ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.45.0-wmf.6
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ପୃଷ୍ଠା:Biswash.pdf/୫୮
250
12180
58961
58933
2025-06-19T18:58:25Z
Ssgapu22
248
58961
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude><center>{{Xx-larger|'''ବିଶ୍ୱାସ'''}}</center>
{{gap}}ଉଦୁଉଦିଆ ଖରାବେଳ ସାଙ୍ଗକୁ ବସନ୍ତର ମୃଦୁ ପବନ ଛାଡ଼ି ଛାଡ଼ି ଯାଉଥାଏ । ଠିକ୍ ଏହି ସମୟରେ ଆମ୍ୱତୋଟା ଭିତରେ ଜୀବନକୁ ବାଜି ଲଗାଇ ଛେଳିଟାଏ ପ୍ରାଣ ବିକଳରେ ଦଉଡ଼ୁଥାଏ । ନା ଥାଏ ବଞ୍ଚିବାର ଆଶା ନା ମରିବାର ଦୁଃଖ ତଥାପି ଦଉଡ଼ୁଥାଏ । ଚିତ୍କାର ଉପରେ ଚିତ୍କାର କରି ଚାଲିଥାଏ; କିନ୍ତୁ ସମସ୍ତେ ନୀରବ । ଏଇ ତ ସମୟର ରୀତି । ଖାଦ୍ୟ ଖାଦକର ବନ୍ଧନ ଆଉ ଦୁର୍ବଳର ଉପରେ ସବଳର ଅତ୍ୟାଚାର । କିନ୍ତୁ ଏତେ ସବୁ ବିଚରା ଛେଳିଟାଏ ବୁଝିବ ବା କେମିତି !
{{gap}}ସ୍ନେହ ଶ୍ରଦ୍ଧା ଭଲପାଇବା ଭିତରେ ପରିବାର ସହ ଆସିଥାଏ ଦୂରରୁ ଦେଖିଥିବା ଛନଛନ ଦୁବଘାସ ଦିଇଟା ଖାଇବାକୁ । ମା’ ସହ କିଆରି ଭିତରେ ପଶିଥିବା ବେଳେ କିନ୍ତୁ ହେଲା କ’ଣ ! ସତେ ଯେମିତି ତା’ ଦେହର ଲୋଭିଲା କଞ୍ଚା ମାଉଁସଗୁଡ଼ାକୁ ଖାଇବାକୁ ବସିଥିଲେ କିଆବୁଦା ମୂଳେ କୁକୁରଗୁଡ଼ାକ । ଆଉ ସୁଯୋଗ ପାଇବା କ୍ଷଣି ଲମ୍ଫ ମାରିଦେଲେ । ସରିଯାଇଥିଲା ଜୀବନ, ସେମାନଙ୍କର ନଖ ଆଉ ଦାନ୍ତ କବଳରୁ ରକ୍ଷା ପାଇବା ପାଇଁ ଚିତ୍କାର ଉପରେ ଚିତ୍କାର କଲା ସିନା, ହେଲେ ଭାଗଶେଷ ଶୂନ ।
{{gap}}ହଠାତ୍ ଦୁଇ ଚାରିଜଣ ମଣିଷଙ୍କର ଶବ୍ଦ ଶୁଣିବାକୁ ପାଇଲା । ବୋଧହୁଏ ମାଲିକ ଆସିଗଲା ! ଟିକେ ଆଶ୍ୱସ୍ତି ଲାଗିଲା, ଗୋଟେ ଦୀର୍ଘଶ୍ୱାସ ନେଇ ରହିବା ବେଳକୁ, କୁକୁର ମଣିଷର ଲଢ଼େଇ । ପରିଣତି ମଣିଷ ଜିତିଲା । କେହିଜଣେ ତାକୁ କୋଳକୁ ନେଲା ଆଉ କ୍ଷତାକ୍ତ ଶରୀରରେ ସ୍ନେହ ଭରା ପରଶ ଦେଲା । ଲାଗିଲା ଜୀବନ ବଞ୍ଚିଗଲା । ଛାତିରେ<noinclude></noinclude>
