ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.45.0-wmf.7
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ପୃଷ୍ଠା:Biswash.pdf/୭୯
250
12202
58997
58774
2025-06-28T18:30:41Z
Ssgapu22
248
/* ପ୍ରମାଣିତ କରିବେ */
58997
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude><center>{{Xx-larger|'''ପ୍ରକୃତ ବନ୍ଧୁ'''}}</center>
{{Css image crop
|Image = Biswash.pdf
|Page = 79
|bSize = 366
|cWidth = 306
|cHeight = 285
|oTop = 225
|oLeft = 32
|Location = center
|Description =
}}<noinclude></noinclude>
d253eqdur477glyk3dk10ru557ogzzu
ପୃଷ୍ଠା:Biswash.pdf/୮୦
250
12203
58998
58949
2025-06-28T18:31:06Z
Ssgapu22
248
58998
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>{{gap}}ଫେସବୁକ୍ରେ ତିନି ହଜାରେ ସାଙ୍ଗ, ଇନ୍ଷ୍ଟାଗ୍ରାମ୍ରେ ପାଞ୍ଚ ହଜାର ଫଲୋଅରସ୍ ଆଉ ହ୍ୱାଟ୍ସ୍ଆପ୍, ଟୁଇଟର କଥା ନକହିବା ଭଲ । ଏଣେ କଲେଜ୍ ଜୀବନ ଠାରୁ ଆରମ୍ଭ କରି ପେଶାଗତ ଜୀବନ ପର୍ଯ୍ୟନ୍ତ ଏତେ ସାଙ୍ଗ ଯେ ସମସ୍ତଙ୍କୁ ସମୟ ଦେଇ ପାରେନି ଆଉ ତା’ ଉପରେ କ୍ଲବ୍ ପିଲା ତ ସବୁ ସାଙ୍ଗ ନା । ଯେତେବେଳେ ଏକା ସାଙ୍ଗରେ ଏତେ ସବୁ ସାଙ୍ଗ ପାଖରେ ଅଛନ୍ତି ତେବେ ଚଳିବାରେ ଡର କାହିଁକି?
{{gap}}ତଥାପି କାହିଁକି କେଜାଣି ଏହି ଘର ଲୋକଗୁଡ଼ାକ ଖାଲି ରାଉ ରାଉ ହୁଅନ୍ତି କିଛି ବୁଝା ପଡ଼େନି ମାନସକୁ ! ବାପାଙ୍କ ତାଗିଦ୍ ଆଉ ଭାଇର ପ୍ରବଚନ ଶୁଣି ଶୁଣି କାନ ମୁଣ୍ଡ ତାବ୍ଦା ହୋଇଯାଏ ତା’ର । ତଥାପି ଶୁଣିବା ପାଇଁ ପଡ଼େ, ଯେତେ ହେଲେ ବୟସରେ ବଡ଼ ସେମାନେ; ମୁହଁ ଉପରେ କ’ଣ ଉତ୍ତର ଦେଇ ହେବ ! ଟିଭିରେ କହୁଥିଲା ଭଗବାନ ଆମର ଜନ୍ମ କୁଣ୍ଡଳୀରେ ବାପା, ମାଆ, ଭାଇଭଉଣୀ ଏମିତିକି ସ୍ୱାମୀ-ସ୍ତ୍ରୀ ଜୋଡ଼ି ଜନ୍ମ ହେବା ପୂର୍ବରୁ ପ୍ରସ୍ତୁତ କରି ରଖିଥାନ୍ତି । ଖାଲି ଏଇ ସାଙ୍ଗମାନେ ପରା ଜନ୍ମ ହେବାପରେ ମିଳନ୍ତି । ସାଙ୍ଗମାନଙ୍କ ସହ ସମୟ କାଟିବା କେଉଁ ସ୍ୱର୍ଗସୁଖ ଠାରୁ କମ ନୁହେଁ ତଥାପି ଏ କଥା କେମିତି ବୁଝାଇବ ନିଜେ ବି ବୁଝିପାରୁନଥିଲା । ବାପା ଆଉ ଭାଇଙ୍କର ଖାଲି ଗୋଟିଏ କଥା, “ଏହି ସାଙ୍ଗମାନେ ମିଶି କୁଆଡ଼େ ତାକୁ ଖରାପ କରି ଦେଉଛନ୍ତି ।” ସେମାନେ ଜାଣି ନାହାନ୍ତି ସେମାନଙ୍କର ସର୍ଦ୍ଦାର ମାନସ ବୋଲି ।
{{gap}}ସ୍ଥିତି ବଦଳେ, ଗତି ବଦଳେ; ପରିସ୍ଥିତିର ବୁଢ଼ିଆଣି ବସାରେ ଛନ୍ଦିହୋଇ ମଣିଷକୁ ମୋଡ଼ିମାଡ଼ିକି କେତେବେଳେ ଚୁପ୍ କରି ବସାଇ ଦିଏ କେହି ଜାଣିପାରେ ନାହିଁ । ଠିକ୍ ସେହିପରି ଆଜି ଜେଲ୍ର ଅନ୍ଧାରୁଆ ଚାରିକାନ୍ଥ ଭିତରେ ବସିଛି ମାନସ ମନରେ କେତେ ଆଶା ନେଇ... ତା’ର ସାଙ୍ଗମାନେ ଦଳ ବଳ ନେଇ ଆସିବେ ଆଉ ପୋଲିସ୍, ଜଜ୍, ଜନତାଙ୍କ ସାମ୍ନାରେ ସମସ୍ତଙ୍କୁ ଚିତ୍କାରି କହିବେ, “ଆମ ମାନସ ନିର୍ଦ୍ଦୋଷ, ସେ ଏହିପରି କାମ କରିନି । ସେ ଏପରି କାମ କରିପାରିବ ନାହିଁ । ତାକୁ କେହି ଜାଣିଶୁଣି ଫସାଇ ଦେଇଛି । ଜେଲର ପାଚେରୀ ତାଡ଼ି ନେଇଯିବେ ତାକୁ ଏଇ କାଳ କୋଠରୀରୁ ।”<noinclude></noinclude>
2rdphf3j0hoxi656qb8pwq45ivkj0v0
58999
58998
2025-06-28T18:31:20Z
Ssgapu22
248
/* ପ୍ରମାଣିତ କରିବେ */
58999
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude>{{gap}}ଫେସବୁକ୍ରେ ତିନି ହଜାରେ ସାଙ୍ଗ, ଇନ୍ଷ୍ଟାଗ୍ରାମ୍ରେ ପାଞ୍ଚ ହଜାର ଫଲୋଅରସ୍ ଆଉ ହ୍ୱାଟ୍ସ୍ଆପ୍, ଟୁଇଟର କଥା ନକହିବା ଭଲ । ଏଣେ କଲେଜ୍ ଜୀବନ ଠାରୁ ଆରମ୍ଭ କରି ପେଶାଗତ ଜୀବନ ପର୍ଯ୍ୟନ୍ତ ଏତେ ସାଙ୍ଗ ଯେ ସମସ୍ତଙ୍କୁ ସମୟ ଦେଇ ପାରେନି ଆଉ ତା’ ଉପରେ କ୍ଲବ୍ ପିଲା ତ ସବୁ ସାଙ୍ଗ ନା । ଯେତେବେଳେ ଏକା ସାଙ୍ଗରେ ଏତେ ସବୁ ସାଙ୍ଗ ପାଖରେ ଅଛନ୍ତି ତେବେ ଚଳିବାରେ ଡର କାହିଁକି?
