ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.45.0-wmf.6
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ପୃଷ୍ଠା:Biswash.pdf/୬୩
250
12186
58972
58770
2025-06-22T17:49:11Z
Ssgapu22
248
/* ପ୍ରମାଣିତ କରିବେ */
58972
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude><center>{{Xx-larger|'''ଶୂନ୍ୟସ୍ଥାନ ପୂରଣ'''}}</center>
{{Css image crop
|Image = Biswash.pdf
|Page = 63
|bSize = 366
|cWidth = 300
|cHeight = 249
|oTop = 221
|oLeft = 32
|Location = center
|Description =
}}<noinclude></noinclude>
pacq6mjq2ctxqceb8ec0v4t0xmyqtir
ପୃଷ୍ଠା:Biswash.pdf/୬୪
250
12187
58973
58937
2025-06-22T17:50:01Z
Ssgapu22
248
/* ପ୍ରମାଣିତ କରିବେ */
58973
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude>{{gap}}ସତରେ ସମୟ ବଡ଼ ବିଚିତ୍ର । ଏଇ ବିଚିତ୍ରତା ଭିତରେ ଆମ ତୁମ ଅବସ୍ଥା କ’ଣ କିଛି ବି ବୁଝା ପଡ଼େନି । ଦରିଆର ପାଣି ଯେମିତି ଟାଣି ଭିତରକୁ ନେଇଯାଏ, ଠିକ୍ ସେମିତି ଆଣି କୂଳରେ ଛାଡ଼ି ଦିଏ । ସକାଳ ଆଣେ ସିନା ସୂନେଲି କିରଣ ଆଉ ସେଇ କିରଣ ସଞ୍ଜରେ ରକ୍ତିମ ହୋଇ ଆକାଶକୁ ଛାଡ଼ିଦେଇ ଯାଏ ।
{{gap}}ବାଲକୋନୀ ପାଖ ଡ୍ରଇଂରୁମ୍ରେ ବସି ହାତରେ ଖବର କାଗଜଟା ଧରି ଚା’ ପିଉଥା’ନ୍ତି ଦୁଇ ବନ୍ଧୁ । କିଛି ସମୟର ନୀରବତା ପରେ ଗୋଟେ ଦୀର୍ଘ ନିଶ୍ୱାସ ଛାଡ଼ି ଆକାଶ ବାବୁ କହିଲେ, “ପ୍ରଦୀପ ପୁଅର ଆଜି ଜନ୍ମଦିନ । ଆମ ଦୁଇଜଣଙ୍କୁ କହିଥିଲା ହେଲେ ଯିବାକୁ ଇଚ୍ଛା ଥିଲେ ବି ଯାଇ ପାରିଲୁନି । କାଇଁ ଓଡ଼ିଶା କାଇଁ ସୁଦୂର ବାଙ୍ଗାଲୋର ! ଏମିତିରେ ବି ତା’ ମାଆ ଦେହ ଖରାପ । ଆମେ ବୁଢ଼ାବୁଢ଼ୀ ଦୁଇଟା ବିଚରା ।”
{{gap}}“କ’ଣ ବିଚରା ! ପିଲାଟା ତ ପିଲାଟି ଦିନରୁ ଆଜିଯାଏଁ ବାହାରେ ରହିଲା, ଆଜି କେଉଁ ଘରେ ରହିଥାନ୍ତା ଭଲା । ତୁମେ ଶିଖେଇ ଥିବା ପଥ ଅନୁକରଣ କରୁଛି ।” ଏତିକି କହି ଟେବୁଲ୍ ଉପରୁ ଚା’ କପକୁ ଉଠାଇ ହାତରେ ଧରିଲେ ସାଗର ବାବୁ ।
{{gap}}“ମୁଁ ବି କ’ଣ କରିଥା’ନ୍ତି? ମୋ କାମର ବ୍ୟସ୍ତତା ସାଙ୍ଗକୁ ତୋ’ ଭାଉଜକୁ ବି ସରକାରୀ ଚକିରିଟା ମିଳିଗଲା । ସରକାରୀ ଚାକିରିକୁ ମନା କେମିତି କରିଥାନ୍ତି । ତା’ ଛଡ଼ା ପ୍ରଦୀପ କଥା ଆଉ କିଏ ବୁଝିଥାନ୍ତା? ଆଜି ସମୟରେ ଲୋକଗୁଡ଼ାକଙ୍କୁ ଭରସା ନାହିଁ । ଆଉ ଏହାରି ଭିତରେ ପ୍ରଥମରୁ ହଷ୍ଟେଲ୍, ପରେ ମେସ୍ ଓ ଆଜି ରୁମ୍ରେ ରହି ଚାକିରି କରୁଛି ।”
{{gap}}“ହଁ...... ହଁ... ସେ କହୁଥିଲା କୁନି ଛୁଆ କାଳେ ଇଁରାଜୀରେ କ’ଣ ସବୁ ଶିଖିଲାଣି । ଏଇ ବରଷକର ପିଲା ପୁଣି ଇଂରାଜୀ ! ପାଠ କ’ଣ ସେ ଜାଣିବା ଆଗରୁ ପାଠ ! ହଁ.... ଏଥିରେ ତୁମେ ଆମେ ବି କ’ଣ କରିପାରିବା । ଏବେକାର ସିଷ୍ଟମ୍ ତ ଏମିତି; ଜନ୍ମ ହେଉ ହେଉ ପାଠ । ତୁମେ ଦେଖ, ପିଲାଟାକୁ ପିଲାବେଳେ ଯେମିତି<noinclude></noinclude>
l540485ptstub137von7m7dpr26egme
ପୃଷ୍ଠା:Biswash.pdf/୬୫
250
12188
58974
58938
2025-06-22T17:50:25Z
Ssgapu22
248
58974
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>କରିଥିଲ ଏବେ ବୁଢ଼ାବୁଢ଼ୀ ବେଳେ ଭୋଗିବନି ତ କିଏ ଭୋଗିବ । କର୍ମମୟ ଜୀବନର କାର୍ଯ୍ୟବ୍ୟସ୍ତତାକୁ ଦର୍ଶାଇ ତୁମେ ସମୟ ଦେଇ ପାରିଲନି । ଏବେ ସେ... । ଧୂଳି ଖେଳ, ମାଆ ସ୍ନେହ, ପରିବାରର ଆଦର୍ଶ ସଂସ୍କାରଠାରୁ ସ୍କୁଲର ଚାରି କାନ୍ଥ ଜ୍ଞାନ ଏତେ ଅଧିକ?”
{{gap}}(ବିଷାଦ ଭରା କଣ୍ଠରେ) “ଆଉ ତୁ ପିଲାଙ୍କୁ ସ୍ୱାଧୀନତା ଦେବା ନାମରେ ଏତେ ଛାଡ଼ି ଦେଲୁ ଯେ ଦୁଇ ଜଣରୁ ଦୁଇ ଜଣ ଯାକ ମ୍ୟାଟ୍ରିକ୍ ବନ୍ଧ ଡେଇଁ ପାରିଲେନି । ଜଣେ ଅଟୋ ଆଉ ଜଣେ ପରିବା ଦୋକାନୀ । ହେଲେ କ’ଣ ହେବ ଦୁଇ ଜଣଯାକ ତୋ’ ସାଥିରେ ଅଛନ୍ତି । ନାତି ନାତୁଣୀଙ୍କ ପାଖରେ ଆନନ୍ଦରେ ରହୁଛୁ । ଛାଡ଼...”
