ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.45.0-wmf.7
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ପୃଷ୍ଠା:Biswash.pdf/୭୬
250
12199
58992
58946
2025-06-26T17:45:38Z
Ssgapu22
248
/* ପ୍ରମାଣିତ କରିବେ */
58992
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude>{{gap}}ସକାଳର ସୂର୍ଯ୍ୟ ସିନା ଆଲୋକ ଆଣେ ଏ ଧରାପୃଷ୍ଠରେ କିନ୍ତୁ ମନରେ ଆଣି ପାରେନି । ମନରେ ଦେହରେ ଆଲୋକ ପାଇଁ ଆବଶ୍ୟକ ଶିକ୍ଷା । ବାସ୍ତବରେ ଜ୍ଞାନ ବିନା ଦୁନିଆ ଅନ୍ଧାର । ବିରାଟ ଆଶା ଉଚ୍ଚ ଆକାଂକ୍ଷା ନେଇ ମଣିଷ ଗତିଶୀଳ, ହେଲେ ବାସ୍ତବତା ତକିଆ ଉପରେ ଶୋଇଛି । ଜୀବନରେ ଦିନେ ବଡ଼ ହେବାର ସ୍ୱପ୍ନ ନେଇ ବାପାଙ୍କ ପାଦ ଛୁଇଁ ସିନା ଶପଥ ନେଇଛି କିନ୍ତୁ ସତଟା ପୂରା ଭିନ୍ନ ।
{{gap}}ନିଦରୁ ଉଠିବା କ୍ଷଣି ଚଟାପଟ୍ ଟିଭି ପାଖରେ ବସିପଡ଼ିଲି ଗୋଟିଏ ଆଧ୍ୟାତ୍ମିକ ଚ୍ୟାନାଲ ଖୋଲି । ଆପଣଙ୍କୁ କ’ଣ ଲାଗୁଛି? ମୁଁ ଗୋଟେ ଆଧ୍ୟାତ୍ମିକବାଦୀ ପିଲା !? ଯଦି ଆପଣ ଭାବୁଛନ୍ତି ତା’ହାଲେ ଭୁଲ ଭାବୁଛନ୍ତି । ମୁଁ ସୁନାପିଲା ଭଳି ବସି ରାଶିଫଳ ଦେଖୁଛି । ସନିଆ, ପିଣ୍ଟୁ ଆଉ ବାପିର ମଧ୍ୟ ରାଶିଫଳ ଦେଖି ତାଙ୍କୁ ସ୍କୁଲରେ କହିବାରେ ଅଛି । ଘଣ୍ଟାରେ ସମୟ ଦେଖିକରି ଜୋର୍ ଜୋର୍ ଡାକଛାଡ଼ିଲି,
{{gap}}- ମାଆ... ମାଆ... ଓଃ ମାଆ ! କିଛି ଗୁଡ଼, ଆଉ କିଛି ଦୂବ ଘାସ ରେଡି କରିକି ରଖ ମାଆ । ସ୍କୁଲ୍ ଯିବାପାଇଁ ଡେରି ହେଲାଣି ପରା ! ତୁମେ ରେଡ଼ି କରି ରଖ ମୁଁ ଗାଧେଇ ଆସୁଛି ।
{{gap}}- ତୁ ତ ସ୍କୁଲ୍ ଯିବୁ, ପୁଣି ଏଇ ଦୁବ ଘାସ, ଗୁଡ଼ ନେଇ କ’ଣ କରିବୁ କି??
{{gap}}- ତୁମେ କ’ଣ ଜାଣିନ କି? ସବୁ ସେଇ ସ୍ୱାଇଁ ସାର୍ଙ୍କ ପାଇଁ । ଆଜି ଟିଭିରେ ଜ୍ୟୋତିଷ କହିଛି ପିମ୍ଫୁଡ଼ିକୁ ଗୁଡ଼ ଆଉ ବାଛୁରୀକୁ ଦୁବଘାସ ଖୁଆଇଲେ କୁଆଡ଼େ ସବୁ ରିଷ୍ଟ ଖଣ୍ଡନ ହେବ । ଦେଲୁ ଦେଲୁ ଜଲଦି ଦେଲୁ, ମୋର ସ୍କୁଲ୍ ବେଳ ଲେଟ୍ ହେଲାଣି ।
{{gap}}ଅଙ୍କା ବଙ୍କା କାଦୁଅର ରାସ୍ତା । ବୁଲି ବୁଲି ଗଲେ ପଡ଼େ ଆମ ସ୍କୁଲ୍ । ସ୍କୁଲ ଷ୍ଟାଣ୍ଡ ପାଖରେ ହୋଇଥିବାରୁ ଘର ଲୋକଙ୍କୁ ଭାରି ଡର କିନ୍ତୁ ମୋତେ ଏହି ଗାଡ଼ିଘୋଡ଼ା ଦେଖି ଯେତିକି ଡର ଲାଗେନି ତା’ଠୁ ଅଧିକ ଡର ଆମ ବିଜ୍ଞାନ ଓ ଗଣିତ ଶିକ୍ଷକ ସ୍ୱାଇଁ ସାର୍ଙ୍କୁ<noinclude></noinclude>
f5auknt6gqr5uqt0dvnfo43f7444qcy