ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.45.0-wmf.7
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ପୃଷ୍ଠା:Biswash.pdf/୬
250
12094
59007
58800
2025-06-30T17:12:43Z
Ssgapu22
248
/* ପ୍ରମାଣିତ କରିବେ */
59007
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude><center>{{Xx-larger|'''ମୁଖବନ୍ଧ'''}}</center>
{{gap}}ଦୈନନ୍ଦିନ ଜୀବନରେ ସଙ୍ଗଠିତ ହେଉଥିବା ଘଟଣା ପ୍ରବାହମାନଙ୍କୁ ନେଇ ଯଦି ସୁନ୍ଦର ମାଳାଟିଏ ଗୁନ୍ଥାଯାଏ, ସେ ମାଳାର ସ୍ୱରୂପ ବୋଧହୁଏ ଏହି ଗଳ୍ପ ସଙ୍କଳନ ‘ବିଶ୍ୱାସ’ ପରି ହେବ । ଗଳ୍ପଗୁଡ଼ିକୁ ପଢ଼ିବା ମାତ୍ରେ ହିଁ ପାତ୍ର ଗୁଡ଼ିକ ଅତି ଆପଣାର ମାନେହୁଅନ୍ତି । ଲାଗନ୍ତି ସତେ ଯେମିତି ସେହି ଚରିତ୍ର ଗୁଡ଼ିକୁ ଆମେ ଜୀଇଁଛେ କେବେ ନା କେବେ ! ଘଟଣା ପ୍ରବାହର ଦୃଶ୍ୟପଟ ନିଜ ଜୀବନ୍ତ ଅଂଶ ବିଶେଷ ମନେହୁଅନ୍ତି ।
{{gap}}‘ଅଜିମାନର ଅବଶୋଷ’, ‘ଅହିଂସାର ଅନ୍ୟନାମ’, ‘ଆଜିର ତପୋଇ’ ଆଦି କାହାଣୀ ଆମ ଆଖ ପାଖରେ ସଙ୍ଗଠିତ ହେଉଥିବା ଘଟଣା ସବୁର ପ୍ରତିଫଳନ । ପାତ୍ରଗୁଡ଼ିକ ମଧ୍ୟ ନିଜ ପରିବାରର, ଅତି ଆପଣାର । ‘ସ୍ୱାଇଁ ସାର’ ଯେଉଁଠି ସ୍କୁଲ ଜୀବନକୁ ଫେରେଇ ନେବ, ‘ସମୟର ସ୍ରୋତ’ କୋଭିଡ଼ର ଏକ କରୁଣ ଓ ନିଚ୍ଛକ ଛବି ଦେଖେଇବାର ସକ୍ଷମ ହେବ । ପୁଣି ‘ସୋଫିଆ ରାମ’ ଅନେକ ଘାତ ପ୍ରତିଘାତ ସତ୍ତ୍ୱେ ତା’ରି ଭିତରେ ପ୍ରେମର ମଧୁର ଧାରଟିଏ କୁଳୁକୁଳୁ ହୋଇ ବୋହିଯିବ ।
{{gap}}‘ଶୂନ୍ୟସ୍ଥାନ ପୂରଣ’ ଆଜିକା ସମୟରେ ପରିବର୍ତ୍ତନଶୀଳ ପାରିବାରିକ ଦୃଶ୍ୟପଟର ବିକଳାଙ୍ଗ ଛବି ଆଙ୍କିଦେବ ପାଠକର ସୂକ୍ଷ୍ମ ମାନସପଟରେ । ‘କୃଷ୍ଣମଗ୍ନା’ ଏ ସଂକଳନର ଏକମାତ୍ର ବ୍ୟତିକ୍ରମ ଯେଉଁଠି ଶ୍ରୀ ରାଧା କୃଷ୍ଣଙ୍କର ଶାଶ୍ୱତ ପ୍ରେମର ବର୍ଣ୍ଣନା ହୋଇଛି ଏକ ଭିନ୍ନ ଶୈଳୀରେ, ଯାହା ପାଠକର ହୃଦୟକୁ ଛୁଇଁଯିବ ଅଚିରେ ।
{{gap}}‘ଗଣେଶପୂଜା ଚାନ୍ଦା’, ‘ଠିକଣା’, ‘ଦୁଷ୍ଟ ବାଳକ’, ‘ଫଗୁରଙ୍ଗ’, ‘ଫ୍ରେଣ୍ଡସିପ’, ‘ମୁଁ ଆଉ ମୋ ପ୍ରେମ’ ଆଦି କାହାଣୀ ପାଠକୀୟ ଆଦୃତା ଲାଭ କରିବାରେ ସକ୍ଷମ ହେବ ବୋଲି ଆଶା ।
{{gap}}ଶୀର୍ଷକ କାହାଣୀ ‘ବିଶ୍ୱାସ’ ମନୁଷ୍ୟ ଓ ଗୃହପାଳିତ ପଶୁଙ୍କ ଭିତରେ ଅଦୃଶ୍ୟରେ ଗଢ଼ି ଉଠୁଥିବା ସମ୍ପର୍କର ସଫଳ ଚିତ୍ରଣ ।
{{gap}}ଯଦିଓ ଲେଖକଙ୍କର ଏହା ପ୍ରଥମ ପାଦ ଚିହ୍ନ; ଯାହାର ଛାପ ଲିଖିତ କାହାଣୀ ମାନଙ୍କରେ ଅନେକ ସ୍ଥାନରେ ସୁସ୍ପଷ୍ଟ; ତଥାପି ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ବୋଲି ଦୃଢ଼ ଆଶା ଓ ବିଶ୍ୱାସ ।<noinclude></noinclude>
nsbbda8ja6u1gf2tvoo9rih74fz3u4h
ପୃଷ୍ଠା:Biswash.pdf/୧୧
250
12123
59005
58806
2025-06-30T17:12:17Z
Ssgapu22
248
/* ପ୍ରମାଣିତ କରିବେ */
59005
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude>{{gap}}ସେଦିନ ରାଜୁ ତା’ର ବାପାମାଆଙ୍କୁ ଦୋଷ ଦେଇ କହୁଥାଏ, “ତୁମେମାନେ ହିଁ ମୋ ଜୀବନକୁ ନଷ୍ଟ କରିଦେଲ; ଭବିଷ୍ୟତ ବରର୍ବାଦ କରିଦେଲ । ନା ଦେଇପାରିଲ ଉଚ୍ଚଶିକ୍ଷା ନା ଭଲ ଘର । ଏଇଥିପାଇଁ କେହି ସାଙ୍ଗ ଆମ ଘରକୁ ଆସନ୍ତି ନାହିଁ । ତୁମମାନଙ୍କ ପାଖରେ ଆଉ ଏମିତି ରହିପାରିବି ନାହିଁ । ଚାଲିଲି ସୁରତ ସୂତା ମିଲ୍ରେ କାମ କରିବି ଆଉ ଆମର ଏ ଅବସ୍ଥା ସୁଧାରିବି ।”
{{gap}}ସମସ୍ତେ ଚାହାଁନ୍ତି ଖୁସିରେ ରହିବାକୁ । ଭଲ ଘର ବଡ଼ ଚାକିରି ଆଉ ତା’ ଭିତରେ ସବୁ କିଛି । ରାଜୁର ବି ଇଚ୍ଛା ଥିଲା ତା’ ବାପାଙ୍କଠାରୁ ବଡ଼ ଚାକିରି କରିବ, ବେଶି ନାଁ କରିବ । ଏସବୁ ଖାଲି ରାଜୁର ସ୍ୱପ୍ନ ନୁହେଁ ରାଜୁ ବାପାମାଆଙ୍କର ବି ଏମିତି ସ୍ୱପ୍ନ ଥିଲା । ହେଲେ ସମୟର ବିଡ଼ମ୍ୱନା ତାକୁ ନେଇ ସୁରତର ଗୋଟେ ସୂତା କଳ ସହ ଯୋଡ଼ୁଛି । ସବୁ ସେହି ବିଧାତାର ଖେଳ ! କେଉଁ ବାପା ମାଆ କ’ଣ ଜାଣି ଶୁଣି ନିଜ ପିଲାର ଭବିଷ୍ୟତକୁ ବିଗାଡ଼ି ପାରିବେ !!
{{gap}}୧୯୯୪ ମସିହା ଅପ୍ରେଲ ୨୬ରେ ଯେତେବେଳେ ରାଜୁର ଜନ୍ମ ହୋଇଥିଲା, ସେତେବେଳେ ଘରକୁ ଖୁସିର ଜୁଆର ଆସିଥିଲା । ରବି ଫସଲ ଭଲ ହେବା ସାଙ୍ଗକୁ ରାଜୁ ବାପାଙ୍କୁ ପ୍ରାଇମେରୀ ସ୍କୁଲରେ ଚାକିରିଟା ବି ମିଳିଗଲା । ରାଜୁ ସମସ୍ତଙ୍କ ପାଇଁ ଲକ୍ଷଣମାନ ସାବ୍ୟସ୍ତ ହୋଇଥିଲା । ରାଜୁକୁ ପାଇ ତା’ର ବାପାମାଆ ଯେତିକି ଖୁସି ନଥିଲେ ତା’ଠୁ ଅଧିକ ଖୁସି ଥିଲେ ତା’ର ପରିବାର । ଏହାରି ଭିତରେ ଖୁସିର ଜୁଆରଟା ଅଧିକ ସମୟ ରହିପାରିଲା ନାହିଁ । ଆସିଲା ୧୯୯୯ର ମହାବାତ୍ୟା ଆଉ ଭାଙ୍ଗି ଦେଇଗଲା ରାଜୁର ଘର, ଭସାଇ ନେଲା ଖୁସି । ଭଗବାନଙ୍କ କୃପାରୁ ଆଶ୍ରୟସ୍ଥଳୀର ଚୁଡ଼ା ଗୁଡ଼ ଖାଇ କଳା ଜରି ଭିତରେ ଜୀବନଟା ରହିଯାଇଥିଲା ସେଦିନ । ବନ୍ୟାରେ ଭାଙ୍ଗିଥିବା ଘରକୁ ପାଥେୟ କରି କକା, ବଡ଼ବାପା, ବୁଢ଼ାବାପା ସମସ୍ତେ ଦେଖେଇଥିଲେ ନିଜ ଅସଲ ରୂପ । ଆଉ ରାଜୁ ବାପାଙ୍କ ପାଖରେ ରହିଯାଇଥିଲା କେତେ ଖଣ୍ଡ ବାଉଁଶ, କଳା ଜରି । ହେଲେ ତା’ ବାପା କେବେ ମୁହଁ ଖୋଲି ନଥିଲେ ।<noinclude></noinclude>
o7nio966w4sd5pccq7c5y42w594p0cg
ପୃଷ୍ଠା:Biswash.pdf/୨୦
250
12132
59006
58844
2025-06-30T17:12:24Z
Ssgapu22
248
/* ପ୍ରମାଣିତ କରିବେ */
59006
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude>{{gap}}କର୍ମମୟ ଜୀବନର ବ୍ୟସ୍ତତା ଏତେ ବଢ଼ିଯାଇଛି ଯେ ନିଜ ପାଇଁ ସମୟ ବାହାର କରିବା କେତେ ମୁସ୍କିଲ୍ ତାହା ଭଗବାନଙ୍କୁ ହିଁ ଜଣା । ଅଫିସରୁ ଘର, ଘରୁ ଅଫିସ ତା’ ଭିତରେ ବନ୍ଧୁ ବାନ୍ଧବ, ସ୍ତ୍ରୀ ଆଉ ସାଙ୍ଗ ସାଥୀ ସମସ୍ତଙ୍କ ପାଇଁ ସମୟ ଦେଉ ଦେଉ ନିଜ ପାଇଁ ସମୟ ନଥାଏ । ତା’ ପରେ ଏମିତିରେ ବି କାମର ବାସ୍ତବତା ନାହିଁ । କାହାକୁ ଟିକିଏ ଊଣା କଲେ ସେ ମୁହଁ ଫୁଲେଇଲା । ଏହି ସନ୍ତୁଳା ଜୀବନର କାହାଣୀ କହିଲେ ଗୋଟେ ଯୁଗ ଯିବ ସିନା ସରିବନାହିଁ ।
{{gap}}ସବୁ ଯାହା ହେଲା ହେଲା, ଶୀତ ଦିନେ ସକାଳୁ ଉଠିବା କେତେ କଷ୍ଟ ! ତା’ ଉପରେ ଗାଧେଇବା ଆଉ ଅଫିସ୍ କଥା ଭାବିଲା ବେଳକୁ... ଛାଡ଼ । ଝିଅମାନେ ଶଶୁର ଘରକୁ ଯିବା ଆଉ ପୁଅମାନେ ଅଫିସ୍ ଯିବା ପ୍ରାୟତଃ ଏକା ପ୍ରକାରର । ଏତକ ଗୋଟିଏ ଅଳସ ଭଙ୍ଗା ସ୍ୱରରେ କହି କମ୍ପ୍ୟୁଟର ପାଖରୁ ଉଠିପଡ଼ି ହାଇ ମାରିଲେ ପ୍ରକାଶ ସାର୍ ।
{{gap}}ଆରେ ଆରେ ଉଠୁଛ କୁଆଡ଼େ ! ମୁଁ ପରା କଫି ମଗାଇଛି । ଆମ କ୍ୟାଣ୍ଟିନର ଯେଉଁ ନୂଆ ସେଫ୍ଟା ଆସିଛି ନା, ତା’ ହାତର କଫି କୋଉ ଫାଇଭ୍ ଷ୍ଟାର ହୋଟେଲ୍ ଠାରୁ କମ୍ ନୁହେଁ । ସୁପର, ଫାଣ୍ଟାଷ୍ଟିକ୍ ।
{{gap}}ନୂଆ ନୂଆ ସେଫ୍ ମାନେ? ଭରତ କ’ଣ ରିଜାଇନ୍ ଦେଇ ଦେଇଛି? କ’ଣ ହେଲା ଭରତର?? ଏଇ ଗୋଟାଏ ମାସ ବି ହୋଇନି ଦରମା ବଢ଼ାଇଥିଲି । ପୁଣି ତା’ର କ’ଣ ହେଲା? ଛାଡ଼ ! ଆଜି କାଲି ଦୁନିଆରେ କାହାରି କେବେ ଭଲ କରିବନି । ମୁଁ ତା’ ଘରର ଅବସ୍ଥା ଦେଖି ବସ୍ଙ୍କ ପାଖରେ ବହୁତ୍ ବିନତି ପରେ ଯାଇ ତା’ର ଦରମା ବଢ଼ାଇଥିଲା କିନ୍ତୁ... । ୟା ଭିତରେ ଭରତର ରିଜାଇନ୍ ଆଉ ନୂଆ ସେଫ୍ର ଜଏନିଂ ହୋଇଗଲା ଅଥଚ ମୁଁ ଜାଣି ପାରିଲିନି ଆଶିଷ ଭାଇ?
