ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.45.0-wmf.6 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ପୃଷ୍ଠା:Biswash.pdf/୬୦ 250 12182 58967 58769 2025-06-21T15:50:17Z Ssgapu22 248 /* ପ୍ରମାଣିତ କରିବେ */ 58967 proofread-page text/x-wiki <noinclude><pagequality level="3" user="Ssgapu22" /></noinclude><center>{{Xx-larger|'''ମୁଁ ଆଉ ମୋ ପ୍ରେମ'''}}</center> {{Css image crop |Image = Biswash.pdf |Page = 60 |bSize = 366 |cWidth = 236 |cHeight = 264 |oTop = 218 |oLeft = 77 |Location = center |Description = }}<noinclude></noinclude> 1a11rj492fyb1vajbjbkux9wsimbkr9 ପୃଷ୍ଠା:Biswash.pdf/୬୧ 250 12184 58968 58935 2025-06-21T15:50:41Z Ssgapu22 248 58968 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>{{gap}}ନୂଆ ନୂଆ କଲେଜ୍ ଯିବା ଯେଉଁ ଖୁସି ତାହା କେଉଁ ପାର୍କ କି ହୋଟେଲରେ ମିଳେନା । ନୂଆ ସାଙ୍ଗ, ଖୁଲମ୍ ଖୁଲା ମସ୍ତି ତାହା ପୁଣି ଟିଚର୍ କି ଘର ଲୋକଙ୍କ ଟେନସନ୍ ବିନା । ସତେ ଯେମିତି ମଣିଷ ସ୍ୱାଧୀନତା ପାଇଗଲା । କିଛି ଦିନ ତ ବେଶ୍ ଭଲ ଲାଗିଲା, ପରେ କିନ୍ତୁ ଯେସାକୁ ତେସା ହୋଇଯାଇଥାଏ । କହିବାକୁ ଗଲେ ଅନର୍ସ ମିଳିବା ପରେ ସମସ୍ତେ ଯେମିତି ପର ହୋଇ ଯାଇଥିଲେ । ନିଜ ନିଜ ଅନର୍ସରେ ପଢ଼ା ପଢ଼ି, କ୍ଲାସ୍ ଓ ଡିପାଟମେଣ୍ଟକୁ ନେଇ ବ୍ୟସ୍ତ । କିନ୍ତୁ ମୁଁ ମୋ ଡିପାଟମେଣ୍ଟକୁ ନେଇ କମଫଟ ଫିଲ୍ କରୁନଥିଲି; ମୋତେ ଭାରି ବୋରିଂ ଲାଗୁଥିଲା । ଏମିତି ଏମିତିରେ ପ୍ରଥମ ସପ୍ତାହ କଲେଜ୍ ଖୋଲିଲା ପରେ ପାଠ ପଢ଼ାରେ ମନ ଦେଲି । {{gap}}ଆମ ଗାଁ ରାସ୍ତା ପାଖର ଗୋଟେ ଚା’ ଦୋକାନ ପାଖରେ ବସିଥାଏ ମୁଁ । ଅପେକ୍ଷା କରିଥାଏ କେହିଜଣେ ସାଙ୍ଗକୁ ଲିପ୍ଟ୍ ନେଇ କଲେଜ ଯିବାକୁ । ଧୀରେ ଧୀରେ ପବନର ବେଗ ବଢ଼ିବାକୁ ଲାଗିଲା ଗଛର ପତ୍ର ସାଙ୍ଗକୁ ଧୂଳି ବି ଉଡ଼ିବାରେ ଲାଗିଲା । ସତେ ଯେମିତି ଆଷାଢ଼ୁଆ ବର୍ଷାଟା ଏଇନା ବରଷି ଯିବ । କହୁ କହୁ ଧିମା ଧିମା ବର୍ଷା ଆରମ୍ଭ ହୋଇଗଲା । ଦେଖେ ତ ସେ ପାଖରୁ ସାଙ୍ଗ ଦିଲ୍ଲିପ ବି ସାଇକେଲକୁ ଦୃତଗତିରେ ମାଡ଼ି ଚାଲୁଥାଏ । ସଙ୍ଗେ ସଙ୍ଗେ ସାଇକେଲକୁ ମୋ ଆଗରେ ରଖି ପଛପଟ ସିଟ୍‌ରେ ବସିପଡ଼ିଲା । ଏମିତିରେ ବି ବର୍ଷାର ମାତ୍ରା ବଢ଼ିବାରେ ଲାଗିଥାଏ । ମୁଁ ସାଇକେଲକୁ ଧରି ସ୍ପିଡ୍‌ରେ ଚଲାଇ ଚଲାଇ କଲେଜ୍ ଭିତରେ ପ୍ରବେଶ କଲି କିନ୍ତୁ କଣ୍ଟ୍ରୋଲ କରି ନପାରିବାରୁ ସାଇକେଲ୍ ଷ୍ଟାଣ୍ଡରେ ଧକ୍କା ଦେଲି । ଏପାଖେ ବର୍ଷାର ମାତ୍ରା ସାଙ୍ଗକୁ କ୍ଲାସ୍ ଲେଟ୍ ହେଉଥିବାରୁ ଦିଲ୍ଲିପ୍ ଆଉ ମୁଁ ଦୌଡ଼ି ଦୌଡ଼ି କ୍ଲାସରେ ପଶିଗଲୁ । {{gap}}କ୍ଲାସ ଆରମ୍ଭ ହୋଇଗଲା, ଦେଖିଲି ମୋ ପାଖ ସିଟ୍‌ରେ ଝିଅଟିଏ ବସି ମୋତେ ବାରମ୍ବାର ଚାହୁଁଛି କିନ୍ତୁ କିଛି କହୁନି । ହେଲେ ତା’ ପାଖରେ ବସିଥିବା ଝିଅକୁ କିଛି ଗୋଟେ କହୁଛି । ମୁଁ ଦେଖୁଥିଏ କିଛି କହୁନଥାଏ । ଏମିତି କିଛି ସମୟ ପରେ ଦିଲ୍ଲିପକୁ ଡାକି ଏ କଥା କହିଲି ଆଉ ଦିଲ୍ଲିପ କହିଲା, “ତୁ ବଝି ପାରୁନୁ କ’ଣ ବେ ! ସେ ଝିଅ ତୋତେ ଭଲ ପାଉଛି । ସେଥିପାଇଁ ତୋତେ ବାରମ୍ବାର ଚାହୁଁଛି ।” ମନ ବୁଝିଲା ନାହିଁ ଚକରାକୁ ପଚାରିଲି<noinclude></noinclude> 4pf4eo130kwcu91dqj9jkdvizq9j99n 58969 58968 2025-06-21T15:51:18Z Ssgapu22 248 /* ପ୍ରମାଣିତ କରିବେ */ 58969 proofread-page text/x-wiki <noinclude><pagequality level="3" user="Ssgapu22" /></noinclude>{{gap}}ନୂଆ ନୂଆ କଲେଜ୍ ଯିବା ଯେଉଁ ଖୁସି ତାହା କେଉଁ ପାର୍କ କି ହୋଟେଲରେ ମିଳେନା । ନୂଆ ସାଙ୍ଗ, ଖୁଲମ୍ ଖୁଲା ମସ୍ତି ତାହା ପୁଣି ଟିଚର୍ କି ଘର ଲୋକଙ୍କ ଟେନସନ୍ ବିନା । ସତେ ଯେମିତି ମଣିଷ ସ୍ୱାଧୀନତା ପାଇଗଲା । କିଛି ଦିନ ତ ବେଶ୍ ଭଲ ଲାଗିଲା, ପରେ କିନ୍ତୁ ଯେସାକୁ ତେସା ହୋଇଯାଇଥାଏ । କହିବାକୁ ଗଲେ ଅନର୍ସ ମିଳିବା ପରେ ସମସ୍ତେ ଯେମିତି ପର ହୋଇ ଯାଇଥିଲେ । ନିଜ ନିଜ ଅନର୍ସରେ ପଢ଼ା ପଢ଼ି, କ୍ଲାସ୍ ଓ ଡିପାଟମେଣ୍ଟକୁ ନେଇ ବ୍ୟସ୍ତ । କିନ୍ତୁ ମୁଁ ମୋ ଡିପାଟମେଣ୍ଟକୁ ନେଇ କମଫଟ ଫିଲ୍ କରୁନଥିଲି; ମୋତେ ଭାରି ବୋରିଂ ଲାଗୁଥିଲା । ଏମିତି ଏମିତିରେ ପ୍ରଥମ ସପ୍ତାହ କଲେଜ୍ ଖୋଲିଲା ପରେ ପାଠ ପଢ଼ାରେ ମନ ଦେଲି । {{gap}}ଆମ ଗାଁ ରାସ୍ତା ପାଖର ଗୋଟେ ଚା’ ଦୋକାନ ପାଖରେ ବସିଥାଏ ମୁଁ । ଅପେକ୍ଷା କରିଥାଏ କେହିଜଣେ ସାଙ୍ଗକୁ ଲିପ୍ଟ୍ ନେଇ କଲେଜ ଯିବାକୁ । ଧୀରେ ଧୀରେ ପବନର ବେଗ ବଢ଼ିବାକୁ ଲାଗିଲା ଗଛର ପତ୍ର ସାଙ୍ଗକୁ ଧୂଳି ବି ଉଡ଼ିବାରେ ଲାଗିଲା । ସତେ ଯେମିତି ଆଷାଢ଼ୁଆ ବର୍ଷାଟା ଏଇନା ବରଷି ଯିବ । କହୁ କହୁ ଧିମା ଧିମା ବର୍ଷା ଆରମ୍ଭ ହୋଇଗଲା । ଦେଖେ ତ ସେ ପାଖରୁ ସାଙ୍ଗ ଦିଲ୍ଲିପ ବି ସାଇକେଲକୁ ଦୃତଗତିରେ ମାଡ଼ି ଚାଲୁଥାଏ । ସଙ୍ଗେ ସଙ୍ଗେ ସାଇକେଲକୁ ମୋ ଆଗରେ ରଖି ପଛପଟ ସିଟ୍‌ରେ ବସିପଡ଼ିଲା । ଏମିତିରେ ବି ବର୍ଷାର ମାତ୍ରା ବଢ଼ିବାରେ ଲାଗିଥାଏ । ମୁଁ ସାଇକେଲକୁ ଧରି ସ୍ପିଡ୍‌ରେ ଚଲାଇ ଚଲାଇ କଲେଜ୍ ଭିତରେ ପ୍ରବେଶ କଲି କିନ୍ତୁ କଣ୍ଟ୍ରୋଲ କରି ନପାରିବାରୁ ସାଇକେଲ୍ ଷ୍ଟାଣ୍ଡରେ ଧକ୍କା ଦେଲି । ଏପାଖେ ବର୍ଷାର ମାତ୍ରା ସାଙ୍ଗକୁ କ୍ଲାସ୍ ଲେଟ୍ ହେଉଥିବାରୁ ଦିଲ୍ଲିପ୍ ଆଉ ମୁଁ ଦୌଡ଼ି ଦୌଡ଼ି କ୍ଲାସରେ ପଶିଗଲୁ । {{gap}}କ୍ଲାସ ଆରମ୍ଭ ହୋଇଗଲା, ଦେଖିଲି ମୋ ପାଖ ସିଟ୍‌ରେ ଝିଅଟିଏ ବସି ମୋତେ ବାରମ୍ବାର ଚାହୁଁଛି କିନ୍ତୁ କିଛି କହୁନି । ହେଲେ ତା’ ପାଖରେ ବସିଥିବା ଝିଅକୁ କିଛି ଗୋଟେ କହୁଛି । ମୁଁ ଦେଖୁଥିଏ କିଛି କହୁନଥାଏ । ଏମିତି କିଛି ସମୟ ପରେ ଦିଲ୍ଲିପକୁ ଡାକି ଏ କଥା କହିଲି ଆଉ ଦିଲ୍ଲିପ କହିଲା, “ତୁ ବଝି ପାରୁନୁ କ’ଣ ବେ ! ସେ ଝିଅ ତୋତେ ଭଲ ପାଉଛି । ସେଥିପାଇଁ ତୋତେ ବାରମ୍ବାର ଚାହୁଁଛି ।” ମନ ବୁଝିଲା ନାହିଁ ଚକରାକୁ ପଚାରିଲି<noinclude></noinclude> 5e2ca2j5gbcuy1tigotv2hfncipkxy7 ପୃଷ୍ଠା:Biswash.pdf/୬୨ 250 12185 58970 58936 2025-06-21T15:55:36Z Ssgapu22 248 58970 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ସେ ବି ସେହି କଥା କହିଲା । ଦ୍ଵନ୍ଦରେ ପଡ଼ିଗଲି କିନ୍ତୁ ମନରେ ନିଆଁ ଲାଗିଗଲା, ଛାତିରେ ମଳୟ ବୋହିଲା ଓ ହୃଦୟର ସ୍ପନ୍ଦନଟା ଯେମିତି ଅବୋଲକରା ହୋଇଗଲା । ତା’ର ସେଇ ଛୋଟ ଓଠ, ନିରୀହ ଆଖି ମୋତେ ଯେମିତି ପାଗଳ କରି ଦେଉଥାଏ ! ବୈଶାଖରେ ଶୁଖିଯାଇଥିବା ମନରେ ପ୍ରେମର ବର୍ଷା ହେବାକୁ ଲାଗିଲା । ଏମିତି ଦେଖାଦେଖି ଭିତରେ କ୍ଲାସ୍ ଶେଷ ହେବା ଘଣ୍ଟି ବାଜିଲା । ଏମିତିରେ ଏହାରି ଭିତରେ ୩ଟା କ୍ଲାସ୍ ସରିଯାଇଥାଏ ହେଲେ କିଛି ଜଣା ପଡ଼ୁନଥାଏ । ଧୀରେ ଧୀରେ ସମସ୍ତେ ଉଠିକରି ବାହାରକୁ ଗଲେ ଆଉ ମୁଁ ଦିଲ୍ଲିପକୁ ଜାବୁଡ଼ି ଧରି କହିଲି, “ରେ ଦିଲ୍ଲିପି ! ମୋତେ ପ୍ରେମ ହୋଇଗଲାରେ... ମୋତେ ପ୍ରେମ ହୋଇଗଲା ।” {{gap}}କ୍ଲାସ ରୁମ୍ ଭିତରେ ମୋ ସାଙ୍ଗ ଚକରା ଓ ସରୋଜ ସହ ମିଶି ମସ୍ତି କରୁଥାଏ । ହଠାତ୍ ଦିଲ୍ଲିପ ଆସି କହିଲା, “ରାଜେଶ ତୋତେ ସେ ଝିଅ ଡାକୁଛି, ବାହାରେ ଛିଡ଼ା ହୋଇଛି, କିଛି ଗୋଟେ କହିବ ।” ମନରେ ଲଡ଼ୁ ଫୁଟିଗଲା । ମୋର ଷ୍ଟାଇଲ୍, ସ୍ମାଇଲ୍ ସହ ଚାଲି ବି ବଦଳିଗଲା । ସରୋଜର ପାକିଳିଆ କଥା ଶୁଣି ଭାବିଲି ଆଜି ଗୋଟେ ପ୍ରୋପଜ୍‌ଟା ହୋଇଯିବ । ଆଉ ପ୍ରୋପଜ୍ ପରେ ପାର୍ଟି, ପୁଣି ଆଉ କିଛି... ଏମିତି ହଉ ହଉ କ୍ଲାସ ବାହାରକୁ ଆସିଲି । କ୍ଲାସ୍ ବାହାରେ ଗାର୍ଡେନ୍‌ରେ ସେ ଆଉ ତା’ ସାଙ୍ଗ ଦୁଇ ଜଣ ଛିଡ଼ା