{{gap}}ହାତରେ ଜଳଖିଆ ପ୍ଲେଟ୍ ଧରି ପଛ ପାଖରେ ସବୁ କଥା ଶୁଣୁଥିଲା ପ୍ରଦୀପର ମାଆ । ମନ ତଳେ ଥିବା ମା’ର ମାତୃତ୍ୱ, ମନର ବେଦନା ସବୁ ତରଳି ଯାଇ ଆଖିବାଟେ ଲୁହ ହୋଇ ବୋହି ଯାଉଥାଏ ନୀରବରେ ।
{{gap}}ସନ୍ଧ୍ୟାରେ ଜନ୍ମ ଦିନର ଆସର ଜମିଲା । ବହୁ କୁନି କୁନି ପିଲାମାନେ ସବୁ ଆସିଲେ । କେକ୍ କାଟିଲେ । ବୁଢ଼ାବୁଢ଼ୀ ଦୁଇ ଜଣ ମୋବାଇଲ୍ରେ ଭିଡ଼ିଓ କଲିଂ କରି ସିନା ଖୁସି ହେଲେ କିନ୍ତୁ ଆଶୀର୍ବାଦ ଦେବାପାଇଁ ହାତ ପହଞ୍ଚିଲା ନାହିଁ । ଲୁହ ଭରା ଆଖିରେ ଚାହିଁ ରହିଥିଲେ ଶୂନ୍ୟକୁ ।
<center><big>'''* * *'''</big></center><noinclude></noinclude>
3s3iv7e8fcl9r874ijkxjwbotq5k82l
58975
58974
2025-06-22T17:50:35Z
Ssgapu22
248
/* ପ୍ରମାଣିତ କରିବେ */
58975
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude>କରିଥିଲ ଏବେ ବୁଢ଼ାବୁଢ଼ୀ ବେଳେ ଭୋଗିବନି ତ କିଏ ଭୋଗିବ । କର୍ମମୟ ଜୀବନର କାର୍ଯ୍ୟବ୍ୟସ୍ତତାକୁ ଦର୍ଶାଇ ତୁମେ ସମୟ ଦେଇ ପାରିଲନି । ଏବେ ସେ... । ଧୂଳି ଖେଳ, ମାଆ ସ୍ନେହ, ପରିବାରର ଆଦର୍ଶ ସଂସ୍କାରଠାରୁ ସ୍କୁଲର ଚାରି କାନ୍ଥ ଜ୍ଞାନ ଏତେ ଅଧିକ?”
{{gap}}(ବିଷାଦ ଭରା କଣ୍ଠରେ) “ଆଉ ତୁ ପିଲାଙ୍କୁ ସ୍ୱାଧୀନତା ଦେବା ନାମରେ ଏତେ ଛାଡ଼ି ଦେଲୁ ଯେ ଦୁଇ ଜଣରୁ ଦୁଇ ଜଣ ଯାକ ମ୍ୟାଟ୍ରିକ୍ ବନ୍ଧ ଡେଇଁ ପାରିଲେନି । ଜଣେ ଅଟୋ ଆଉ ଜଣେ ପରିବା ଦୋକାନୀ । ହେଲେ କ’ଣ ହେବ ଦୁଇ ଜଣଯାକ ତୋ’ ସାଥିରେ ଅଛନ୍ତି । ନାତି ନାତୁଣୀଙ୍କ ପାଖରେ ଆନନ୍ଦରେ ରହୁଛୁ । ଛାଡ଼...”
{{gap}}ହାତରେ ଜଳଖିଆ ପ୍ଲେଟ୍ ଧରି ପଛ ପାଖରେ ସବୁ କଥା ଶୁଣୁଥିଲା ପ୍ରଦୀପର ମାଆ । ମନ ତଳେ ଥିବା ମା’ର ମାତୃତ୍ୱ, ମନର ବେଦନା ସବୁ ତରଳି ଯାଇ ଆଖିବାଟେ ଲୁହ ହୋଇ ବୋହି ଯାଉଥାଏ ନୀରବରେ ।
{{gap}}ସନ୍ଧ୍ୟାରେ ଜନ୍ମ ଦିନର ଆସର ଜମିଲା । ବହୁ କୁନି କୁନି ପିଲାମାନେ ସବୁ ଆସିଲେ । କେକ୍ କାଟିଲେ । ବୁଢ଼ାବୁଢ଼ୀ ଦୁଇ ଜଣ ମୋବାଇଲ୍ରେ ଭିଡ଼ିଓ କଲିଂ କରି ସିନା ଖୁସି ହେଲେ କିନ୍ତୁ ଆଶୀର୍ବାଦ ଦେବାପାଇଁ ହାତ ପହଞ୍ଚିଲା ନାହିଁ । ଲୁହ ଭରା ଆଖିରେ ଚାହିଁ ରହିଥିଲେ ଶୂନ୍ୟକୁ ।
<center><big>'''* * *'''</big></center><noinclude></noinclude>
spotisva6jndfsmvcogw8mebduog56h