{{gap}}ଦୁଇ ଦିନ ହେଲା ଆପଣ ଛୁଟିରେ ଥିଲେ । ଆଜି ସକାଳଠାରୁ କାମରୁ ଫୁର୍ସତ୍ କାଇଁ ଯେ ଆପଣଙ୍କୁ ଜଣାଇବି ସାର୍ !? ଟେବୁଲ୍ ଉପରେ ଥୁଆ ହୋଇଥିବା ଭରତର ରିସାଇନ୍ ଲେଟରକୁ ହାତରେ ଉଠାଇ ପଢ଼ିବାକୁ ଲାଗିଲେ ରାକେଶ ।<noinclude></noinclude>
r5qcy7cv8emln815357l5i6ak5ya3fv
ପୃଷ୍ଠା:Biswash.pdf/୨୭
250
12139
59004
58852
2025-06-30T17:11:52Z
Ssgapu22
248
/* ପ୍ରମାଣିତ କରିବେ */
59004
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude>ଖୁସି । ମଥୁରାର ମହାପ୍ରତାପୀ ମହାରାଜ କଂସର ଆଜ୍ଞା ନେଇ ଆସିଛି ସାଥିରେ ନେଇଯିବାକୁ କୃଷ୍ଣ ବଳରାମଙ୍କୁ ।
{{gap}}ଏକଥା ଶୁଣି ବଉଳା ଗାଈ ବି ତା’ ପିଲାକୁ କ୍ଷୀର ଦେବା ବନ୍ଦ କରିଦେଇଛି । କଦମ୍ୱ ଗଛ ବିରହରେ ପତ୍ରଝଡ଼ା ଦେଇ ଦେଲାଣି । ଆଉ ଯମୁନା ବି ନିଃସ୍ତେଜରେ ବୋହିଚାଲିଛି । ଗୋପାଳ ଗୋପାଳୁଣିମାନେ ସର ଲବଣୀ ବନାଇବା ବି ଛାଡ଼ି ସାରିଲେଣି । ଯେତେବେଳେ ସେମାନଙ୍କର କୃଷ୍ଣ ତାଙ୍କୁ ଛାଡ଼ି ଚାଲି ଯାଉଛନ୍ତି, ଏସବୁର ପ୍ରୟୋଜନ କାହାପାଇଁ !? କିଏ ସେ କଦମ୍ୱ ଡାଳରେ ଝୁଲିବ, ବଉଳା ପାଖରେ ଗେଲ ହେବ ଆଉ ସର ଲବଣୀ ଚୋରେଇ ଖାଇବ?
{{gap}}ହେଲେ କୃଷ୍ଣ ପ୍ରିୟା ରାଧିକା ! ସମ୍ଭାଳି ପାରିନାହିଁ ନିଜକୁ । ନୀରବର ବିରହରେ ବସିରହିଛି ପ୍ରୀତିର ଯମୁନା କୂଳେ ନୟନୁ ଅଶ୍ରୁ ଢାଳି । ତୁହାକୁ ତୁହା ବୁଲି ଚାହୁଁଥାଏ କଦମ୍ୱ ଆଡ଼େ । ବାରମ୍ୱାର ଡାକି ପଚାରୁଥାଏ କୋଇଲିକୁ, ଆଲୋ କୋଇଲି ମୋ କଳାକାହ୍ନୁ କ’ଣ ଗୋପ ଛାଡ଼ି ସତରେ ଚାଲିଯିବେ? ଆଉ ଫେରିବେନି? ଏହାର ଉତ୍ତର ଶୂନ୍ୟ ଆକାଶରେ ମିଳାଇ ଯାଏ ସିନା ପାଖରେ ପହଞ୍ଚେ ନାହିଁ । କାହିଁକି ନା କୋଇଲି ପାଖରେ ଏହାର ଉତ୍ତର ନାହିଁ । ପୁନଶ୍ଚ ନୀରବରେ ବସିରହିଛି ରାଧିକା, ହଜିଯାଇଛି ଭାବନା ରାଇଜରେ । ଠିକ୍ ଏହି ସମୟରେ ଚୁପି ଚୁପି କଳା କାହ୍ନୁ ଆସି