ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.45.0-wmf.5 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ପୃଷ୍ଠା:Biswash.pdf/୫୬ 250 12178 58931 58724 2025-06-15T16:49:20Z Ssgapu22 248 58931 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଏତେ ଥଣ୍ଡାରେ ନିଦରୁ ଉଠି ଦାନ୍ତପତ୍ର ଘସି, ଗାଧେଇ ପାଧୋଇ ନୂଆଲୁଗା ପିନ୍ଧି ମନ୍ଦିରକୁ ଯିବା କ’ଣ ଏତେ ସହଜ ! ନିଦ ଭରା ଆଖିରେ ଶୀତୁଆ ସକାଳର କମ୍ୱଳ ଭିତରୁ ଥାଇ ମୋବାଇଲ୍ ଚଲାଇବା ଯେଉଁ ମଜା କେଉଁ ଫାଇଭ୍ ଷ୍ଟାର ହୋଟେଲ୍ ବି ଦେବନି । କିନ୍ତୁ କ’ଣ କରିବି ଧର୍ମ ପତ୍ନୀଙ୍କ ଅଜ୍ଞା ଶିରୋଧାର୍ଯ୍ୟ, ଆଜିକାଲି ଘରେ ଆମର ଚାଲୁଛି କେଉଁଠୁ ! କାର୍ତ୍ତିକରେ ଆଇଁଷ ମନା । ଏଇ ଦୁଇ ଦିନ ହେଲା ତ ଗଲା କାତ୍ତିକ ପୂର୍ଣ୍ଣିମା, ଆଜି ପୁଣି କ’ଣ? ସେଦିନ ତ ଡଙ୍ଗା ଭସାଇ ମନ୍ଦିର ଯାଇଥିଲି, ଆଜି କାହିଁକି? ଠାକୁର ଭକ୍ତି ନା ନୂଆ ଶାଢ଼ୀ ପାଇଁ ଏକ ବାହାନା ! ବିଛଣାରେ ଥାଇ କମ୍ବଳଟା ଆଡ଼େଇ ଅଳସ ଭରା କଣ୍ଠରେ ତାପସ କହିଲେ, “ମୋ ଦେଇ ଡେଲି ଡେଲି ଏତେ ସକାଳୁ ଉଠି ମନ୍ଦିର ଯିବା ହୋଇପାରିବ ନାହିଁ । ତୁମେ ଯାଅ, ମୁଁ ଶୋଇଯାଉଛି ।” ଅପ୍ରସ୍ତୁତ ଭାବେ ଡ୍ରେସିଂ ଟେବୁଲ୍ ପାଖେ ସଜ ହେଉ ହେଉ ପଛକୁ ବୁଲି ପଡ଼ିଲା ସ୍ୱପ୍ନା । କଟାକ୍ଷୀ ଆଖିରେ ଦେଖି କହିଲା, “ଦେଖ ! ଏସବୁ ଠିକ୍ ହେଉନି । ଆଜି ଭଳି ଦିନରେ ତୁମ ମୁହଁରୁ ଏକଥା ଶୋଭା ପାଉନି । ଯାଅ ଶୀଘ୍ର ଗାଧେଇକି ରେଡି ହୋଇଯିବ । ଦେଖ, ତୁମେ ନଉଠିଲେ ମୁଁ ରାଗିଯିବି । ପ୍ଲିଜ୍ ଉଠିକି ରେଡି ହୁଅନା !” ଧୀର କଣ୍ଠରେ ତାପସ କହିଲେ, “ହଉ ବାବା ମୁଁ ଯାଉଛି । କିନ୍ତୁ ଆଜି କାହିଁକି ମନ୍ଦିର ଯିବା କାରଣଟା ତୁମେ ତ କହିଲନି??” କିଛି ସମୟର ନୀରବତା ପରେ...”ହଉ ଯାଉଛି । ଏବେତ କୁହ...” “ତୁମର ତ ଯେମିତି କିଛି ମନେ ନାହିଁଭ । ଆଜି ୧୫ ନଭେମ୍ୱର । ମାନେ... ମାନେ... ଆମ ବିବାହ ବାର୍ଷିକ । ତୁମେ ତ ଗଧ ! ତୁମର କିଛି ମନେ ନାହିଁ । ଯାଅ ଶୀଘ୍ର ରେଡି ହୋଇଯିବ । ମୁଁ ଫୁଲ, ଦୁବ, ବରକୋଳି ପତ୍ର, ଧୂପ, ଚନ୍ଦନ ଆଦି ସଜାଡ଼ୁଛି ।”<noinclude></noinclude> tbymhdmh6d4yyu29n1vfcrr5z714qbz ପୃଷ୍ଠା:Biswash.pdf/୫୭ 250 12179 58932 58725 2025-06-15T16:49:52Z Ssgapu22 248 /* ପ୍ରମାଣିତ ହୋଇନଥିବା */ 58932 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଧଡ଼ପଡ଼ ହୋଇ ଉଠିପଡ଼ିଲେ ତାପସ । କହିଲେ, “ଆରେ ସେହି କଥା ମୋତେ ଆଗରୁ କହୁନ । ମୁଁ ତ ଭାବୁଛି... ଛାଡ଼ । ବିବାହ ବାର୍ଷିକ ମାନେ ମନ୍ଦିର କାହିଁକି? ଚାଲ ହୋଟେଲ୍ ଯିବା । ୧୦ଜଣ ସାଙ୍ଗକୁ ଡାକିବା । ସେଠି କେକ୍ କାଟିବା ଆଉ ସେଲିବ୍ରେସନ କରିବା । ବହୁତ ମସ୍ତିହେବ ନା । ମୁଁ ଏବେ ସମସ୍ତଙ୍କୁ ଫୋନ୍ କରୁଛି ।” “ସେସବୁ କିଛି ଦରକାର ନାହିଁ । ଘରେ ବାପାମାଆ ଆଉ ମନ୍ଦିରରେ ଭଗବାନଙ୍କ ଆଶୀର୍ବାଦ ମିଳିଲେ ଯଥେଷ୍ଟ । ଏମିତିରେ ଏହି ବିବାହ ବାର୍ଷିକ ଭାରତୀୟ ପରମ୍ପରା ନୁହେଁ । ସମାଜ ସହ ଚାଲିବାକୁ ହେଲେ ଏବେ ଏସବୁ କରିବାକୁ ପଡ଼ୁଛି । କିନ୍ତୁ ଦରକାରଠାରୁ ଅଧିକା ନୁହେଁ । ଆମ ଦିନ୍ଦୁ ଧର୍ମରେ ଆମେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପର୍ଯ୍ୟନ୍ତ ଏକ ହୋଇଛୁ । ପୁଣି ବିବାହ ବାର୍ଷିକ କ’ଣ?” “ତୁମରି ଢୋଲ ତୁମେ ବଜାଇବ । ମୁଁ ତ ନିମିତ୍ତ ମାତ୍ର ! ଫେସବୁକ୍, ହ୍ଵାଟ୍‌ସ୍‌ଆପ୍ ଆଦିରେ ପୋଷ୍ଟ କଲେ କିଳା; ସାଙ୍ଗମାନେ ର୍ପାଟି ମାଗିବେ । ମନ୍ଦିର ନଗଲେ ଲିଳା; ମଣିଷ ଟିକେ ଖୁସିହୋଇ ପାରିବନି ।” ଏମିତି ଗୁଣୁଗୁଣେଇ ଗାଧେଇବାକୁ ଚାଲିଗଲା । ଜୀବନରେ ଏମିତି ଛୋଟ ବଡ଼ ଘଟଣା ଘଟେ ନା ଭାରତୀୟ ସଂସ୍କୃତିକୁ ଛାଡ଼ି ହୁଏ ନା ପାଶ୍ଚାତ୍ୟ ସଭ୍ୟତାକୁ... ଏସବୁ ଭିତରେ ନା ଛାଡ଼ିହେବ ନିଜର ଖୁସି ! ଆଜି ଏ କଥା ସ୍ୱପ୍ନା ଓ ତାପସ ବୁଝିଛନ୍ତି ଆଉ ଆପଣଙ୍କୁ ବି ବୁଝିବାକୁ ପଡ଼ିବ । * * *<noinclude></noinclude> cdo6dl26bvpcv269z7316d7wzp6g746 ପୃଷ୍ଠା:Biswash.pdf/୫୮ 250 12180 58933 58768 2025-06-15T16:51:54Z Ssgapu22 248 58933 proofread-page text/x-wiki <noinclude><pagequality level="1" user="Ssgapu22" /></noinclude><center>{{Xx-larger|'''ବିଶ୍ୱାସ'''}}</center> ଉଦୁଉଦିଆ ଖରାବେଳ ସାଙ୍ଗକୁ ବସନ୍ତର ମୃଦୁ ପବନ ଛାଡ଼ି ଛାଡ଼ି ଯାଉଥାଏ । ଠିକ୍ ଏହି ସମୟରେ ଆମ୍ୱତୋଟା ଭିତରେ ଜୀବନକୁ ବାଜି ଲଗାଇ ଛେଳିଟାଏ ପ୍ରାଣ ବିକଳରେ ଦଉଡ଼ୁଥାଏ । ନା ଥାଏ ବଞ୍ଚିବାର ଆଶା ନା ମରିବାର ଦୁଃଖ ତଥାପି ଦଉଡ଼ୁଥାଏ । ଚିତ୍କାର ଉପରେ ଚିତ୍କାର କରି ଚାଲିଥାଏ; କିନ୍ତୁ ସମସ୍ତେ ନୀରବ । ଏଇ ତ ସମୟର ରୀତି । ଖାଦ୍ୟ ଖାଦକର ବନ୍ଧନ ଆଉ ଦୁର୍ବଳର ଉପରେ ସବଳର ଅତ୍ୟାଚାର । କିନ୍ତୁ ଏତେ ସବୁ ବିଚରା ଛେଳିଟାଏ ବୁଝିବ ବା କେମିତି ! ସ୍ନେହ ଶ୍ରଦ୍ଧା ଭଲପାଇବା ଭିତରେ ପରିବାର ସହ ଆସିଥାଏ ଦୂରରୁ ଦେଖିଥିବା ଛନଛନ ଦୁବଘାସ ଦିଇଟା ଖାଇବାକୁ । ମା’ ସହ କିଆରି ଭିତରେ ପଶିଥିବା ବେଳେ କିନ୍ତୁ ହେଲା କ’ଣ ! ସତେ ଯେମିତି ତା’ ଦେହର ଲୋଭିଲା କଞ୍ଚା ମାଉଁସଗୁଡ଼ାକୁ ଖାଇବାକୁ ବସିଥିଲେ କିଆବୁଦା ମୂଳେ କୁକୁରଗୁଡ଼ାକ । ଆଉ ସୁଯୋଗ ପାଇବା କ୍ଷଣି ଲମ୍ଫ ମାରିଦେଲେ । ସରିଯାଇଥିଲା ଜୀବନ, ସେମାନଙ୍କର ନଖ ଆଉ ଦାନ୍ତ କବଳରୁ ରକ୍ଷା ପାଇବା ପାଇଁ ଚିତ୍କାର ଉପରେ ଚିତ୍କାର କଲା ସିନା, ହେଲେ ଭାଗଶେଷ ଶୂନ । ହଠାତ୍ ଦୁଇ ଚାରିଜଣ ମଣିଷଙ୍କର ଶବ୍ଦ ଶୁଣିବାକୁ ପାଇଲା । ବୋଧହୁଏ ମାଲିକ ଆସିଗଲା ! ଟିକେ ଆଶ୍ୱସ୍ତି ଲାଗିଲା, ଗୋଟେ ଦୀର୍ଘଶ୍ୱାସ ନେଇ ରହିବା ବେଳକୁ, କୁକୁର ମଣିଷର ଲଢ଼େଇ । ପରିଣତି ମଣିଷ ଜିତିଲା । କେହିଜଣେ ତାକୁ କୋଳକୁ ନେଲା ଆଉ କ୍ଷତାକ୍ତ ଶରୀରରେ ସ୍ନେହ ଭରା ପରଶ ଦେଲା । ଲାଗିଲା ଜୀବନ ବଞ୍ଚିଗଲା । ଛାତିରେ<noinclude></noinclude> 3ana1p48ydbuul30sibph90llay21kn ପୃଷ୍ଠା:Biswash.pdf/୫୯ 250 12181 58934 58727 2025-06-15T16:52:43Z Ssgapu22 248 58934 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଛାତିଏ କୋହକୁ ଚାପିରଖି ଏତେ ଖୁସି ହୋଇଗଲା ଯେ ଆନନ୍ଦର ଅଶ୍ରୁ ବହିବାରେ ଲାଗିଲା । ତଥାପି ସେ ନୀରବ । ମାଲିକର ଘରୁ ବାହାରିଲା ମା’ ମିଳିଗଲା ଆଉ ମାଆ କୋଳ ଛାଡ଼ିଲା ତ ଏମାନେ । ଖୁବ୍ ଖୁସି ଲାଗୁଥିଲା, ଦେହର କଷ୍ଟକୁ ଭୁଲି ଉଠିବାରେ ଲାଗିଲା । ସେହି ମଣିଷମାନଙ୍କ ଦେହରେ ଦେହ ଘଷି ଖୁସି ହେଉଥିଲା । ଜଣ ଜଣ କରି ସମସ୍ତେ କୋଳକୁ ନେଲେ । କ୍ଷତାକ୍ତ ଶରୀରର ଆଦର କଲେ । ତାକୁ ଗଛରେ ବାନ୍ଧି ଦେଇ ଛନଛନିଆ ଘାସ ଆଣି ଖାଇବାକୁ ଦେଇ ଜଣକ ପରେ ଜଣେ ଘରକୁ ଗଲେ । କିଛି ବୁଝି ହେଉନଥାଏ । ଛେଳି ଛୁଆଟିର ଆଶା ସାର୍ଥକ ହେଲାପରି ଲାଗିଲା । ତଥାପି ନୀରବତା । କିଛି ସମୟର ବ୍ୟବଧାନ ପରେ ତା’ ମାଲିକ ଆସିଲେ । ଆଉ ତା’ ପଛକୁ ପଛ ରଶି, କଟୁରୀ, ହାଣ୍ଡି, କଢ଼ା, ବାଲ୍ଟି ଆଦି ଧୀରେ ଧୀରେ ଆସିବାରେ ଲାଗିଲା । ଏତେବେଳେ ବୁଝିପାରୁଥିଲା ଏତେ ସ୍ନେହ ଭଲପାଇବାର ମାନେ । ସେ ତ ଛେଳିଟିଏ, ଆବଶ୍ୟ ଆହାର, ସ୍ନେହ ଆଉ ଭଲପାଇବା ପାଇଛି ଯେତେବେଳେ ତା’ର ଋଣ ତ ସୁଝିବାକୁ ପଡ଼ିବନା !! ଧୀରେ ଧୀରେ ଦିନ ଗଡ଼ିବାରେ ଲାଗିଥାଏ । କଟୁରୀଟା ବେକରେ ଚାଲିବା ଆଗରୁ ତା’ ମାଆ ଛିଡ଼ା ହୋଇଥିଲା ଆଖି ଆଗରେ । ଜୀବନ ତ ସମସ୍ତଙ୍କର ଆପଣାର ହୋଇଥାଏ, ଆଉ କଷ୍ଟ ମଧ୍ୟ ସମସ୍ତଙ୍କୁ ସମାନ ପରିମାଣରେ ହୋଇଥାଏ । * * *<noinclude></noinclude> r83hfacps69yms6ymffiukf3itdlqbl ପୃଷ୍ଠା:Biswash.pdf/୬୧ 250 12184 58935 58733 2025-06-15T16:53:07Z Ssgapu22 248 58935 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ନୂଆ ନୂଆ କଲେଜ୍ ଯିବା ଯେଉଁ ଖୁସି ତାହା କେଉଁ ପାର୍କ କି ହୋଟେଲରେ ମିଳେନା । ନୂଆ ସାଙ୍ଗ, ଖୁଲମ୍ ଖୁଲା ମସ୍ତି ତାହା ପୁଣି ଟିଚର୍ କି ଘର ଲୋକଙ୍କ ଟେନସନ୍ ବିନା । ସତେ ଯେମିତି ମଣିଷ ସ୍ୱାଧୀନତା ପାଇଗଲା । କିଛି ଦିନ ତ ବେଶ୍ ଭଲ ଲାଗିଲା, ପରେ କିନ୍ତୁ ଯେସାକୁ ତେସା ହୋଇଯାଇଥାଏ । କହିବାକୁ ଗଲେ ଅନର୍ସ ମିଳିବା ପରେ ସମସ୍ତେ ଯେମିତି ପର ହୋଇ ଯାଇଥିଲେ । ନିଜ ନିଜ ଅନର୍ସରେ ପଢ଼ା ପଢ଼ି, କ୍ଲାସ୍ ଓ ଡିପାଟମେଣ୍ଟକୁ ନେଇ ବ୍ୟସ୍ତ । କିନ୍ତୁ ମୁଁ ମୋ ଡିପାଟମେଣ୍ଟକୁ ନେଇ କମଫଟ ଫିଲ୍ କରୁନଥିଲି; ମୋତେ ଭାରି ବୋରିଂ ଲାଗୁଥିଲା । ଏମିତି ଏମିତିରେ ପ୍ରଥମ ସପ୍ତାହ କଲେଜ୍ ଖୋଲିଲା ପରେ ପାଠ ପଢ଼ାରେ ମନ ଦେଲି । ଆମ ଗାଁ ରାସ୍ତା ପାଖର ଗୋଟେ ଚା’ ଦୋକାନ ପାଖରେ ବସିଥାଏ ମୁଁ । ଅପେକ୍ଷା କରିଥାଏ କେହିଜଣେ ସାଙ୍ଗକୁ ଲିପ୍ଟ୍ ନେଇ କଲେଜ ଯିବାକୁ । ଧୀରେ ଧୀରେ ପବନର ବେଗ ବଢ଼ିବାକୁ ଲାଗିଲା ଗଛର ପତ୍ର ସାଙ୍ଗକୁ ଧୂଳି ବି ଉଡ଼ିବାରେ ଲାଗିଲା । ସତେ ଯେମିତି ଆଷାଢ଼ୁଆ ବର୍ଷାଟା ଏଇନା ବରଷି ଯିବ । କହୁ କହୁ ଧିମା ଧିମା ବର୍ଷା ଆରମ୍ଭ ହୋଇଗଲା । ଦେଖେ ତ ସେ ପାଖରୁ ସାଙ୍ଗ ଦିଲ୍ଲିପ ବି ସାଇକେଲକୁ ଦୃତଗତିରେ ମାଡ଼ି ଚାଲୁଥାଏ । ସଙ୍ଗେ ସଙ୍ଗେ ସାଇକେଲକୁ ମୋ ଆଗରେ ରଖି ପଛପଟ ସିଟ୍‌ରେ ବସିପଡ଼ିଲା । ଏମିତିରେ ବି ବର୍ଷାର ମାତ୍ରା ବଢ଼ିବାରେ ଲାଗିଥାଏ । ମୁଁ ସାଇକେଲକୁ ଧରି ସ୍ପିଡ୍‌ରେ ଚଲାଇ ଚଲାଇ କଲେଜ୍ ଭିତରେ ପ୍ରବେଶ କଲି କିନ୍ତୁ କଣ୍ଟ୍ରୋଲ କରି ନପାରିବାରୁ ସାଇକେଲ୍ ଷ୍ଟାଣ୍ଡରେ ଧକ୍କା ଦେଲି । ଏପାଖେ ବର୍ଷାର ମାତ୍ରା ସାଙ୍ଗକୁ କ୍ଲାସ୍ ଲେଟ୍ ହେଉଥିବାରୁ ଦିଲ୍ଲିପ୍ ଆଉ ମୁଁ ଦୌଡ଼ି ଦୌଡ଼ି କ୍ଲାସରେ ପଶିଗଲୁ । କ୍ଲାସ ଆରମ୍ଭ ହୋଇଗଲା, ଦେଖିଲି ମୋ ପାଖ ସିଟ୍‌ରେ ଝିଅଟିଏ ବସି ମୋତେ ବାରମ୍ବାର ଚାହୁଁଛି କିନ୍ତୁ କିଛି କହୁନି । ହେଲେ ତା’ ପାଖରେ ବସିଥିବା ଝିଅକୁ କିଛି ଗୋଟେ କହୁଛି । ମୁଁ ଦେଖୁଥିଏ କିଛି କହୁନଥାଏ । ଏମିତି କିଛି ସମୟ ପରେ ଦିଲ୍ଲିପକୁ ଡାକି ଏ କଥା କହିଲି ଆଉ ଦିଲ୍ଲିପ କହିଲା, “ତୁ ବଝି ପାରୁନୁ କ’ଣ ବେ ! ସେ ଝିଅ ତୋତେ ଭଲ ପାଉଛି । ସେଥିପାଇଁ ତୋତେ ବାରମ୍ବାର ଚାହୁଁଛି ।” ମନ ବୁଝିଲା ନାହିଁ ଚକରାକୁ ପଚାରିଲି<noinclude></noinclude> axgrl8t6o3aynijbiprtq4t1a5ej9xa ପୃଷ୍ଠା:Biswash.pdf/୬୨ 250 12185 58936 58734 2025-06-15T16:53:30Z Ssgapu22 248 58936 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ସେ ବି ସେହି କଥା କହିଲା । ଦ୍ଵନ୍ଦରେ ପଡ଼ିଗଲି କିନ୍ତୁ ମନରେ ନିଆଁ ଲାଗିଗଲା, ଛାତିରେ ମଳୟ ବୋହିଲା ଓ ହୃଦୟର ସ୍ପନ୍ଦନଟା ଯେମିତି ଅବୋଲକରା ହୋଇଗଲା । ତା’ର ସେଇ ଛୋଟ ଓଠ, ନିରୀହ ଆଖି ମୋତେ ଯେମିତି ପାଗଳ କରି ଦେଉଥାଏ ! ବୈଶାଖରେ ଶୁଖିଯାଇଥିବା ମନରେ ପ୍ରେମର ବର୍ଷା ହେବାକୁ ଲାଗିଲା । ଏମିତି ଦେଖାଦେଖି ଭିତରେ କ୍ଲାସ୍ ଶେଷ ହେବା ଘଣ୍ଟି ବାଜିଲା । ଏମିତିରେ ଏହାରି ଭିତରେ ୩ଟା କ୍ଲାସ୍ ସରିଯାଇଥାଏ ହେଲେ କିଛି ଜଣା ପଡ଼ୁନଥାଏ । ଧୀରେ ଧୀରେ ସମସ୍ତେ ଉଠିକରି ବାହାରକୁ ଗଲେ ଆଉ ମୁଁ ଦିଲ୍ଲିପକୁ ଜାବୁଡ଼ି ଧରି କହିଲି, “ରେ ଦିଲ୍ଲିପି ! ମୋତେ ପ୍ରେମ ହୋଇଗଲାରେ... ମୋତେ ପ୍ରେମ ହୋଇଗଲା ।” କ୍ଲାସ ରୁମ୍ ଭିତରେ ମୋ ସାଙ୍ଗ ଚକରା ଓ ସରୋଜ ସହ ମିଶି ମସ୍ତି କରୁଥାଏ । ହଠାତ୍ ଦିଲ୍ଲିପ ଆସି କହିଲା, “ରାଜେଶ ତୋତେ ସେ ଝିଅ ଡାକୁଛି, ବାହାରେ ଛିଡ଼ା ହୋଇଛି, କିଛି ଗୋଟେ କହିବ ।” ମନରେ ଲଡ଼ୁ ଫୁଟିଗଲା । ମୋର ଷ୍ଟାଇଲ୍, ସ୍ମାଇଲ୍ ସହ ଚାଲି ବି ବଦଳିଗଲା । ସରୋଜର ପାକିଳିଆ କଥା ଶୁଣି ଭାବିଲି ଆଜି ଗୋଟେ ପ୍ରୋପଜ୍‌ଟା ହୋଇଯିବ । ଆଉ ପ୍ରୋପଜ୍ ପରେ ପାର୍ଟି, ପୁଣି ଆଉ କିଛି... ଏମିତି ହଉ ହଉ କ୍ଲାସ ବାହାରକୁ ଆସିଲି । କ୍ଲାସ୍ ବାହାରେ ଗାର୍ଡେନ୍‌ରେ ସେ ଆଉ ତା’ ସାଙ୍ଗ ଦୁଇ ଜଣ ଛିଡ଼ା ହୋଇଥାନ୍ତି । ମନ ଉଛନ୍ନ ହେଲା, ଆଜି କିଛି ଗୋଟେ ହବ । ସହାସ ହେଉ ନଥାଏ, ସମସ୍ତେ ବେଷ୍ଟ ଅଫ ଲକ୍ କହି ଛାଡ଼ିଥିଲେ । ମନ ଖୁସିରେ ଧୀରେ ଧୀରେ ଯାଇ ତାଙ୍କ ପାଖରେ ପହଞ୍ଚିଲି । ଆଉ ତା ପରେ ଯେଉଁ କଥା ହେଲାନା, ସେଥିରେ ମୁଁ ମୋ ପର୍ସରୁ ୫୦୦ ଟଙ୍କା ଦେଲାପରେ ଯାଇ ସୁଝିଲା । ପ୍ରେମ ଫ୍ରେମ ସବୁକିଛି ପାଣିର ଫଟୋକା ପରି ମିଳାଇ ଗଲା । ମୁହଁକୁ ଶୁଖାଇ ଫେରିଲା ପରେ ଚକରା ଆଉ ଦିଲ୍ଲିପି ପଚାରିଲେ, “କ’ଣ ହେଲା?” “ଆବେ ସାଇକେଲ୍ ଷ୍ଟାଣ୍ଡରେ ଯୋଉ ସାଇକେଲକୁ ଧକ୍କା ଦେଇଥିଲି, ସେ ସାଇକେଲ୍ ୟାର ଥିଲା, ଆଉ କ’ଣ ହେବ?” ସେବେଠାରୁ କାନ ମୁଣ୍ଡ ଆଉଁସି ଶପଥ ନେଲି କେବେବି କହା କଥାରେ ପଡ଼ି ନିଜ ଭାବନାକୁ ବଢ଼ାଇବି ନାହିଁ । କିନ୍ତୁ ସେଇ ମିଛ ଭାବନାରେ ଯେଉଁ ପ୍ରେମ ଆରମ୍ଭ କରିଥିଲା ନା ପ୍ରେମର ଅନୁଭୂତିକୁ ମନ, ହୃଦୟରେ ଛାପ ଛାଡ଼ି ଦେଇଥିଲା । ଖୁବ୍ ଚମତ୍କାର ଥିଲା ତାହାର ପରିଭାଷା । * * *<noinclude></noinclude> 1deerk53waosv1zsy4oe2t928z35mio ପୃଷ୍ଠା:Biswash.pdf/୬୪ 250 12187 58937 58736 2025-06-15T16:53:58Z Ssgapu22 248 58937 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ସତରେ ସମୟ ବଡ଼ ବିଚିତ୍ର । ଏଇ ବିଚିତ୍ରତା ଭିତରେ ଆମ ତୁମ ଅବସ୍ଥା କ’ଣ କିଛି ବି ବୁଝା ପଡ଼େନି । ଦରିଆର ପାଣି ଯେମିତି ଟାଣି ଭିତରକୁ ନେଇଯାଏ, ଠିକ୍ ସେମିତି ଆଣି କୂଳରେ ଛାଡ଼ି ଦିଏ । ସକାଳ ଆଣେ ସିନା ସୂନେଲି କିରଣ ଆଉ ସେଇ କିରଣ ସଞ୍ଜରେ ରକ୍ତିମ ହୋଇ ଆକାଶକୁ ଛାଡ଼ିଦେଇ ଯାଏ । ବାଲକୋନୀ ପାଖ ଡ୍ରଇଂରୁମ୍‌ରେ ବସି ହାତରେ ଖବର କାଗଜଟା ଧରି ଚା’ ପିଉଥା’ନ୍ତି ଦୁଇ ବନ୍ଧୁ । କିଛି ସମୟର ନୀରବତା ପରେ ଗୋଟେ ଦୀର୍ଘ ନିଶ୍ୱାସ ଛାଡ଼ି ଆକାଶ ବାବୁ କହିଲେ, “ପ୍ରଦୀପ ପୁଅର ଆଜି ଜନ୍ମଦିନ । ଆମ ଦୁଇଜଣଙ୍କୁ କହିଥିଲା ହେଲେ ଯିବାକୁ ଇଚ୍ଛା ଥିଲେ ବି ଯାଇ ପାରିଲୁନି । କାଇଁ ଓଡ଼ିଶା କାଇଁ ସୁଦୂର ବାଙ୍ଗାଲୋର ! ଏମିତିରେ ବି ତା’ ମାଆ ଦେହ ଖରାପ । ଆମେ ବୁଢ଼ାବୁଢ଼ୀ ଦୁଇଟା ବିଚରା ।” “କ’ଣ ବିଚରା ! ପିଲାଟା ତ ପିଲାଟି ଦିନରୁ ଆଜିଯାଏଁ ବାହାରେ ରହିଲା, ଆଜି କେଉଁ ଘରେ ରହିଥାନ୍ତା ଭଲା । ତୁମେ ଶିଖେଇ ଥିବା ପଥ ଅନୁକରଣ କରୁଛି ।” ଏତିକି କହି ଟେବୁଲ୍ ଉପରୁ ଚା’ କପକୁ ଉଠାଇ ହାତରେ ଧରିଲେ ସାଗର ବାବୁ । “ମୁଁ ବି କ’ଣ କରିଥା’ନ୍ତି? ମୋ କାମର ବ୍ୟସ୍ତତା ସାଙ୍ଗକୁ ତୋ’ ଭାଉଜକୁ ବି ସରକାରୀ ଚକିରିଟା ମିଳିଗଲା । ସରକାରୀ ଚାକିରିକୁ ମନା କେମିତି କରିଥାନ୍ତି । ତା’ ଛଡ଼ା ପ୍ରଦୀପ କଥା ଆଉ କିଏ ବୁଝିଥାନ୍ତା? ଆଜି ସମୟରେ ଲୋକଗୁଡ଼ାକଙ୍କୁ ଭରସା ନାହିଁ । ଆଉ ଏହାରି ଭିତରେ ପ୍ରଥମରୁ ହଷ୍ଟେଲ୍, ପରେ ମେସ୍ ଓ ଆଜି ରୁମ୍‌ରେ ରହି ଚାକିରି କରୁଛି ।” “ହଁ...... ହଁ... ସେ କହୁଥିଲା କୁନି ଛୁଆ କାଳେ ଇଁରାଜୀରେ କ’ଣ ସବୁ ଶିଖିଲାଣି । ଏଇ ବରଷକର ପିଲା ପୁଣି ଇଂରାଜୀ ! ପାଠ କ’ଣ ସେ ଜାଣିବା ଆଗରୁ ପାଠ ! ହଁ.... ଏଥିରେ ତୁମେ ଆମେ ବି କ’ଣ କରିପାରିବା । ଏବେକାର ସିଷ୍ଟମ୍ ତ ଏମିତି; ଜନ୍ମ ହେଉ ହେଉ ପାଠ । ତୁମେ ଦେଖ, ପିଲାଟାକୁ ପିଲାବେଳେ ଯେମିତି<noinclude></noinclude> kfhb0d30p7enhe3uuv0zd7hvjovnfth ପୃଷ୍ଠା:Biswash.pdf/୬୫ 250 12188 58938 58737 2025-06-15T16:54:23Z Ssgapu22 248 58938 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>କରିଥିଲ ଏବେ ବୁଢ଼ାବୁଢ଼ୀ ବେଳେ ଭୋଗିବନି ତ କିଏ ଭୋଗିବ । କର୍ମମୟ ଜୀବନର କାର୍ଯ୍ୟବ୍ୟସ୍ତତାକୁ ଦର୍ଶାଇ ତୁମେ ସମୟ ଦେଇ ପାରିଲନି । ଏବେ ସେ... । ଧୂଳି ଖେଳ, ମାଆ ସ୍ନେହ, ପରିବାରର ଆଦର୍ଶ ସଂସ୍କାରଠାରୁ ସ୍କୁଲର ଚାରି କାନ୍ଥ ଜ୍ଞାନ ଏତେ ଅଧିକ?” (ବିଷାଦ ଭରା କଣ୍ଠରେ) “ଆଉ ତୁ ପିଲାଙ୍କୁ ସ୍ୱାଧୀନତା ଦେବା ନାମରେ ଏତେ ଛାଡ଼ି ଦେଲୁ ଯେ ଦୁଇ ଜଣରୁ ଦୁଇ ଜଣ ଯାକ ମ୍ୟାଟ୍ରିକ୍ ବନ୍ଧ ଡେଇଁ ପାରିଲେନି । ଜଣେ ଅଟୋ ଆଉ ଜଣେ ପରିବା ଦୋକାନୀ । ହେଲେ କ’ଣ ହେବ ଦୁଇ ଜଣଯାକ ତୋ’ ସାଥିରେ ଅଛନ୍ତି । ନାତି ନାତୁଣୀଙ୍କ ପାଖରେ ଆନନ୍ଦରେ ରହୁଛୁ । ଛାଡ଼...” ହାତରେ ଜଳଖିଆ ପ୍ଲେଟ୍ ଧରି ପଛ ପାଖରେ ସବୁ କଥା ଶୁଣୁଥିଲା ପ୍ରଦୀପର ମାଆ । ମନ ତଳେ ଥିବା ମା’ର ମାତୃତ୍ୱ, ମନର ବେଦନା