ହୋଇଥାନ୍ତି । ମନ ଉଛନ୍ନ ହେଲା, ଆଜି କିଛି ଗୋଟେ ହବ । ସହାସ ହେଉ ନଥାଏ, ସମସ୍ତେ ବେଷ୍ଟ ଅଫ ଲକ୍ କହି ଛାଡ଼ିଥିଲେ । ମନ ଖୁସିରେ ଧୀରେ ଧୀରେ ଯାଇ ତାଙ୍କ ପାଖରେ ପହଞ୍ଚିଲି । ଆଉ ତା ପରେ ଯେଉଁ କଥା ହେଲାନା, ସେଥିରେ ମୁଁ ମୋ ପର୍ସରୁ ୫୦୦ ଟଙ୍କା ଦେଲାପରେ ଯାଇ ସୁଝିଲା । {{gap}}ପ୍ରେମ ଫ୍ରେମ ସବୁକିଛି ପାଣିର ଫଟୋକା ପରି ମିଳାଇ ଗଲା । ମୁହଁକୁ ଶୁଖାଇ ଫେରିଲା ପରେ ଚକରା ଆଉ ଦିଲ୍ଲିପି ପଚାରିଲେ, “କ’ଣ ହେଲା?” “ଆବେ ସାଇକେଲ୍ ଷ୍ଟାଣ୍ଡରେ ଯୋଉ ସାଇକେଲକୁ ଧକ୍କା ଦେଇଥିଲି, ସେ ସାଇକେଲ୍ ୟାର ଥିଲା, ଆଉ କ’ଣ ହେବ?” ସେବେଠାରୁ କାନ ମୁଣ୍ଡ ଆଉଁସି ଶପଥ ନେଲି କେବେବି କହା କଥାରେ ପଡ଼ି ନିଜ ଭାବନାକୁ ବଢ଼ାଇବି ନାହିଁ । କିନ୍ତୁ ସେଇ ମିଛ ଭାବନାରେ ଯେଉଁ ପ୍ରେମ ଆରମ୍ଭ କରିଥିଲା ନା ପ୍ରେମର ଅନୁଭୂତିକୁ ମନ, ହୃଦୟରେ ଛାପ ଛାଡ଼ି ଦେଇଥିଲା । ଖୁବ୍ ଚମତ୍କାର ଥିଲା ତାହାର ପରିଭାଷା । <center><big>'''* * *'''</big></center><noinclude></noinclude> 5v02hj1quiu0ql0b6o27irr6x30ft7p 58971 58970 2025-06-21T15:58:07Z Ssgapu22 248 /* ପ୍ରମାଣିତ କରିବେ */ 58971 proofread-page text/x-wiki <noinclude><pagequality level="3" user="Ssgapu22" /></noinclude>ସେ ବି ସେହି କଥା କହିଲା । ଦ୍ଵନ୍ଦରେ ପଡ଼ିଗଲି କିନ୍ତୁ ମନରେ ନିଆଁ ଲାଗିଗଲା, ଛାତିରେ ମଳୟ ବୋହିଲା ଓ ହୃଦୟର ସ୍ପନ୍ଦନଟା ଯେମିତି ଅବୋଲକରା ହୋଇଗଲା । ତା’ର ସେଇ ଛୋଟ ଓଠ, ନିରୀହ ଆଖି ମୋତେ ଯେମିତି ପାଗଳ କରି ଦେଉଥାଏ ! ବୈଶାଖରେ ଶୁଖିଯାଇଥିବା ମନରେ ପ୍ରେମର ବର୍ଷା ହେବାକୁ ଲାଗିଲା । ଏମିତି ଦେଖାଦେଖି ଭିତରେ କ୍ଲାସ୍ ଶେଷ ହେବା ଘଣ୍ଟି ବାଜିଲା । ଏମିତିରେ ଏହାରି ଭିତରେ ୩ଟା କ୍ଲାସ୍ ସରିଯାଇଥାଏ ହେଲେ କିଛି ଜଣା ପଡ଼ୁନଥାଏ । ଧୀରେ ଧୀରେ ସମସ୍ତେ ଉଠିକରି ବାହାରକୁ ଗଲେ ଆଉ ମୁଁ ଦିଲ୍ଲିପକୁ ଜାବୁଡ଼ି ଧରି କହିଲି, “ରେ ଦିଲ୍ଲିପି ! ମୋତେ ପ୍ରେମ ହୋଇଗଲାରେ... ମୋତେ ପ୍ରେମ ହୋଇଗଲା ।” {{gap}}କ୍ଲାସ ରୁମ୍ ଭିତରେ ମୋ ସାଙ୍ଗ ଚକରା ଓ ସରୋଜ ସହ ମିଶି ମସ୍ତି କରୁଥାଏ । ହଠାତ୍ ଦିଲ୍ଲିପ ଆସି କହିଲା, “ରାଜେଶ ତୋତେ ସେ ଝିଅ ଡାକୁଛି, ବାହାରେ ଛିଡ଼ା ହୋଇଛି, କିଛି ଗୋଟେ କହିବ ।” ମନରେ ଲଡ଼ୁ ଫୁଟିଗଲା । ମୋର ଷ୍ଟାଇଲ୍, ସ୍ମାଇଲ୍ ସହ ଚାଲି ବି ବଦଳିଗଲା । ସରୋଜର ପାକିଳିଆ କଥା ଶୁଣି ଭାବିଲି ଆଜି ଗୋଟେ ପ୍ରୋପଜ୍‌ଟା ହୋଇଯିବ । ଆଉ ପ୍ରୋପଜ୍ ପରେ ପାର୍ଟି, ପୁଣି ଆଉ କିଛି... ଏମିତି ହଉ ହଉ କ୍ଲାସ ବାହାରକୁ ଆସିଲି । କ୍ଲାସ୍ ବାହାରେ ଗାର୍ଡେନ୍‌ରେ ସେ ଆଉ ତା’ ସାଙ୍ଗ ଦୁଇ ଜଣ ଛିଡ଼ା ହୋଇଥାନ୍ତି । ମନ ଉଛନ୍ନ ହେଲା, ଆଜି କିଛି ଗୋଟେ ହବ । ସହାସ ହେଉ ନଥାଏ, ସମସ୍ତେ ବେଷ୍ଟ ଅଫ ଲକ୍ କହି ଛାଡ଼ିଥିଲେ । ମନ ଖୁସିରେ ଧୀରେ ଧୀରେ ଯାଇ ତାଙ୍କ ପାଖରେ ପହଞ୍ଚିଲି । ଆଉ ତା ପରେ ଯେଉଁ କଥା ହେଲାନା, ସେଥିରେ ମୁଁ ମୋ ପର୍ସରୁ ୫୦୦ ଟଙ୍କା ଦେଲାପରେ ଯାଇ ସୁଝିଲା । {{gap}}ପ୍ରେମ ଫ୍ରେମ ସବୁକିଛି ପାଣିର ଫଟୋକା ପରି ମିଳାଇ ଗଲା । ମୁହଁକୁ ଶୁଖାଇ ଫେରିଲା ପରେ ଚକରା ଆଉ ଦିଲ୍ଲିପି ପଚାରିଲେ, “କ’ଣ ହେଲା?” “ଆବେ ସାଇକେଲ୍ ଷ୍ଟାଣ୍ଡରେ ଯୋଉ ସାଇକେଲକୁ ଧକ୍କା ଦେଇଥିଲି, ସେ ସାଇକେଲ୍ ୟାର ଥିଲା, ଆଉ କ’ଣ ହେବ?” ସେବେଠାରୁ କାନ ମୁଣ୍ଡ ଆଉଁସି ଶପଥ ନେଲି କେବେବି କହା କଥାରେ ପଡ଼ି ନିଜ ଭାବନାକୁ ବଢ଼ାଇବି ନାହିଁ । କିନ୍ତୁ ସେଇ ମିଛ ଭାବନାରେ ଯେଉଁ ପ୍ରେମ ଆରମ୍ଭ କରିଥିଲା ନା ପ୍ରେମର ଅନୁଭୂତିକୁ ମନ, ହୃଦୟରେ ଛାପ ଛାଡ଼ି ଦେଇଥିଲା । ଖୁବ୍ ଚମତ୍କାର ଥିଲା ତାହାର ପରିଭାଷା । <center><big>'''* * *'''</big></center><noinclude></noinclude> jomfzvyvvcd7ykffm0h1894fnj83k3r