ରାଧାଙ୍କ ପଛପାଖରୁ ହାତରେ ଚକ୍ଷୁ ଦୁଇଟିକୁ ଲୁଚାଇ ଦେଇଛି । ଚମକି ପଡ଼ି ଅଭିମାନ ଭରା କଣ୍ଠରେ କୁହନ୍ତି, “କୃଷ୍ଣ ପାଇଁ ରାଧାର ନିନ୍ଦା ! ଆଉ କେଉଁ ନିନ୍ଦା ପାଇଁ ପ୍ରଭୁ ଏତେ ନାଟ !? ଶରୀରରୁ ଆତ୍ମା ବାହାରିଲା ପରେ ଶରୀରର କି ପ୍ରୟୋଜନ?” ଆଖିରୁ ବୋହୁଥିବା ଲୋତକ ଧାର ପୋଛିଦେଇ ପୁନଃ କହିଲେ, “ନଟ ନାଗର ତୁମେ, ନାଟ ଲଗାଇବା ତୁମ ଅଭ୍ୟାସ ।”
{{gap}}ସ୍ମିତହାସ୍ୟ ଦେଇ କୃଷ୍ଣ କହିଲେ, “ପ୍ରେମ ପାଇଁ ପ୍ରେମିକାର ନିନ୍ଦା ଏ ତ ସୃଷ୍ଟିର ନିୟମ । ସେଥିରେ ଯେଉଁ ମିଠା ଦରଦ ଥାଏ, ଅନୁଭବ ତ ନିଶ୍ଚୟ ଥିବ । ତୁମେ ପୃଷ୍ଠ ହେଲେ ମୁଁ ସୃଷ୍ଟି, ତୁମେ ଭାଷା ହେଲେ ମୁଁ ଅନୁଭବ, ଏଥିରେ ଭାବିବାର କ’ଣ ଅଛି?”
{{gap}}ରାଧାଙ୍କ ତିଲକରେ ସ୍ନେହ ଭରା ଚୁମ୍ୱନ ଦେଇ ରଥ ଉପରେ ବସିପଡ଼ିଲେ କୃଷ୍ଣ । ରଥ ଗଡ଼ିବାରେ ଲାଗିଲା । ପଶ୍ଚିମ ଆକାଶେ ସୂର୍ଯ୍ୟ ଢଳିବାରେ ଲାଗିଥାଏ, ବିରହୀନି ରାଧିକା ଯମୁନା କୂଳରେ ବସିଥାଏ ।
<center><big>'''* * *'''</big></center><noinclude></noinclude>
dv3d3ac4myst2d72cx8va9wx1gqkj4s
ପୃଷ୍ଠା:Biswash.pdf/୩୬
250
12149
59003
58896
2025-06-30T17:11:47Z
Ssgapu22
248
/* ପ୍ରମାଣିତ କରିବେ */
59003
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude>{{gap}}ବିଦ୍ୟାଳୟ ଗୋଟେ ଏମିତି ଏକ ମନ୍ଦିର ଯେଉଁଠି ସବୁ ଧର୍ମ, ସବୁ ଜାତି ଓ ବର୍ଣ୍ଣର ପିଲା ନିର୍ଦ୍ୱନ୍ଦରେ ଆସିଥାନ୍ତି । ଆଉ ଏହି ମନ୍ଦିରରୁ ଜ୍ଞାନ ଆହରଣ କରି କିଏ ଦେଶ ଗଢ଼ିବାରେ ଲାଗିଛି ତ ଆଉ କିଏ ସନ୍ତ୍ରାସବାଦୀ ହୋଇ ହିଂସାର କଳାବାଦଲ ହୋଇ ଗ୍ରାସିବାରେ ଲାଗିଛି ସମଗ୍ର ମାନବ ଜାତିକୁ । ସିଧା କଥାରେ କହିବାକୁ ଗଲେ ମଣିଷ ଭଲ କିମ୍ୱା ଖରାପ ହେବାକୁ ହେଲେ ମଧ୍ୟ ବିଦ୍ୟାଳୟ ଆସିବାକୁ ପଡ଼େ ।
{{gap}}ସେଦିନ ଥାଏ ୨୦୦୯ ମସିହା ଅପ୍ରେଲର ଅନ୍ତିମ ଅପରାହ୍ନ । ଧୀରେ ଧୀରେ ବୈଶାଖର ତାତି ବଢ଼ୁଥାଏ ଆଉ ତା’ସହ କୃଷ୍ଣଚୂଡ଼ାର ନାଲି ନାଲି ରଙ୍ଗ ସତେ ଯେମିତି ଖତେଇ ହେଉଥାଏ । ଦେହରେ ତାତିକୁ ମନରେ ତାତି, ଜୀବନରେ ଚାଲିଛି କ’ଣ? କିଛି ବୁଝା ପଡ଼ୁନଥାଏ । ନା ଓଠରେ ହସ ନା ଘରକୁ ଯିବାର ଖୁସି । ଉପସ୍ଥିତ ଥିବା ସବୁ ପିଲାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉଥାଏ । ଭାବି ପାରୁନଥାନ୍ତି କ’ଣ ସବୁ କରିବେ ।
{{gap}}ହଠାତ୍ ହରିହର ସାର୍ ହାତରେ ଖଣ୍ଡେ ବାଡ଼ି ଧରି ରୁମ୍ ଭିତରକୁ ପଶିଆସିଲେ ଆଉ କହିଲେ ସମସ୍ତେ ନିଜେ ନିଜର ଜିନିଷ ପତ୍ର ବ୍ୟାଗ୍ରେ ରଖିଦିଅ ଗାଡ଼ି ଆସିବା ସମୟ ହୋଇଗଲାଣି । ଠିକ୍ରେ ରଖିବ, କେହି କାହାରି ଜିନିଷ ଯେମିତି ନ ନିଅ । ମୁନା ତୋତେ ସ୍ପେସିଆଲି । ସବୁବେଳେ ମଳୟ ତୋ’ ନାଆଁରେ ଅଭିଯୋଗ ଆଣୁଛି । ଆଉ ତୋ’ ସାଙ୍ଗ ଲିପୁ, ଅମର ଗଲେ କୁଆଡ଼େ?
{{gap}}ପ୍ରେମାଂଶୁ ବ୍ୟାଗରେ ଲୁଗା ରଖୁ ରଖୁ କହିଲା, “ସାର୍ ଅମର ଆଉ ଲିପୁ ଆରପାଖ ରୁମ୍ରେ ବସି କାନ୍ଦୁଛନ୍ତି ।” ମୁନା ହସିବାକୁ ଆରମ୍ଭ କରିଥିଲା କିନ୍ତୁ ସମସ୍ତଙ୍କ ନୀରବତା ଦେଖି ସେବି ଚୁପ ରହିଗଲା । କାହିଁକି ନା ଅମର ଆଉ ଲିପୁ କାନ୍ଦିବାର କାରଣ ସେ ନିଜେ; ପରୀକ୍ଷା ସାରି ରୁମ୍କୁ ଆସିବା ବାଟରେ ଧାଡ଼ି ଭାଙ୍ଗି ଅଙ୍ଗୁର ଆଣିବାକୁ ସେ ହିଁ ପଠାଇଥିଲା । ତା’ର ପରିଣତି ଯଦୁନ ସାରଙ୍କଠାରୁ ମାଡ଼ । ସାର୍ କିନ୍ତୁ ନୀରବରେ ରହିଗଲେ କିଛି କହିଲେ ନାହିଁ ।
{{gap}}ଅମର, ଲିପୁ ଆଉ ମୁନା ତିନି ଜଣକର ବନ୍ଧୁତା ଅଭଣା ସ୍କୁଲରେ ସମସ୍ତଙ୍କୁ<noinclude></noinclude>
foyjds5flaor8k267o1m0ydhc6cjj2s
ପୃଷ୍ଠା:Biswash.pdf/୩୭
250
12150
59002
58897
2025-06-30T17:11:44Z
Ssgapu22
248
/* ପ୍ରମାଣିତ କରିବେ */
59002