{{gap}}ତଥାପି କାହିଁକି କେଜାଣି ଏହି ଘର ଲୋକଗୁଡ଼ାକ ଖାଲି ରାଉ ରାଉ ହୁଅନ୍ତି କିଛି ବୁଝା ପଡ଼େନି ମାନସକୁ ! ବାପାଙ୍କ ତାଗିଦ୍ ଆଉ ଭାଇର ପ୍ରବଚନ ଶୁଣି ଶୁଣି କାନ ମୁଣ୍ଡ ତାବ୍ଦା ହୋଇଯାଏ ତା’ର । ତଥାପି ଶୁଣିବା ପାଇଁ ପଡ଼େ, ଯେତେ ହେଲେ ବୟସରେ ବଡ଼ ସେମାନେ; ମୁହଁ ଉପରେ କ’ଣ ଉତ୍ତର ଦେଇ ହେବ ! ଟିଭିରେ କହୁଥିଲା ଭଗବାନ ଆମର ଜନ୍ମ କୁଣ୍ଡଳୀରେ ବାପା, ମାଆ, ଭାଇଭଉଣୀ ଏମିତିକି ସ୍ୱାମୀ-ସ୍ତ୍ରୀ ଜୋଡ଼ି ଜନ୍ମ ହେବା ପୂର୍ବରୁ ପ୍ରସ୍ତୁତ କରି ରଖିଥାନ୍ତି । ଖାଲି ଏଇ ସାଙ୍ଗମାନେ ପରା ଜନ୍ମ ହେବାପରେ ମିଳନ୍ତି । ସାଙ୍ଗମାନଙ୍କ ସହ ସମୟ କାଟିବା କେଉଁ ସ୍ୱର୍ଗସୁଖ ଠାରୁ କମ ନୁହେଁ ତଥାପି ଏ କଥା କେମିତି ବୁଝାଇବ ନିଜେ ବି ବୁଝିପାରୁନଥିଲା । ବାପା ଆଉ ଭାଇଙ୍କର ଖାଲି ଗୋଟିଏ କଥା, “ଏହି ସାଙ୍ଗମାନେ ମିଶି କୁଆଡ଼େ ତାକୁ ଖରାପ କରି ଦେଉଛନ୍ତି ।” ସେମାନେ ଜାଣି ନାହାନ୍ତି ସେମାନଙ୍କର ସର୍ଦ୍ଦାର ମାନସ ବୋଲି ।
{{gap}}ସ୍ଥିତି ବଦଳେ, ଗତି ବଦଳେ; ପରିସ୍ଥିତିର ବୁଢ଼ିଆଣି ବସାରେ ଛନ୍ଦିହୋଇ ମଣିଷକୁ ମୋଡ଼ିମାଡ଼ିକି କେତେବେଳେ ଚୁପ୍ କରି ବସାଇ ଦିଏ କେହି ଜାଣିପାରେ ନାହିଁ । ଠିକ୍ ସେହିପରି ଆଜି ଜେଲ୍ର ଅନ୍ଧାରୁଆ ଚାରିକାନ୍ଥ ଭିତରେ ବସିଛି ମାନସ ମନରେ କେତେ ଆଶା ନେଇ... ତା’ର ସାଙ୍ଗମାନେ ଦଳ ବଳ ନେଇ ଆସିବେ ଆଉ ପୋଲିସ୍, ଜଜ୍, ଜନତାଙ୍କ ସାମ୍ନାରେ ସମସ୍ତଙ୍କୁ ଚିତ୍କାରି କହିବେ, “ଆମ ମାନସ ନିର୍ଦ୍ଦୋଷ, ସେ ଏହିପରି କାମ କରିନି । ସେ ଏପରି କାମ କରିପାରିବ ନାହିଁ । ତାକୁ କେହି ଜାଣିଶୁଣି ଫସାଇ ଦେଇଛି । ଜେଲର ପାଚେରୀ ତାଡ଼ି ନେଇଯିବେ ତାକୁ ଏଇ କାଳ କୋଠରୀରୁ ।”<noinclude></noinclude>
m7p6pu9o2krbuq3qjzwpigi65sfxowj