3sg55ha1xowi83j2xjxw3hvk029kgqx
58962
58961
2025-06-19T18:58:34Z
Ssgapu22
248
/* ପ୍ରମାଣିତ କରିବେ */
58962
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude><center>{{Xx-larger|'''ବିଶ୍ୱାସ'''}}</center>
{{gap}}ଉଦୁଉଦିଆ ଖରାବେଳ ସାଙ୍ଗକୁ ବସନ୍ତର ମୃଦୁ ପବନ ଛାଡ଼ି ଛାଡ଼ି ଯାଉଥାଏ । ଠିକ୍ ଏହି ସମୟରେ ଆମ୍ୱତୋଟା ଭିତରେ ଜୀବନକୁ ବାଜି ଲଗାଇ ଛେଳିଟାଏ ପ୍ରାଣ ବିକଳରେ ଦଉଡ଼ୁଥାଏ । ନା ଥାଏ ବଞ୍ଚିବାର ଆଶା ନା ମରିବାର ଦୁଃଖ ତଥାପି ଦଉଡ଼ୁଥାଏ । ଚିତ୍କାର ଉପରେ ଚିତ୍କାର କରି ଚାଲିଥାଏ; କିନ୍ତୁ ସମସ୍ତେ ନୀରବ । ଏଇ ତ ସମୟର ରୀତି । ଖାଦ୍ୟ ଖାଦକର ବନ୍ଧନ ଆଉ ଦୁର୍ବଳର ଉପରେ ସବଳର ଅତ୍ୟାଚାର । କିନ୍ତୁ ଏତେ ସବୁ ବିଚରା ଛେଳିଟାଏ ବୁଝିବ ବା କେମିତି !
{{gap}}ସ୍ନେହ ଶ୍ରଦ୍ଧା ଭଲପାଇବା ଭିତରେ ପରିବାର ସହ ଆସିଥାଏ ଦୂରରୁ ଦେଖିଥିବା ଛନଛନ ଦୁବଘାସ ଦିଇଟା ଖାଇବାକୁ । ମା’ ସହ କିଆରି ଭିତରେ ପଶିଥିବା ବେଳେ କିନ୍ତୁ ହେଲା କ’ଣ ! ସତେ ଯେମିତି ତା’ ଦେହର ଲୋଭିଲା କଞ୍ଚା ମାଉଁସଗୁଡ଼ାକୁ ଖାଇବାକୁ ବସିଥିଲେ କିଆବୁଦା ମୂଳେ କୁକୁରଗୁଡ଼ାକ । ଆଉ ସୁଯୋଗ ପାଇବା କ୍ଷଣି ଲମ୍ଫ ମାରିଦେଲେ । ସରିଯାଇଥିଲା ଜୀବନ, ସେମାନଙ୍କର ନଖ ଆଉ ଦାନ୍ତ କବଳରୁ ରକ୍ଷା ପାଇବା ପାଇଁ ଚିତ୍କାର ଉପରେ ଚିତ୍କାର କଲା ସିନା, ହେଲେ ଭାଗଶେଷ ଶୂନ ।
{{gap}}ହଠାତ୍ ଦୁଇ ଚାରିଜଣ ମଣିଷଙ୍କର ଶବ୍ଦ ଶୁଣିବାକୁ ପାଇଲା । ବୋଧହୁଏ ମାଲିକ ଆସିଗଲା ! ଟିକେ ଆଶ୍ୱସ୍ତି ଲାଗିଲା, ଗୋଟେ ଦୀର୍ଘଶ୍ୱାସ ନେଇ ରହିବା ବେଳକୁ, କୁକୁର ମଣିଷର ଲଢ଼େଇ । ପରିଣତି ମଣିଷ ଜିତିଲା । କେହିଜଣେ ତାକୁ କୋଳକୁ ନେଲା ଆଉ କ୍ଷତାକ୍ତ ଶରୀରରେ ସ୍ନେହ ଭରା ପରଶ ଦେଲା । ଲାଗିଲା ଜୀବନ ବଞ୍ଚିଗଲା । ଛାତିରେ<noinclude></noinclude>
fvwv93k7b1h4t88z66pzingi1l5u7hj