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude>ଜଣା । ସବୁବେଳେ ସିନା ଝଗଡ଼ା କରନ୍ତି କିନ୍ତୁ କେହି କାହାରିକୁ ଛାଡ଼ି ଗୋଟାଏ ମୁହୂର୍ତ୍ତ ବି ରହିପାରନ୍ତି ନାହିଁ ।
{{gap}}ସବୁଦିନ ସ୍କୁଲ୍ରେ ଠିକ୍ ସମୟରେ ପହଞ୍ଚି ଯା’ନ୍ତି ସିନା କ୍ଲାସରେ କିନ୍ତୁ ହୋମ୍ୱାର୍କ କେବେବି କରିନଥାନ୍ତି । ଯଦି କେବେ କେହି ମାଡ଼ ଡରରେ ହୋମ୍ୱାର୍କ କରିଛି ନା ସେଦିନ ତା’ର ଅବସ୍ଥା ଖରାପ କରି ଦିଅନ୍ତି ଅନ୍ୟ ଦୁଇ ଜଣ । ଲିପୁ ବାପାଙ୍କ ପାଖରେ ବାହାନା କରି ପଇସା ଆଣେ, ଅମର ଛୁଟି ନେବାର ଯୋଜନା କରେ ଆଉ ମୁନା ସାର୍ଙ୍କ ପାଖରେ ମାଡ଼ ଖାଇବା ପାଇଁ ଛିଡ଼ା ହୋଇଯାଏ । ସବୁଠାରୁ ବଡ଼କଥା ହେଲା, ପ୍ରୋଗ୍ରେସ୍ ରିପୋଟ୍ ନିଜେ ନିଜେ ବାପାଙ୍କ ନାମ ଲେଖି ସାରଙ୍କୁ ଦେବାର କଳା ସ୍କୁଲରେ ଏହିମାନେ ଆରମ୍ଭ କରିଥିଲେ ।
{{gap}}ଜଣା ପଡ଼ିଲାନି କେତେବେଳେ ଏତେ ଗୁଡ଼ାଏ ସମୟ କେମିତି ଏତେ ସହଜରେ ସରିଗଲା । କ୍ଲାସରୁ କ୍ଲାସ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ୁ ଚଢ଼ୁ ଶେଷରେ ଦଶମ ଶ୍ରେଣୀର ଶେଷ ପରୀକ୍ଷା ବି ସରିଗଲା କିଛିବି ଜଣାପଡ଼ିଲା ନାହିଁ । ମନରେ ଅବଶୋଷ ଗୋଟିଏ, କେବେବି ସମସ୍ତେ ସାଙ୍ଗ ହୋଇ ସ୍କୁଲ୍ ଯାଇ ପାରିବା ନାହିଁ । ସମସ୍ତଙ୍କ ଆଖି ଛଳଛଳ ହୋଇଥିଲା । କ’ଣ ହେଲା କେଜାଣି ଅମର ଆଉ ଲିପୁକୁ ଧରି ମୁନା କାନ୍ଦିବାରେ ଲାଗିଲା । କାହିଁକି ନା ସେ ବୁଝି ପାରିଥିଲା ଏଇ ପରୀକ୍ଷାର କ୍ୟାମ୍ପ୍ ଛାଡ଼ିବା ପରେ କେବେ ବି ଆଉ ମିଶିପାରିବା ନାହିଁ ।
{{gap}}ସଞ୍ଜ ନଇଁବାରେ ଲାଗୁଥାଏ, କ୍ୟାମ୍ପ୍ ପାଖ ଚୁଲିର ନିଆଁ ସତେଜ୍ ଥାଏ । ଗାଡ଼ି ଆସି ଲାଗିଲା । କ୍ୟାମ୍ପ ଛାଡ଼ିବାକୁ ଇଚ୍ଛା ନଥିଲେ ବି ସେଦିନ ପରୀକ୍ଷାର କ୍ୟାମ୍ପ୍ ଛାଡ଼ିଥିଲେ ମୁନା, ଅମର, ଲିପୁ ଆଉ ଅନ୍ୟମାନେ । ଆଉ ଏତିକିରେ ସରିଥିଲା ସ୍କୁଲ୍ ଜୀବନ ।
<center><big>'''* * *'''</big></center><noinclude></noinclude>
equf5kt7eiejhu58lur84v483ywpd9w