ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.45.0-wmf.5 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ପୃଷ୍ଠା:Biswash.pdf/୪୮ 250 12164 58919 58877 2025-06-11T16:02:00Z Ssgapu22 248 /* ପ୍ରମାଣିତ କରିବେ */ 58919 proofread-page text/x-wiki <noinclude><pagequality level="3" user="Ssgapu22" /></noinclude>ବୁଝିବାକୁ ପ୍ରସ୍ତୁତ ନଥାଏ । ଯେମିତି ମୋର ସବୁ ଆଶା ଆଶାରେ ହିଁ ରହିଗଲା । ଯିଏ କଥା ଦେଇ କଥା ରଖେନି ସେ କାହୁଁ ବୁଝିବ ପ୍ରେମର ମୂଲ ! ସତରେ ନିଜକୁ ଆଜି ଘୃଣା ଲାଗୁଛି । ଆଉ କୋହ ସମ୍ଭାଳି ପାରୁନଥାଏ ଆଖିରୁ ଧାର ଧାର ଲୁହ ସବୁ ବୋହିବାରେ ଲାଗିଥାଏ । ମୋତି ହଠାତ୍ ପଛପାଖରୁ ହାତଟାକୁ ଧରିପକାଇଲା । ହାତଟାକୁ ଛାଟିଦେଇ ଲୁହ ପୋଛି ଛୋଟ ପିଲାଙ୍କ ଭଳି କହିଲି, “ଯଦି ମୋ’ ରଙ୍ଗ ତୁମକୁ ପସନ୍ଦ ନଥିଲା ମୋତେ କହିଲନି । ମୁଁ ଆସିନଥାନ୍ତି । ତୁମକୁ ଆଉ କିଏ ରଙ୍ଗ ଲଗାଇବ କେମିତି ମୁଁ ପସନ୍ଦ କରିବି???” {{gap}}ମାନୁଛି ତୁମ ମନରେ ଆଘାତ ଲାଗିଛି ହେଲେ ମୁଁ କରିବି କ’ଣ? ସ୍ନେହରେ ଯଦି ଛୋଟ ପିଲାମାନେ ଜିଦ୍ଦିକରି ରଙ୍ଗ ଟିକେ ମାଖିଦେଲେ, ଅଭିମାନ କ’ଣ ପାଇଁ? ଆଜିପରା ହୋଲି ! ରାଧା-କୃଷ୍ଣଙ୍କର ପ୍ରେମର ଅଭୟ ଗାଥା । ଆଉ ତୁମେ ଏଇ ଦେହରେ ଯେଉଁ ପ୍ରେମର ରଙ୍ଗ ମାଖିଦେଇଛ ତା’ କଥା? ହୁଁ... ସାରା ଜୀବନ ରହିଥିବ । ଯିବ ଯଦି ଯାଅ । ଏକା ଏକା ବସି କାନ୍ଦିବି ସିନା କାହାକୁ କିଛି କହି ପାରିବିନି ।” ପିଲାଙ୍କ ଭଳି କାନ୍ଦିବାକୁ ଲାଗିଲା ମୋତି । ମୋତିର କଥା ପାଣି ସାଜି ରଙ୍ଗ ଭଳି ମୋର ଅଭିମାଙ୍କୁ ଧୋଇଦେଲା ଆଉ ମୁଁ ଜାବୁଡ଼ି ଧରିଥିଲି ମୋତିକୁ । {{gap}}ସତରେ ପ୍ରେମ ରଙ୍ଗ ସାମ୍ନାରେ ଦୁନିଆର ସବୁ ଦାମୀ ରଙ୍ଗ ବି ଫିକା ପଡ଼େ । <center><big>'''* * *'''</big></center><noinclude></noinclude> eflrodzra8w11112vef3t0ybbt8vu4n ପୃଷ୍ଠା:Biswash.pdf/୪୯ 250 12165 58920 58765 2025-06-12T04:06:57Z Ssgapu22 248 /* ପ୍ରମାଣିତ କରିବେ */ 58920 proofread-page text/x-wiki <noinclude><pagequality level="3" user="Ssgapu22" /></noinclude><center>{{Xx-larger|'''ଫ୍ରେଣ୍ଡସିପ୍'''}}</center> {{Css image crop |Image = Biswash.pdf |Page = 49 |bSize = 366 |cWidth = 236 |cHeight = 326 |oTop = 179 |oLeft = 42 |Location = center |Description = }}<noinclude></noinclude> m94v9oapig0bu4z2vkdh8rpmbph07hc ପୃଷ୍ଠା:Biswash.pdf/୫୦ 250 12166 58921 58878 2025-06-12T04:07:35Z Ssgapu22 248 /* ପ୍ରମାଣିତ କରିବେ */ 58921 proofread-page text/x-wiki <noinclude><pagequality level="3" user="Ssgapu22" /></noinclude>{{gap}}କଲେଜର ରେଜଲ୍ଟଟା ଶୁଣି ଉଦାସର ନଈ ପଠାରେ ଏକାକୀ ବସିଛି ସରୋଜ । ନା ଅଛି ଓଠରେ ହସ ନା ଅଛି ଇଂରାଜୀ ପେପରରେ ବ୍ୟାକ୍ ଲାଗିବାର ଦୁଃଖ । ଖାଲି ସେ ଅଭିମାନ କରିଛି । ହଁ ସେ ଅଭିମାନ କରିଛି ତା’ ସାଙ୍ଗ ଚକରା ଉପରେ । କାହିଁକିନା ସମସ୍ତେ କହୁଛନ୍ତି ତୁ ତୋ’ ସାଙ୍ଗ ଚକରା ପାଇଁ ଫେଲ୍ ହୋଇଗଲୁ । ଆଉ ତୋ’ ସାଙ୍ଗମାନେ ବହୁତ ଖରାପ । ତୁ ଯେତେଦିନ ପର୍ଯ୍ୟନ୍ତ ଏମାନଙ୍କ ସହ ମିଶୁଥିବୁ ଜୀବନରେ କିଛି କରିପାରିବୁ ନାହିଁ । ସତରେ କ’ଣ ମୋ ସାଙ୍ଗ ଚକରା ଏତେ ଖରାପ? ଆଉ ମୁଁ??? {{gap}}ବର୍ଷ ସାରା କଲେଜରେ ମଜାମସ୍ତିରେ କାଟୁ କାଟୁ ସମୟଗୁଡ଼ାକ ପାଣି ଭଳି କେମିତି ବୋହିଗଲା ଯେ କିଛି ବି ଜଣାପଡ଼ିଲା ନାହିଁ । କେତେବେଳେ ଝିଅପିଲାଙ୍କ ସାଇକେଲ୍ ପମ୍ପଚର୍ କରିବା ତ କେତେବେଳେ ଜୁନିୟରମାନଙ୍କୁ ରେଗିଙ୍ଗ୍ । କେତେବେଳେ ହିରୋଗିରି ଦେଖାଇବା ତ କେତେବେଳେ ବାଧ୍ୟ ହୋଇ କ୍ଲାସ୍ କରିବା ଛଡ଼ା କିଛି ନଥାଏ । ସାର୍ଟଟାର ଉପର ବଟମ୍ ଦି’ଟା ଖୋଲିଦେଇ ଚକରାର ବାଇକ୍ ପଛରେ ବସି ଲାଇନ୍ ମାରିବାର ମଜା ଆଉ କେଉଁଠି ମିଳେନାହିଁ । ସନ୍ଧ୍ୟାରେ ଚାଓମିନ୍ ଆଉ ରାତିରେ ଖେଳପଡ଼ିଆର ଆକାଶଟା ଫୁଲ୍ ରଙ୍ଗୀନ ରଙ୍ଗୀନ ଲାଗୁଥିଲା । ସାଇକେଲ୍ ପଛ ନୋଟ୍‌ବୁକ୍ କହିଲେ ଥିଲା ଆମର ପାଠ । ବାପାଙ୍କ ପକେଟ୍‌ରୁ ଚୋରି କରି ଗାର୍ଲ୍‌ଫ୍ରେଣ୍ଡକୁ ଦେଖା କରିବାକୁ ଯାଇ କେତେଥର ବାଡ଼ ଡେଇଁଛି ତା’ର ହିସାବ ନାହିଁ । {{gap}}ସତରେ ସମସ୍ତେ ଏତେ ଶୀଘ୍ର ବଦଳିଯିବେ ବୋଲି ବିଶ୍ୱାସ ହେଉନି । ପରୀକ୍ଷାରେ ଗୋଟେ ବେକ୍ ଲାଗିଗଲା ବୋଲି କେହି ଫୋନ୍ ଉଠାଇବେ ନାହିଁ । ଘରେ ବାପାମାଆ ଆଉ ଏ ପାଖେ ସାଙ୍ଗ ସାଥୀ । ଛାଡ଼ ! ଜୀବନଟା ଦୁଃଖଭରା । ପଶ୍ଚିମ ଆକାଶଟା ରକ୍ତିମ ଦିଶୁଥାଏ, ସତେ ଯେମିତି ସବୁ ସ୍ୱପ୍ନ ବୁଡ଼ିଯାଉଛି ଏଇ ଅସ୍ତଗାମୀ ସୂର୍ଯ୍ୟଙ୍କ ସହ ଆଉ ଲାଗୁଛି ମୁଁ ବୋଝ ହୋଇ ଲଦି ହୋଇଛି ଏହି ପୃଥିବୀ ଉପରେ ! କିଛି ବୁଦ୍ଧିବାଟ ଦିଶୁନଥାଏ; ନଦୀରେ ଅକାତ ଜଳରାଶି, ବ୍ରିଜ୍ ଉପରେ ମୁଁ । ଆଉ କିଛି ଭାବିବା ଆଗରୁ ହଠାତ୍ କେହିଜଣେ ପଛପଟୁ ହାତ ରଖିଲା କାନ୍ଧ ଉପରେ । ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ପାଟିରୁ ଭାଷା ବାହାରୁ ନଥାଏ । ମୁଁ କିଛି କହିବା ଆଗରୁ ଚକରା ଆଉ ଚିନ୍ମୟ କହିଲେ,<noinclude></noinclude> i6xf8jbk0nwyconakmf79tf9rj6crd1 ପୃଷ୍ଠା:Biswash.pdf/୫୧ 250 12167 58922 58879 2025-06-12T04:07:51Z Ssgapu22 248 58922 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>“ଆମ ଦୁଇ ଜଣଙ୍କର ବି ବ୍ୟାକ ଲାଗିଛି ।” ଓଠରେ ହସ ଧାରେ ଖେଳିଗଲା । ଲୁହ ଭିଜା ଆଖିକୁ ପୋଛି ଦେଇ ସରୋଜ କହିଲା, “ଚାଲ ଆମେ ପାର୍ଟି କରିବା ଆଉ ଏକ ଯୁଦ୍ଧ ପାଇଁ ।” ଆଉ ସମସ୍ତଙ୍କ ଓଠରେ ହସ ଖେଳି ଗଲା । {{gap}}ସମସ୍ତଙ୍କୁ ଗୋଟିଏ କଥା ମାନିବାକୁ ପଡ଼ିବ, ଜୀବନରେ ଦୁଃଖ ଆସୁ କି ସୁଖ ସବୁଥିରେ ଗୋଟିଏ ବନ୍ଧୁର ଆବଶ୍ୟକତା ରହିଛି । <center><big>'''* * *'''</big></center><noinclude></noinclude> azvp19s0x00g346jyojzw6imm0vngs1 58923 58922 2025-06-12T04:08:10Z Ssgapu22 248 /* ପ୍ରମାଣିତ କରିବେ */ 58923 proofread-page text/x-wiki <noinclude><pagequality level="3" user="Ssgapu22" /></noinclude>“ଆମ ଦୁଇ ଜଣଙ୍କର ବି ବ୍ୟାକ ଲାଗିଛି ।” ଓଠରେ ହସ ଧାରେ ଖେଳିଗଲା । ଲୁହ ଭିଜା ଆଖିକୁ ପୋଛି ଦେଇ ସରୋଜ କହିଲା, “ଚାଲ ଆମେ ପାର୍ଟି କରିବା ଆଉ ଏକ ଯୁଦ୍ଧ ପାଇଁ ।” ଆଉ ସମସ୍ତଙ୍କ ଓଠରେ ହସ ଖେଳି ଗଲା । {{gap}}ସମସ୍ତଙ୍କୁ ଗୋଟିଏ କଥା ମାନିବାକୁ ପଡ଼ିବ, ଜୀବନରେ ଦୁଃଖ ଆସୁ କି ସୁଖ ସବୁଥିରେ ଗୋଟିଏ ବନ୍ଧୁର ଆବଶ୍ୟକତା ରହିଛି । <center><big>'''* * *'''</big></center><noinclude></noinclude> cuhbr4jpf12ixhnygvkf91gg2kzjh0r