ସବୁ ତରଳି ଯାଇ ଆଖିବାଟେ ଲୁହ ହୋଇ ବୋହି ଯାଉଥାଏ ନୀରବରେ । ସନ୍ଧ୍ୟାରେ ଜନ୍ମ ଦିନର ଆସର ଜମିଲା । ବହୁ କୁନି କୁନି ପିଲାମାନେ ସବୁ ଆସିଲେ । କେକ୍ କାଟିଲେ । ବୁଢ଼ାବୁଢ଼ୀ ଦୁଇ ଜଣ ମୋବାଇଲ୍‌ରେ ଭିଡ଼ିଓ କଲିଂ କରି ସିନା ଖୁସି ହେଲେ କିନ୍ତୁ ଆଶୀର୍ବାଦ ଦେବାପାଇଁ ହାତ ପହଞ୍ଚିଲା ନାହିଁ । ଲୁହ ଭରା ଆଖିରେ ଚାହିଁ ରହିଥିଲେ ଶୂନ୍ୟକୁ । * * *<noinclude></noinclude> cj6b9tu4ui8afcqj4gws3er063b2pfj ପୃଷ୍ଠା:Biswash.pdf/୬୭ 250 12190 58939 58739 2025-06-15T16:54:50Z Ssgapu22 248 58939 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ରାଜଧାନୀର ରାଜରାସ୍ତା ଉପରେ ଅନ୍ୟମନସ୍କ ଭାବେ ଛିଡ଼ା ହୋଇଥିଲା ଲିପ୍ସା, ପାଖରେ ଥାଏ ଲଗେଜ୍, ହାତରେ ମୋବାଇଲ୍ । ଏଣେ ଲକ୍‌ଡାଉନ୍‌ର ଶୁନ୍‌ଶାନ୍ ରାସ୍ତା, ତଥାପି ସେ ବାରମ୍ୱାର ଅନେଇ ଚାଲିଥାଏ ଉଭର ବ୍ରିଜ୍ ଆଡ଼କୁ । ନା ଅଛି ଅଟୋ ନା ଅଛି ଟ୍ୟାକ୍ସି । ପୁଣି ଏ ଅସମୟରେ ସାହାଯ୍ୟ ବା କରିବ କିଏ? ଅନେକ ସମୟର ଅପେକ୍ଷା ପରେ ମନର ରାଗକୁ ମନରେ ମାରି ବସିପଡ଼ିଲା ରାସ୍ତା କଡ଼ର ଫୁଟ୍‌ପାଥ୍ ଉପରେ । ଆଖିରେ ଆଖିଏ ସ୍ୱପ୍ନ ଆଉ ମନରେ ଅସୁମାରୀ ପ୍ରଶ୍ନ । ସମୟର ଭାବନାକୁ ନେଇ ହଜିଗଲା ନିଜ ଭିତରେ । ଅନେକ ଦିନ ପରେ ଘରୁ ଫେରିଥାଏ ମେସ୍‌କୁ, ଆଉ ଏହାସାଙ୍ଗକୁ ଓଡ଼ିଶାର ପାଣିପାଗ କଥା ନକହିବା ଭଲ । ଅଦିନର ବର୍ଷା ଏମିତି ହେଲା ଯେ ଦେହରେ ଜମା ଗଲାନାହିଁ ହାଲ୍କା ସର୍ଦ୍ଦି ସାଙ୍ଗକୁ ଜ୍ୱରଟା ବି ମାଡ଼ି ବସିଲା । ଡକ୍ତର ପାଖକୁ ଯିବାକୁ ଭାବୁଥିଲା ହେଲେ କରୋନା ପାଇଁ ଲକ୍‌ଡାଉନ୍ ଆରମ୍ଭ । ପାଖ ପିଲାମାନେ କ’ଣ ଭାବୁଥିଲେ କେଜାଣି, ପାଖ ମାଡ଼ୁନଥିଲେ । ହଁ ! ଏଠି ଆଉ ଘର ହୋଇଛି ଯେ ମାଆଙ୍କର ପରଶରେ ଦେହ ଭଲ ହୋଇଯିବ !! ନିଜକୁ ଆଉ ସମ୍ଭାଳି ପାରିଲାନି ଲିପ୍ସା, ବାଧ୍ୟ ହୋଇ କଷ୍ଟଭରା ଦେହକୁ ନେଇ ବହୁ କଷ୍ଟରେ ମେଡିକାଲ୍ ଗଲା । ଆଉ ସେଇଠୁ ଫେରି ଦେଖେ ତ ସତେ ଯେମିତି ପାଦତଳୁ ମାଟି ଖସିଗଲା ପରି ଲାଗିଲା । ବିଶ୍ୱାସ କରିପାରିଲା ନାହିଁ ନିଜକୁ ଆଉ ତାକୁ ଦେଖୁଥିବା ପ୍ରତ୍ୟେକ ଚରିତ୍ରକୁ । କାହିଁକିନା ତା’ର ବ୍ୟାଗ୍, ଲଗେଜ୍ ସବୁ ଗେଟ୍ ପାଖରେ ଥୁଆ ହୋଇଛି ଆଉ ସମସ୍ତେ କହୁଛନ୍ତି ତାକୁ କୁଆଡ଼େ କରୋନା ହୋଇଛି । ସମସ୍ତଙ୍କୁ ବୁଝାଇ ବୁଝାଇ ସିନା ଥକିଗଲା, ନେହୁରା ହେଲା, ହେଲେ ତା’ କଥା ବୁଝିବାକୁ କେହି ପ୍ରସ୍ତୁତ ନଥିଲେ । ସାଙ୍ଗସାଥୀ, ପଡ଼ୋଶୀ ମାଉସୀ ସତେ ଯେମିତି ଘଡ଼ିକରେ ବଦଳିଗଲେ ବହୁରୂପୀ ଏଣ୍ଡୁଅ ପରି ! ସମସ୍ତେ ଯେମିତି ପଥର ହୋଇଯାଆନ୍ତି !! କେହିହେଲେ ଥରୁଟିଏ ବୁଝିଲେନି ଏତେ ବଡ଼ ଭୂବନେଶ୍ୱରରେ ଏଇ ଲକ୍‌ଡାଉନ୍‌ରେ ଝିଅଟିଏ ଯିବ କୁଆଡ଼େ ! ସୂର୍ଯ୍ୟଙ୍କର ଅନ୍ତିମ କିରଣ ପୃଥିବୀ ଛାଡ଼ୁଥାଏ, ହଠାତ୍ ବାଇକ୍‌ର ହର୍ଣ୍ଣ ବାଜିଲା । ଚମକି ପଡ଼ି ଲିପ୍ସା ଭାବନା ରାଇଜରୁ ଫେରିଆସି ଚୁପ୍‌ଚାପ୍ ଯାଇ ଆକାଶ<noinclude></noinclude> 1k0yya4538mex93ceigm8die0gkhw4x ପୃଷ୍ଠା:Biswash.pdf/୬୮ 250 12191 58940 58740 2025-06-15T16:55:09Z Ssgapu22 248 58940 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ବାଇକ ପଛରେ ବସିଗଲା । ଖାଲି ଅଭିମାନ ଭରା କଣ୍ଠରେ କହୁଥାଏ, “କେତେ ଲେଟ୍ କରିଦେଲ ଜାଣିଛନା !? ମୁଁ ତ ପୂରା ଡରିଯାଇଥିଲି ।” ଆକାଶ କିଛି ନକହି ଗାଡ଼ିଟା ଆଗକୁ ବଢ଼ାଇଲା । ଲକ୍‌ଡାଉନ୍‌ର ସମୟ; ରାସ୍ତାଘାଟ ଶୁନ୍ ଶାନ୍ ଆଉ ଏହାରି ଭିତରେ ଆକାଶର ବାଇକ୍ ପଛରେ ବସିଥାଏ ଲିପ୍ସା । ଏହି ଲକ୍‌ଡାଉନ୍‌ରେ ଭୁବନେଶ୍ୱରରୁ କଟକ ଯିବାର ଅନୁଭୁତି ବେଶ୍ ନିଆରା । ନା ଏଠି କେହି ଅଛି ରୋକିବାକୁ ନା କେହି ଅଛି କହିବାକୁ । ସତେ ଯେମିତି ପ୍ରକୃତିର ନୀରବତା ଭିତରେ ସେ ଦୁହେଁ ରାଜା ଆଉ ରାଣୀ ! ବିସ୍ତୃତ କାଠଯୋଡ଼ିର ଶୁଖିଲା ବାଲିପଠା, ଅଗାଧ ଜଳରାଶି ଆଉ ଆକାଶଙ୍କ ସହ ଲମ୍ୱା ରାସ୍ତା ଅତିକ୍ରାନ୍ତ କରିବା କୌଣସି ଏକ ଚମତ୍କାର ରୋମାଞ୍ଚରୁ କମ ନଥାଏ । କାହିଁକିନା ଏସବୁ ଜୀବନରେ ପ୍ରଥମଥର ପାଇଁ ଘଟୁଥିଲା । ନହେଲେ ଭିଡ଼ଭାଡ଼ ଜୀବନ ଭିତରେ ନିଜ ପାଇଁ ସମୟ କାହିଁ? ରାସ୍ତାର ଷ୍ଟ୍ରିଟ୍ ଲାଇଟ୍‌ର ଆଲୁଅ ସାଙ୍ଗକୁ ହାଲ୍କା ହାଲ୍କା ଶିତଳ ପବନ ସତେ ଯେମିତି ବୈଶାଖରେ ମଳୟର ସ୍ପର୍ଶ । ଏହି ଶୀତଳ ପବନରେ ଦେହ ଶୀତେଇ ଉଠୁଥାଏ । ଠିକ୍ ଏତିକି ବେଳେ ଆକାଶକୁ ଭିଡ଼ିକି ଧରିଲା ଲିପ୍ସା । ଆଉ ଆକାଶ ବି ଲିପ୍ସାର ହାତକୁ ଭିଡ଼ିକରି ବାଇକ୍‌କୁ ଧୀରେ ଧୀରେ ଚଲାଉଥାଏ ନୀରବରେ । ରାସ୍ତାର ଗଡ଼ାଣି ଉଠାଣି ଭିତରେ ଲାଗୁଥିଲା ସ୍ୱପ୍ନ ଗୁଡ଼ାକ ଧୀରେ ଧୀରେ ସତ ହେବାରେ ଲାଗିଛି । ଆଗରେ ଟ୍ରାଫିକ୍ ପୋଲିସ୍‌ର ଭ୍ୟାନ୍ ଦେଖି ଡରିଯାଇଥିଲେ ଦୁହେଁ । ଆକାଶ ମୁଣ୍ଡରେ ହେଲମେଟ ଆଉ ଲିପ୍ସା ମୁହଁରେ ଓଢ଼ଣୀଟାକୁ ଢାଙ୍କି ଦେଇ ଗାଡ଼ିଟାକୁ ଧୀରେ କରି ଆଗକୁ ବଢ଼ାଉଥିଲେ । ଠିକ୍ ଏତିକି ବେଳେ ଟ୍ରାଫିକ୍ ଫୋଲିସ୍ ବାଟ ଓଗାଳିଲା । ଆଉ ତା’ପରେ ମେଞ୍ଚାଏ ପ୍ରଶ୍ନର ପାହାଡ଼ । ବହୁତ ଅନୁରୋଧ କଲା ପରେ ଲିପ୍ସାର ମେଡ଼ିକାଲ୍ ରିପୋର୍ଟ ଦେଖାଇ ଛାଡ଼ ମିଳିଲା । “ଏବେ ଖାଲି ଗୋଟିଏ କାମ, ପ୍ରଥମେ ତୁମକୁ ତୁମ ଘରେ ଛାଡ଼ିବି ଓ ତା’ପରେ ମୁଁ ମୋ ରୁମ୍‌କୁ ଯିବି”, କହିଲା ଆକାଶ । ଲିପ୍ସା କହିଲା, “କଟକରୁ ଭଦ୍ରକ ଏ ରାତିରେ କ’ଣ ଯିବା ଠିକ୍ ହେବ? ଏମିତିରେ ବି ମୋ ଦେହଟା ଠିକ୍ ନାହିଁ । ଏବେ ଏବେ ଗୋଟିଏ ପ୍ରବ୍ଲେମ୍‌ରୁ ସିନା ମୁକ୍ତି ମିଳିଲା, ଯଦି ଆଗକୁ ଆଉ କିଛି...” ଲିପ୍ସା ମୁହଁରେ ହାତ ରଖିଲା ଆକାଶ । କହିଲା, “କେବେ ବି ସେମିତି କହିବ ନାହିଁ । ଆଉ ଯଦି ହୁଏ, ତା’ ହେଲେ ଠିକ୍ ଅଛି ତୁମରି କଥା ହେଲା । ଭାବିଥିଲି ଦିନେ ତୁମକୁ ରୋଷଣି କରି ବେଦୀ ଉପରେ ବସି ହାତଗଣ୍ଠି ପକେଇ ତୁମ ଘରୁ ଆମ ଘରକୁ<noinclude></noinclude> 16r87mi5wz4bsmc5c4k589biaustrkk ପୃଷ୍ଠା:Biswash.pdf/୬୯ 250 12192 58941 58742 2025-06-15T16:55:23Z Ssgapu22 248 58941 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଆଣିବି । ହେଲେ ଆଜି ମୁଁ ମୋ ବାଇକ୍ ପଛରେ ମୋ ଭଡ଼ାଘରକୁ ତୁମକୁ ନେଇଯାଉଛି ।” ହସିଲା ଲିପ୍ସା । କହିଲା, “ଆରେ ଦେଖିବ ତୁମ ସ୍ୱପ୍ନ ଦିନେ ସତ ହେବ । ପ୍ରଥମେ ତୁମେ ତୁମ ବାପାମାଆଙ୍କୁ ତ କୁହ... ଡରୁଆ କେଉଁଠିକାର ।” ଆକାଶ ଟିକେ ହସିଦେଇ ଆଗକୁ ବଢ଼ିଲା । କ୍ଳାନ୍ତ ଭରା ରୋଗୀଣା ଦେହରେ ରୁମ୍ ଭିତରେ ପହଞ୍ଚିବା ବେଳକୁ ନିଜକୁ କଣ୍ଟୋଲ୍ କରିପାରିଲା ନାହିଁ ଲିପ୍ସା ଆଉ ତଳେ ପଡ଼ିଗଲା । ବ୍ୟସ୍ତ ବିବ୍ରତ ହୋଇ ଆକାଶ ଉଠାଇ ନେଲା ଲିପ୍ସାକୁ ଦୁଇ ବାହୁରେ । ଲିପ୍ସା କିଛି କହି ପାରୁନଥାଏ, ଖାଲି ଚାହିଁରହିଥାଏ ଆକାଶକୁ ଢଳ ଢଳ ନିରିହ ଆଖିରେ । ଆକାଶ ନେଇ ଶୁଆଇ ଦେଲା ବେଡ୍ ଉପରେ । ଲିପ୍ସା କିଛି କହିବାକୁ ଚାହୁଁଥିଲା କିନ୍ତୁ ଆକାଶ ମଥାକୁ ଆଉଁସି ଦେଇ କମ୍ବଳଟା ଘୋଡ଼ାଇ ଦେଇ ଭାବିବାକୁ ଲାଗିଲା । ଏବେ ଲକ୍‌ଡାଉନ୍‌ର ସମୟ ପୁଣି କରୋନାର ଭୟ ଆଉ ଏହାରି ଭିତରେ ଲିପ୍ସାର ଏ ଅବସ୍ଥା । ରିସ୍କ୍ ନେବାଟା ଠିକ୍ ହେବନି । ଠିକ୍ ଏଇ ସମୟରେ ମନେପଡ଼ିଗଲା ଲିପ୍ସା ବ୍ୟାଗ୍‌‌ରେ ଥିବା ମେଡ଼ିସିନ୍ ଆଉ ପ୍ରେସକ୍ରିପସନ୍ କଥା । ମେଡ଼ିସିନ୍‌କୁ ବ୍ୟାଗରେ ଦେଖି ବହୁତ ଖୁସି ହେଲା । ଫୋନ୍‌ରେ ଡକ୍ଟରଙ୍କ ପରାମର୍ଶ ନେବା, ଲିପ୍ସାକୁ ଖୁଆଇବା, ମଥା କୁଣ୍ଡେଇ ଦେବା, ଠିକ୍ ସମୟରେ ମେଡ଼ିସିନ୍ ଖୁଆଇବା ଭିତରେ ଅନେକ ଦିନ ବିତିଯାଇଥାଏ । ଏବେ ଲିପ୍ସା ଠିକ୍ ଅଛି । ଆକାଶର ବାପାଙ୍କ ପରି ଆକଟ କରିବା, ମାଆଙ୍କ ଭଳି ସେବା କରିବା ଆଉ ଭଲ ସାଙ୍ଗ ପରି ମସ୍ତି କରିବା ଭଳି ପ୍ରେମୀ କାହାକୁ ବା ମିଳିବ !! ଖୁସିରେ ତା’ ଆଖିରୁ ଲୁହ ବାହାରି ଆସିଲା । * * *<noinclude></noinclude> 9pq62ztnrwygnrce60h73jc5z9h22d6 ପୃଷ୍ଠା:Biswash.pdf/୭୧ 250 12194 58942 58744 2025-06-15T16:55:44Z Ssgapu22 248 58942 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>“ରାତିର ଅନ୍ଧାରରେ ସମସ୍ତେ ଶୋଇଗଲା ପରେ ଚୁପି ଚୁପି ଘଣ୍ଟା ଘଣ୍ଟା କଥା ହେବା ନା କଲେଜ କ୍ଲାସ୍ ରୁମ୍‌ରେ ମନଖୋଲି ଆଳାପ କରିବା । ହାତରେ ହାତ ଛନ୍ଦି ବିସ୍ତୁତ ବେଳାଭୂମିରେ ବୁଲିବା ଆଉ ଥକି ଗଲାପରେ କ୍ୟାଣ୍ଡେଲ୍ ନାଇଟ୍ ଡିନର୍ କରି ଘରକୁ ଫେରିବା... ଏଇ କ’ଣ ପ୍ରେମ? ଯାହାକୁ ପାଇବାକୁ ଆଜିର ଯୁବପିଢ଼ୀ ଏତେ ବ୍ୟଗ୍ର ! ବାପାଙ୍କ ଦିଆ ପକେଟ୍ ମନିକୁ ମୋବାଇଲରେ ପକାଇବା, ମାଆ ଲୁଚେଇ ଦେଇଥିବା ପଇସାରେ ପ୍ରେମିକାକୁ ଗିଫ୍ଟ ଦେବା, ଆଉ ଘରୁ ଲିପ୍ଟ୍ ମାଗି ମେସ୍‌କୁ ଯାଇ ଗାଡ଼ିଭଡ଼ା ପଇସାକୁ ହାତ ଖର୍ଚ୍ଚ କରିବା... ଭାରି ବିକଳିଆ ଜୀବନ ଥିଲା ଆମର ! ଏମିତିରେ ଆରମ୍ଭ ଥିଲା ମୋର କଲେଜ ଜୀବନ”, ଏତିକି କହି ବସିଥିବା ଜାଗାରୁ ଉଠିପଡ଼ିଲା ମାନସ । “ଛାଡ଼ ତୋ’ର ଏ ବେକାର କଥା । ପ୍ରେମ କରିବା କ’ଣ? ମୋତେ ସେସବୁ ଆସେନି । ମୁଁ ଆଦିବାସୀ ହୋଇପାରେ, ହେଲେ ମୋର ପ୍ରେମ ତୋ’ର ପ୍ରେମ ଭଳି ମ୍ୟନେଜମ୍ୟାଣ୍ଟ ନୁହେଁ । ମୋର ଘର ଜଙ୍ଗଲରେ ହୋଇପାରେ, ହେଲେ ମୁଁ ମଣିଷ । ବାପାଙ୍କୁ ଚାକିରୀଟା ମିଳିଲା ବୋଲି ସିନା ମୁଁ ଏଠି, ନୋହିଲେ ମୁଁ ବି ତା’ ସହ ଖେଳିଥାନ୍ତି । ଆଜି ବି ତା’ ସହ ବୁଲିଥାନ୍ତି । ତା’ର ମାମୁଁଙ୍କ ଘର ଆମ ଘର ପାଖରେ । ବିଚରା ମା’ ଛେଉଣ୍ଡ ପିଲାଟା ସେ, ବାପା ତା’ର ହାଣ୍ଡିଆ ପିଇ କୁଆଡ଼େ ଗଲା କିଛି ପତା ନାହିଁ । ହେଲେବି ସେ ମୋତେ ଛାଡ଼ି କୁଆଡ଼େ ଯାଏନି । ସବୁବେଳେ ରାମୁ ଭାଇ ରାମୁ ଭାଇ କହି ମୋ ପଛରେ ଦଉଡ଼ୁଥାଏ । ତା’ର ସେହି ନିରୀହ ଆଖିରେ ଯେବେ ଚାହିଁ ଦିଏ ନା, ମୁଁ ଆଉ ନିଜକୁ ସମ୍ଭାଳି ପାରେନି । ମୁଁ ଜାଣିଛି ସେ ବି ମୋତେ ବହୁତ ଭଲପାଉଛି । ହେଲେ କେବେ କିଛି କହିନି । ଖାଲି ଏତିକି କହେ ମୁଁ ତୋ’ ବିନା ବଞ୍ଚି ପାରିବିନି ! ଆଜି କାଇଁ ତା’ କଥା ବେଶି ମନେପଡ଼ୁଛିରେ !! ଚାଲ୍ ମାନସ କାଲି ଆମେ ଗାଁ’କୁ ଯିବା । ସେ ମୋ ଉପରେ ନିଶ୍ଚେ ରାଗିଥିବ । ତୁ ତାକୁ ଟିକେ ବୁଝେଇ ଦେବୁ ଯେ, ମୋ ସୁମି ମୋ ପାଖକୁ ଆସିଯିବ । ପ୍ଲିଜ୍...” ବାପାଙ୍କ ଅନୁମତି ନେଇ ମାନସ ଆଉ ମୁଁ ଟ୍ରେନ୍ ଯୋଗେ ବାରିପଦା<noinclude></noinclude> d6a1ka7ogzpotd19fim5f65gxpisa5c ପୃଷ୍ଠା:Biswash.pdf/୭୨ 250 12195 58943 58745 2025-06-15T16:56:05Z Ssgapu22 248 58943 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ବାହାରିଲୁ । ବାରିପଦା ଷ୍ଟେସନରୁ ୨୫ କିଲୋମିଟର ଦୂର ଟାଲିସାହି; ସେଇଠି ମୋ’ର ଗାଁ । ରାସ୍ତାର କଡ଼େ କଡ଼େ ଜଙ୍ଗଲ ମଝିରେ ମଝିରେ ଗୋଟିଏ ଗୋଟିଏ ଝୁମ୍ପୁଡ଼ି ପହ୍ଲା । ଅତୀତର ସେଇ ପୁରୁଣା ସ୍ମୃତିକୁ ମନେପକାଉ ଥାଏ । କେତେବେଳେ କେଉଁ ବନ୍ୟ ଜନ୍ତୁ ଦେଖାଦେଲେ ମାନସ ଚିଲେଇ ଉଠୁଥାଏ । ନନ୍ଦନକାନନର ପଶୁ ପକ୍ଷୀଙ୍କ ଛଡ଼ା ଜଙ୍ଗଲରେ ମୁକ୍ତ ବିଚରଣ କରୁଥିବା ପଶୁପକ୍ଷୀଙ୍କୁ କେବେବି ଦେଖିନି ତ, ସେଥିପାଇଁ । ଯାହା ବି ହେଉ, ରାସ୍ତାସାରା ମସ୍ତି କରୁକରୁ କେତେବେଳେ ଗାଁ ଆସିଗଲା ଜଣାପଡ଼ିଲା ନାହିଁ । ଏଇଠୁ ଆରମ୍ଭ କଠିନ ରାସ୍ତା । କାହିଁକି ନା ଛକରୁ ଅଧ କିଲୋମିଟର ଦୂର ପାହାଡ଼ି ରାସ୍ତା ଆଉ ତା’ପରେ ଆମ ଘର । ଏମିତି ଭାବୁ ଭାବୁ ମୋ କାକା ବାଇକ୍ ଧରିଛିଡ଼ା ହୋଇଥାନ୍ତି । ଯାହାହେଉ ଶୀଘ୍ର ଆମେ ଘରେ ପହଞ୍ଚିଗଲୁ । ସାହିସାରା ଚହଳ ପଡ଼ିଗଲା ରାମୁ ଆସିଛି ବୋଲି । ବଡ଼ବାପା ଆମକୁ ଦେଖିକି କୁକୁଡ଼ା କାଟିଲେ, ସାନ ସାନ ଭାଇମାନେ ଆସି ମସ୍ତି କରୁଥାନ୍ତି । ହେଲେ ମୋ ସୁମିର ଦେଖା ନଥିଲା । ମନ ଯେ କେତେ ବ୍ୟାକୁଳ ତା’ ପାଇଁ ମୋ ବ୍ୟତୀତ ଖାଲି ମାନସକୁ ହିଁ ଜଣାଥିଲା । ମୋତେ ଦେଖିବାକୁ ଚାରିପାଖର ସମସ୍ତେ ଭର୍ତ୍ତି ଥାଆନ୍ତି କିନ୍ତୁ ସୁମିର ଦର୍ଶନ ନଥାଏ । ମୋତେ ବାହାରକୁ ଯିବାପାଇଁ କେହି ବି ଦେଉନାହାଁନ୍ତି । ଯାହାକୁ ଦେଖିବ ଗୋଟିଏ ପ୍ରଶ୍ନ, “କ’ଣ କରୁଛୁ? ବାପା କ’ଣ କରୁଥିଲେ? କେତେ ଦିନ ରହିବୁ??” ମୁଣ୍ଡ ଖାଲି ଗରମ ହେଉଥାଏ । ସେଦିନ ସକାଳୁ ଦାଣ୍ଡ ପିଣ୍ଡାରେ ବସି ଦାନ୍ତ ଘସୁଥାଏ, ହାତରେ ବାଲ୍ଟି ଧରି ଯାଉଥାଏ ସୁମି । ଡାକ ଛାଡ଼ିଲି, ହେଲେ ସେ ଶୁଣିଲା ନାହିଁ । ଭାବିଲି ଜାଣିପାରିଲା ନାହିଁ ବୋଧହୁଏ !! ଆଉଥରେ ଡାକ ଛାଡ଼ିଲି କିନ୍ତୁ ବ୍ୟତିକ୍ରମ ନଥିଲା । ଥରୁଟିଏ ବି ପଛକୁ ଚାହିଁ ଦେଖିଲା ନାହିଁ । ବୋଧହୁଏ ରାଗିଥିଲା ! ନିଜକୁ ଆଉ ରୋକି ପାରିଲିନି, ପଛରେ ପଛରେ ଚାଲିଲି । ଯେବେ ପଛରୁ ହାତଟାକୁ ଟାଣିଦେଲି ରାଗରେ ଚଟକଣାଟେ ମାରିଲା । ମୋତେ ଦେଖିକରି ଆଖି ତା’ର ଲୁହରେ ଭରିଗଲା କିନ୍ତୁ କିଛି ବି କହିଲାନି । ଖାଲି ଏତିକି କହିଲା, “ତୁମେ ଏଠୁ ଚାଲିଯାଅ ।” ମନ ଭାଙ୍ଗିଗଲା, କିନ୍ତୁ ଏମିତି କାହିଁକି?? ମୋର ଏମିତି କରିବାରେ ନଥିଲା । ସେ ଅଭିମାନରେ ଏମିତି କହୁଛି । ମୁଁ ଆଜି ତା’ ମାମୁଁଙ୍କ ପାଖକୁ ଯିବି ଆଉ ସବୁ ସତକଥା କହିବଦେବି । ମୁଁ ସୁମିକୁ ବହୁତ ଭଲପାଏ ତା’ ବିନା ବଞ୍ଚିପାରିବିନି । ଏମିତି ମନରେ ଭାବି ସନ୍ଧ୍ୟା ସମୟରେ ଯାଇ ପହଞ୍ଚିଲି । ଦୈବାତ୍ କରେଣ୍ଟ ଚାଲିଗଲା । ମୁଁ ସୁମି... ସୁମି<noinclude></noinclude> 3o8h6zx20mnf4hyn6gljokwprgsa657 ପୃଷ୍ଠା:Biswash.pdf/୭୩ 250 12196 58944 58747 2025-06-15T16:56:25Z Ssgapu22 248 58944 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଡାକଛାଡ଼ିଲି; କେହି ବି ଶୁଣିଲେ ନାହିଁ । କିନ୍ତୁ କେହିଜଣେ କହିଲେ ସୋଫିଆ ଜିସେସ୍‌ଙ୍କ ପାଖରୁ କ୍ୟଣ୍ଡେଲ୍ ନେଇକି ଆସିଲୁ ! ସୁମି କ୍ୟଣ୍ଡେଲ୍ ନେଇକରି ଆସୁଥାଏ । ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । କ୍ୟାଣ୍ଡେଲର୍ ଆଲୁଅରେ ସୁମି ଖୁବ୍ ସୁନ୍ଦର ଲାଗୁଥିଲା । ମୁଁ କ୍ୟାଣ୍ଡେଲଟାକୁ ଲିଭାଇ ଦେଇ ସୁମିର ପାଟିରେ ହାତ ଦେଇ ଦାଣ୍ଡ ପଟକୁ ଟାଣିନେଲି । ସୁମି ଗୋଟାପୁଣି ଥରୁଥାଏ । ପାଟିରୁ ଭାଷା ବାହାରୁ ନଥାଏ । ତାକୁ ନିଶ୍ଚିତ କରାଇଲି, ମୁଁ ରାମୁ ବୋଲି । ଟିକେ ଥୟ ଧରିଲା ଆଉ ପଚାରିଲା - କାମ କ’ଣ? - ମୁଁ ତୋତେ ଭଲପାଏ । ତୋତେ ବହା ହେବାକୁ ଚାହୁଁଛି । - ଏହା କେବେ ସମ୍ଭବ ନୁହେଁ । - ହେଲେ କାହିଁକି ସୁମି? - ମୁଁ ସୁମି ନୁହେଁ, ମୁଁ ସୋଫିଆ । ଏହା କେବେ ସମ୍ଭବ ନୁହେଁ । ତୁ ଗଲା ପରେ ପରେ ତୋ’ ସୁମି ମରିସାରିଛି । ମୁଁ ସୋଫିଆ । ଖାଲି ସୋଫିଆ । ମୋ’ଠି ତୋ’ର କିଛି ଅଧିକାର ନାହିଁ । ତୁ ଚାଲିଯା; ଏଠୁ ଚାଲିଯା । - ମୁଁ ଜାଣିଛି ତୁ ମୋ ଉପରେ ରାଗିଛୁ । ପ୍ଲିଜ୍ କ’ଣ ହୋଇଛି କହ । ପ୍ଳିଜ୍ ସୁମି, ଘଟଣା କ’ଣ କହ । - ତୁ ଶୁଣିବାକୁ ଚାହୁଁଛୁ? ତେବେ ଶୁଣ । ତୋ’ କଥା ଭାବି ଭାବି ମୋତେ ଜ୍ୱର ହୋଇଗଲା ଆଉ ଛାଡ଼ିଲା ନାହିଁ । ଯେତେ ଚେର ମୂଳି, ଝଡ଼ା ଫୁଙ୍କା କଲେ କିଛିବି ଲାଭ ହେଲାନି । ଶେଷରେ ମିଶନାରୀବାଲା କହିଲେ, ତୁମେ ଭଗବାନଙ୍କୁ ଏତେ ଡାକିଲ ଔଷଧ ଦେଲ ଭଲ ହେଲାନି । ଥରୁଟିଏ ଯୀଶୁଙ୍କ ପ୍ରସାଦ ଖାଇ ଦେଖ, ଭଲ ହେଉଛି କିନା । ଆଉ ମୁଁ ଭଲ ହେଲି ତା’ ପରେ ପରେ ମୋର ଆଉ ଆମ ଘରେ ସବୁ ପରିବର୍ତ୍ତନ ହୋଇଗଲା । ନାଁ, ଧର୍ମ, ଆଉ ବ୍ୟବହାର । ତୁ ଏବେ କହ ମୋତେ କ’ଣ ବିବାହ କରିପାରିବୁ? ମୋତେ ତୋ’ ଘରକୁ ନେଇ ପାରିବୁ?? ଗୋଟେ ହିନ୍ଦୁ ହୋଇ କ’ଣ ଗୋଟେ ଖ୍ରୀଷ୍ଟିଆନ୍‌କୁ ସାଥିରେ ରଖିପାରିବୁ?? କହ ରାମୁ କହ !!! - ପିଲାଟି ବେଳେ ତୋ’ ସହ ଖେଳିଲା ବେଳେ ତ ତୁ କାଇଁ ବଦଳି ନଥିଲୁ !?