନରେ ବାଜିଲା । ଭାବନା ରାଇଜରୁ ଫେରି ଆସିଲି, କିନ୍ତୁ ତା’ ମୁହଁକୁ ଚାହିଁ ପାରୁନଥାଏ ।
{{gap}}“ତୁମେ କେତେବେଳୁ ଆସିଲଣି !? ଓଃ ସରି...ସରି... ମୁଁ ପରୀକ୍ଷା ପାଇଁ ପ୍ରିପିୟାର କରୁଥିଲି । ଜାଣି ପାରିଲିନି, ସରି ।”
{{gap}}ହାତରେ ମୁଠାଏ ଗୋଲାପୀ ଅବିରକୁ ଧରି ଯେବେ ତା’ ମୁହଁକୁ ଚାହିଁଦେଲି । ରୋକି ପାରିଲିନି ନିଜକୁ, ମନ ଭାଙ୍ଗିଗଲା । ଲାଗିଲା ସତେ ଯେମିତି ଦେହରୁ ଜୀବନ ଚାଲିଯାଇଛି । ରଙ୍ଗଗ ମୁଠାଟାକୁ ଫିଙ୍ଗିଦେଇ ଯିବାକୁ ବାହାରିଗଲି ସେଠାରୁ । କାହା କଥା<noinclude></noinclude>
e6s2vedycutbg6482d4th3ynlxxk29i