<noinclude></noinclude> gmvores42lqcuvlas4v1daqx254nqls ପୃଷ୍ଠା:Biswash.pdf/୭୪ 250 12197 58945 58748 2025-06-15T16:56:43Z Ssgapu22 248 58945 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ତୁ ଯେବେ ରାମୁ ଭାଇ, ରାମୁ ଭାଇ କହି ମୋ ପଛରେ ଗୋଡ଼ାଉ ଥିଲୁ ମୋର ଧର୍ମ ତ ଆଲଗା ହେଲାନି । ପ୍ରସାଦ ଖାଇ ଦେଇ ନାମ ପରିବର୍ତ୍ତନ କରିଦେଲେ କ’ଣ ତୁ ବଦଳିଗଲୁ? ମୋ ଭଲପାଇବାକୁ ବଦଳାଇ ଦେବୁ?? ଦୁନିଆ ତୋତେ ଯାହା କହୁନା କାହିଁକି ମୁଁ ତୋତେ ଭଲପାଏ, ମୁଁ ତୋତେ ହିଁ ବିବାହ କରିବି । ସୋଫିଆକୁ ଛାତିରେ ଜାବୁଡ଼ି ଧରିଥାଏ ଆଉ ମୋ ଆଖିରୁ ଲୁହ ଝରିଯାଉଥାଏ ରାତିର ଅନ୍ଧାର ଭିତରେ । * * *<noinclude></noinclude> qyably8ld7jb2z41kzh4lerxaocmkvc ପୃଷ୍ଠା:Biswash.pdf/୭୬ 250 12199 58946 58750 2025-06-15T16:57:03Z Ssgapu22 248 58946 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ସକାଳର ସୂର୍ଯ୍ୟ ସିନା ଆଲୋକ ଆଣେ ଏ ଧରାପୃଷ୍ଠରେ କିନ୍ତୁ ମନରେ ଆଣି ପାରେନି । ମନରେ ଦେହରେ ଆଲୋକ ପାଇଁ ଆବଶ୍ୟକ ଶିକ୍ଷା । ବାସ୍ତବରେ ଜ୍ଞାନ ବିନା ଦୁନିଆ ଅନ୍ଧାର । ବିରାଟ ଆଶା ଉଚ୍ଚ ଆକାଂକ୍ଷା ନେଇ ମଣିଷ ଗତିଶୀଳ, ହେଲେ ବାସ୍ତବତା ତକିଆ ଉପରେ ଶୋଇଛି । ଜୀବନରେ ଦିନେ ବଡ଼ ହେବାର ସ୍ୱପ୍ନ ନେଇ ବାପାଙ୍କ ପାଦ ଛୁଇଁ ସିନା ଶପଥ ନେଇଛି କିନ୍ତୁ ସତଟା ପୂରା ଭିନ୍ନ । ନିଦରୁ ଉଠିବା କ୍ଷଣି ଚଟାପଟ୍ ଟିଭି ପାଖରେ ବସିପଡ଼ିଲି ଗୋଟିଏ ଆଧ୍ୟାତ୍ମିକ ଚ୍ୟାନାଲ ଖୋଲି । ଆପଣଙ୍କୁ କ’ଣ ଲାଗୁଛି? ମୁଁ ଗୋଟେ ଆଧ୍ୟାତ୍ମିକବାଦୀ ପିଲା !? ଯଦି ଆପଣ ଭାବୁଛନ୍ତି ତା’ହାଲେ ଭୁଲ ଭାବୁଛନ୍ତି । ମୁଁ ସୁନାପିଲା ଭଳି ବସି ରାଶିଫଳ ଦେଖୁଛି । ସନିଆ, ପିଣ୍ଟୁ ଆଉ ବାପିର ମଧ୍ୟ ରାଶିଫଳ ଦେଖି ତାଙ୍କୁ ସ୍କୁଲରେ କହିବାରେ ଅଛି । ଘଣ୍ଟାରେ ସମୟ ଦେଖିକରି ଜୋର୍ ଜୋର୍ ଡାକଛାଡ଼ିଲି, - ମାଆ... ମାଆ... ଓଃ ମାଆ ! କିଛି ଗୁଡ଼, ଆଉ କିଛି ଦୂବ ଘାସ ରେଡି କରିକି ରଖ ମାଆ । ସ୍କୁଲ୍ ଯିବାପାଇଁ ଡେରି ହେଲାଣି ପରା ! ତୁମେ ରେଡ଼ି କରି ରଖ ମୁଁ ଗାଧେଇ ଆସୁଛି । - ତୁ ତ ସ୍କୁଲ୍ ଯିବୁ, ପୁଣି ଏଇ ଦୁବ ଘାସ, ଗୁଡ଼ ନେଇ କ’ଣ କରିବୁ କି?? - ତୁମେ କ’ଣ ଜାଣିନ କି? ସବୁ ସେଇ ସ୍ୱାଇଁ ସାର୍‌ଙ୍କ ପାଇଁ । ଆଜି ଟିଭିରେ ଜ୍ୟୋତିଷ କହିଛି ପିମ୍ଫୁଡ଼ିକୁ ଗୁଡ଼ ଆଉ ବାଛୁରୀକୁ ଦୁବଘାସ ଖୁଆଇଲେ କୁଆଡ଼େ ସବୁ ରିଷ୍ଟ ଖଣ୍ଡନ ହେବ । ଦେଲୁ ଦେଲୁ ଜଲଦି ଦେଲୁ, ମୋର ସ୍କୁଲ୍ ବେଳ ଲେଟ୍ ହେଲାଣି । ଅଙ୍କା ବଙ୍କା କାଦୁଅର ରାସ୍ତା । ବୁଲି ବୁଲି ଗଲେ ପଡ଼େ ଆମ ସ୍କୁଲ୍ । ସ୍କୁଲ ଷ୍ଟାଣ୍ଡ ପାଖରେ ହୋଇଥିବାରୁ ଘର ଲୋକଙ୍କୁ ଭାରି ଡର କିନ୍ତୁ ମୋତେ ଏହି ଗାଡ଼ିଘୋଡ଼ା ଦେଖି ଯେତିକି ଡର ଲାଗେନି ତା’ଠୁ ଅଧିକ ଡର ଆମ ବିଜ୍ଞାନ ଓ ଗଣିତ ଶିକ୍ଷକ ସ୍ୱାଇଁ ସାର୍‌ଙ୍କୁ<noinclude></noinclude> qtyun70pmpxy7wh8oupvgagmhjb5gmc ପୃଷ୍ଠା:Biswash.pdf/୭୭ 250 12200 58947 58751 2025-06-15T16:57:22Z Ssgapu22 248 58947 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଦେଖିଲେ ଲାଗେ । ଯାହାବି ହେଉ ଆଜି ବହି ଭିତରେ ନିମ ପତ୍ର, ବାଛୁରୀକୁ ଦୁବ ଘାସ, ପିମ୍ପୁଡ଼ିକୁ ଗୁଡ଼ ଦେଇ ବି ଆସିଛି ଆଉ ନିଶ୍ଚିତ ଯେ ସାର୍ ଆଜି ମୋତେ ମାରିବେନି । କ୍ଲାସ୍ ଆରମ୍ଭ ହୋଇଗଲା... କାହିଁକି କେଜାଣି ସାର୍ ପ୍ରଥମରୁ ଆସି ମୋତେ କଳାପଟାରେ ଗଣିତ କରିବାକୁ କହିଲେ, ମୁଁ ଗୋଟାପଣେ ଥରୁଥାଏ । ମାଡ଼କୁ ମହାଦେବଙ୍କ ଡର ମୁଁ ତ ଛାର ପିଲାଟା । ଆଗ ଧାଡ଼ିର ବସିଥିବା କ୍ରିଷ୍ଣା, ଲିପୁ ଆଉ ଅମରର ସହାୟତା ନେଇ ଗଣିତ କରିଦେଲି । ଏଥିପାଇଁ କେତେ ମାଆ ମଙ୍ଗଳା, ମାଆ ବ୍ରହ୍ମାଣୀଙ୍କୁ ଡାକିଛି, କେତେ ନଡ଼ିଆ ମାନସିକ କରିଛି ମୋ ବ୍ୟତୀତ କାହାରିକୁ ଜଣାନାହିଁ । ଗଣିତ କ୍ଲାସ୍ ସରିଗଲା ଆଉ ବିଜ୍ଞାନ କ୍ଲାସ୍‌କୁ ଡର ନଥାଏ । ସାର୍ ଯେଉଁ ପାଠସବୁ ପଚାରିବେ ବହି ଦେଖି କହିଦେବି । ବାପୁନି, ମୁନା, ପତି ଆଉ ମୁଁ ଗୋଟିଏ ଧାଡ଼ିରେ ବସୁ ପଛପାଖରେ । ଯେଉଁ ସବୁ ବଦମାସି କରୁ ତାକୁ ନ କହିବା ଭଲ । ଚାହୁଁ ଚାହୁଁ ବିଜ୍ଞାନ ବହିଧରି ସ୍ୱାଇଁ ସାର୍ କ୍ଲାସ୍ ଭିତରକୁ ଆସିଲେ । ଗତକାଲିର ହୋମ୍ଓ୍ୱାର୍କ ଖାତାକୁ ଧରି ଆଣିବାକୁ କହିଲେ । ମୁଁ ପାଠ କରିନଥାଏ । ଛାନିଆରେ ଗୋଡ଼ ଦୁଇଟା ଥରୁଥାଏ... ମୋ ଛାତିର ହୃତ୍ ସ୍ପନ୍ଦନ ବି ମୋ କାନକୁ ଶୁଭୁଥାଏ । ଧାଡ଼ିରେ ଛିଡ଼ା ହୋଇଥାଏ ମୁଁ ମୋର ରଫ୍ ଖାତାକୁ ଧରି । ଯେଉଁ ରଫ୍ ଖାତାର ଆଗ ପଛ କିଛି ନଥାଏ (ଖାତାର ଦୁଇପାଖ ରୁ ଲେଖାଯାଇଛି) । ସମସ୍ତଙ୍କ ଖାତାରେ ସାଇନ୍ ମାରି ବସିବାକୁ ଦେଉଥାନ୍ତି । ମୋର ଏହି ଖାତା ଦେଖି ଅତ୍ୟଧିକ ମାତ୍ରାରେ ରାଗିଗଲେ ଆଉ ବେତ ଆଣି ଦୁଇ ଚାରି ପ୍ରହାର କସି ଦେଲେ । ମୁଁ ଉ...ହୁ...ଆହା... ହେଉଥାଏ । କାହିଁକି କେହିଜଣି ସାର୍ ଅଧା କ୍ଲାସ୍‌ରୁ ବାହାରକୁ ଚାଲିଗଲେ । କିଛି ବୁଝି ହେଲାନି । ସେହି ଦିନଠାରୁ ଅଭଣା ସ୍କୁଲରେ ବାକିତକ ଦିନ ସ୍ୱାଇଁ ସାର୍ ତ ଦୂରର କଥା ତାଙ୍କ ଛାଇକୁ ବି ଦେଖିଲେ ଡର ଲାଗେ । ଯଦି ପଡ଼ିଆରେ ଖେଳିବା ସମୟରେ ସାର୍ ସେଇ ରାସ୍ତା ଦେଇ ଚାଲିଯାଆନ୍ତି ନା ଆମେ ସମସ୍ତେ ଦୈଡ଼ିଯାଇ ଲୁଚିପଡ଼ୁ । ମଜାରେ ଯଦି କେହି ସାର୍ ଆସିଗଲେ ବୋଲି ବି କହିଦେଲେ ନା କଥା ସରିଲା । ସେଦିନ ପାଚେରୀ ଉପରେ ଖେଳ ଦେଖୁଥାଏ ସାର୍‌ଙ୍କୁ ଦେଖି ଅତର୍କିତ ଭାବେ ଗଡ଼ି ପଡ଼ିଥିଲି । ମନେପଡ଼ିଲେ ହସ ଲାଗେ । ସେଦିନର ମାଡ଼ ପରେ ମନେମନେ ସାରଙ୍କୁ ବହୁତ ଗାଳି ଦେଇଥିଲି । କିଛିଦିନ<noinclude></noinclude> 1ii09jchhhew1avz8k32dho2a29jesy ପୃଷ୍ଠା:Biswash.pdf/୭୮ 250 12201 58948 58752 2025-06-15T16:57:36Z Ssgapu22 248 58948 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ପରେ ସାର୍‌ଙ୍କ ଦେହ ଖରାପ ହୋଇଗଲା । ମୋତେ ଲାଗେ କି ମୋ ଯୋଗୁଁ ସାରଙ୍କ ଦେହ ଖରାପ ହୋଇଗଲା । କିନ୍ତୁ ପରୀକ୍ଷାରେ ଭଲ ମାର୍କରେ ପାସ୍ କଲି ଆଉ କଲେଜ ଗଲି । ଆଜିକାଲି ଆଉ ଦୁବ ଘାସ, ଗୁଡ଼, ନିମ ପତ୍ର କି ସକାଳୁ ସକାଳୁ ରାଶିଫଳ ଦରକାର ପଡ଼ୁନି । ଖାଲି ଅବଶୋଷ ଏତିକି, ମୋ ପାଖରେ ସ୍ୱାଇଁ ସାର୍ ରହନ୍ତେ ନା ଜୀବନର ଯେକୋଣସି ବି ପରୀକ୍ଷାରେ ସହଜରେ ସଫଳତା ପାଇପାରନ୍ତି । * * *<noinclude></noinclude> e9d47rptect86uv9pj7awnc985p84kt ପୃଷ୍ଠା:Biswash.pdf/୮୦ 250 12203 58949 58754 2025-06-15T16:57:53Z Ssgapu22 248 58949 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଫେସବୁକ୍‌ରେ ତିନି ହଜାରେ ସାଙ୍ଗ, ଇନ୍‌ଷ୍ଟାଗ୍ରାମ୍‌ରେ ପାଞ୍ଚ ହଜାର ଫଲୋଅରସ୍ ଆଉ ହ୍ୱାଟ୍‌ସ୍‌ଆପ୍, ଟୁଇଟର କଥା ନକହିବା ଭଲ । ଏଣେ କଲେଜ୍ ଜୀବନ ଠାରୁ ଆରମ୍ଭ କରି ପେଶାଗତ ଜୀବନ ପର୍ଯ୍ୟନ୍ତ ଏତେ ସାଙ୍ଗ ଯେ ସମସ୍ତଙ୍କୁ ସମୟ ଦେଇ ପାରେନି ଆଉ ତା’ ଉପରେ କ୍ଲବ୍ ପିଲା ତ ସବୁ ସାଙ୍ଗ ନା । ଯେତେବେଳେ ଏକା ସାଙ୍ଗରେ ଏତେ ସବୁ ସାଙ୍ଗ ପାଖରେ ଅଛନ୍ତି ତେବେ ଚଳିବାରେ ଡର କାହିଁକି? ତଥାପି କାହିଁକି କେଜାଣି ଏହି ଘର ଲୋକଗୁଡ଼ାକ ଖାଲି ରାଉ ରାଉ ହୁଅନ୍ତି କିଛି ବୁଝା ପଡ଼େନି ମାନସକୁ ! ବାପାଙ୍କ ତାଗିଦ୍ ଆଉ ଭାଇର ପ୍ରବଚନ ଶୁଣି ଶୁଣି କାନ ମୁଣ୍ଡ ତାବ୍ଦା ହୋଇଯାଏ ତା’ର । ତଥାପି ଶୁଣିବା ପାଇଁ ପଡ଼େ, ଯେତେ ହେଲେ ବୟସରେ ବଡ଼ ସେମାନେ; ମୁହଁ ଉପରେ କ’ଣ ଉତ୍ତର ଦେଇ ହେବ ! ଟିଭିରେ କହୁଥିଲା ଭଗବାନ ଆମର ଜନ୍ମ କୁଣ୍ଡଳୀରେ ବାପା, ମାଆ, ଭାଇଭଉଣୀ ଏମିତିକି ସ୍ୱାମୀ-ସ୍ତ୍ରୀ ଜୋଡ଼ି ଜନ୍ମ ହେବା ପୂର୍ବରୁ ପ୍ରସ୍ତୁତ କରି ରଖିଥାନ୍ତି । ଖାଲି ଏଇ ସାଙ୍ଗମାନେ ପରା ଜନ୍ମ ହେବାପରେ ମିଳନ୍ତି । ସାଙ୍ଗମାନଙ୍କ ସହ ସମୟ କାଟିବା କେଉଁ ସ୍ୱର୍ଗସୁଖ ଠାରୁ କମ ନୁହେଁ ତଥାପି ଏ କଥା କେମିତି ବୁଝାଇବ ନିଜେ ବି ବୁଝିପାରୁନଥିଲା । ବାପା ଆଉ ଭାଇଙ୍କର ଖାଲି ଗୋଟିଏ କଥା, “ଏହି ସାଙ୍ଗମାନେ ମିଶି କୁଆଡ଼େ ତାକୁ ଖରାପ କରି ଦେଉଛନ୍ତି ।” ସେମାନେ ଜାଣି ନାହାନ୍ତି ସେମାନଙ୍କର ସର୍ଦ୍ଦାର ମାନସ ବୋଲି । ସ୍ଥିତି ବଦଳେ, ଗତି ବଦଳେ; ପରିସ୍ଥିତିର ବୁଢ଼ିଆଣି ବସାରେ ଛନ୍ଦିହୋଇ ମଣିଷକୁ ମୋଡ଼ିମାଡ଼ିକି କେତେବେଳେ ଚୁପ୍ କରି ବସାଇ ଦିଏ କେହି ଜାଣିପାରେ ନାହିଁ । ଠିକ୍ ସେହିପରି ଆଜି ଜେଲ୍‌ର ଅନ୍ଧାରୁଆ ଚାରିକାନ୍ଥ ଭିତରେ ବସିଛି ମାନସ ମନରେ କେତେ ଆଶା ନେଇ... ତା’ର ସାଙ୍ଗମାନେ ଦଳ ବଳ ନେଇ ଆସିବେ ଆଉ ପୋଲିସ୍, ଜଜ୍, ଜନତାଙ୍କ ସାମ୍ନାରେ ସମସ୍ତଙ୍କୁ ଚିତ୍କାରି କହିବେ, “ଆମ ମାନସ ନିର୍ଦ୍ଦୋଷ, ସେ ଏହିପରି କାମ କରିନି । ସେ ଏପରି କାମ କରିପାରିବ ନାହିଁ । ତାକୁ କେହି ଜାଣିଶୁଣି ଫସାଇ ଦେଇଛି । ଜେଲର ପାଚେରୀ ତାଡ଼ି ନେଇଯିବେ ତାକୁ ଏଇ କାଳ କୋଠରୀରୁ ।”<noinclude></noinclude> 5vaoax3z80k8tdp5o4ju95sa0zzlp5k ପୃଷ୍ଠା:Biswash.pdf/୮୧ 250 12204 58950 58755 2025-06-15T16:58:09Z Ssgapu22 248 58950 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଦରୁଆନ୍ ଆସି ଡାକ ଦେଲା, “ମାନସ ତୋତେ ଦେଖା କରିବାକୁ କେହି ଆସିଛନ୍ତି, ଯା’ ଦେଖା କରିବୁ । ଚମକି ପଡ଼ିଲା ମାନସ ! ମନକୁ ମନ ଭାବିବାକୁ ଲାଗିଲା କିଏ ଆସିଛି ଆଉ କେତେ ଜଣ ଆସିଛନ୍ତି । ନିଶ୍ଚିତ କ୍ଲବ୍ ପିଲା ଆସିଥିବେ ! କାହିଁକିନା ସେମାନଙ୍କ ସହ ମିଶି କେତେ ଫିଷ୍ଟ୍ କରିଛି କେତେ ମସ୍ତି କରିଛି । ସେମାନଙ୍କର ସୁବିଧା ଆସୁବିଧାରେ ଛିଡ଼ା ହୋଇଛି ସେମାନେ କ’ଣ ଆସିବେନି ! ଆସିବେ ନା ନିଶ୍ଚିତ ସେଇମାନେ ଆସିଥିବେ । ଆରେ...ଏଇ ସମୟ ରୁଆ ଉପୁଡ଼ା ସମୟ ସେମାନେ ବ୍ୟସ୍ତ ଥିବେ ନା । ସେମାନେ ନହେଲେ କ’ଣ ହେଲା ନିଶ୍ଚିତ କ୍ୟାମେରା ପିଲା ଆସିଥିବେ ! ସେମାନଙ୍କୁ ଅନେକ ସମୟରେ ଘରକୁ ଡାକିଛି କାମ ପାଖରୁ ଆରମ୍ଭ କରି ରହିବା ଖାଇବାକୁ ଦେଇଛି... ନିଶ୍ଚିତ ସେମାନେ ଆସିଥିବେ । ନହେଲେ ମୋ ଫେସବୁକ୍ ଇନ୍‌ଷ୍ଟାଗ୍ରାମ୍‌ରେ ଫେଣ୍ଡ ଦୁଇତିନି ହଜାର ଅଛନ୍ତି, ସେମାନଙ୍କ ଭିତରୁ କିଛି ଆସିଥିବେ । ପୁନଶ୍ଚ ଦରୁଆନ ଡାକ ଦେଲା, “ମାନସ ତୋତେ ଦେଖା କରିବାକୁ ଆସିଛନ୍ତି, ଜଲ୍ଦି ଯା’ ! ନିଜକୁ ସଜାଡ଼ି ନେଇ ଦୌଡ଼ିଗଲା କଏଦୀମାନଙ୍କୁ ଦେଖାକରିବାକୁ ଥିବା ପ୍ରକୋଷ୍ଠ ଭିତରକୁ । ମନରେ ନିଶ୍ଚିତ ଥାଏ କି ବହୁ ସଂଖ୍ୟାରେ ସାଙ୍ଗମାନେ ଆସିଥିବେ ଦେଖା କରିବାକୁ, କିନ୍ତୁ ବାସ୍ତବିକତା କିଛି ଅଲଗା ଥାଏ । ଖାଲି ସାମ୍ନାରେ ଛିଡ଼ା ହୋଇଥାନ୍ତି ତା’ ବାପା, ଭାଇ ଆଉ ମାଆ । ମନର କଥାକୁ ମନରେ ମାରିଦେଲା ସିନା ହେଲେ କୋହକୁ ସମ୍ଭାଳି ପାରୁନଥାଏ; ବହି ଯାଉଥାଏ ଦୁଇ ଆଖିରୁ ଲୁହ । ବାପା ବିଶାଦର ସ୍ମିତହାସ୍ୟ ଦେଇ ତାରଜାଲିର ଅପର ପାର୍ଶ୍ୱରେ ମାନସର ହାତକୁ ହାତରେ ଧରି କହୁଥାନ୍ତି, “ବାବାରେ ମୁଁ ଜାଣିଥିଲି ତୁ ଏମିତି କିଛି ବଡ଼ ଭୁଲ କରିବୁ ବୋଲି, ଖାଲି ସେଥିପାଇଁ ତୋତେ ବହୁତ ବୁଝାଇଲି ତୁ ବୁଝିଲୁ ନାହିଁ । ସେ ଦଣ୍ଡ ତ ତୁ ଭୋଗୁଛୁ । ଖାଲି ଏତିକି ମନେ ରଖ ସ୍କୁଲର ସାଙ୍ଗ କଲେଜ ପଯ୍ୟନ୍ତ, ବେପାରର ସାଙ୍ଗ ଦୋକାନ ପିଣ୍ଡା ପର୍ଯ୍ୟନ୍ତ କିନ୍ତୁ ତୋ’ର ଏହି ବାପାଭାଇ, ତୋ’ ପରିବାର ସବୁବେଳେ ସାଙ୍ଗ ହୋଇ ରହିଥାନ୍ତି ସାରା ଜୀବନ ପଯ୍ୟନ୍ତ ।” ମାନସ ଜାବୁଡ଼ି ଧରିଥାଏ ବାପାଙ୍କ ହାତକୁ । ସେପାଖରୁ ଦରୁଆନ ସେମାନଙ୍କୁ ସେଠାରୁ ଯିବାକୁ ନିର୍ଦ୍ଦେଶ ଦେଉଥାଏ ସମସ୍ତର ଅନ୍ତ ହେଉଥିବାରୁ । * * *<noinclude></noinclude> pk28qzah0dsxqnxl4kprru5i7d32bez