ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.46.0-wmf.24
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
ପ୍ରେମୋଦୟ ଚମ୍ପୂ
0
11242
59467
57750
2026-04-23T09:08:43Z
Monaj kumar muduli
3017
59467
wikitext
text/x-wiki
{{header
| title = ପ୍ରେମୋଦୟ ଚମ୍ପୂ
| author = କବିସୂର୍ଯ୍ୟ ବଳଦେବ ରଥ
| translator =
| section = ମୁଖ୍ୟପୃଷ୍ଠ
| previous =
| next =
| year =
| notes =
}}
<center>
<big>'''ସୂଚୀପତ୍ର'''</big>
* [["କ" - କଳାବତୀ ରେ]]
* [["ଖ" - ଖଞ୍ଜନ ଗଞ୍ଜନାକ୍ଷୀ ଆହା ରେ]]
* [["ଗ" - ଗୁମାନ କରିବା ବୃଥାରେ ସଙ୍ଗିନୀ]]
* [["ଘ" - ]]
* [["ଙ" - ]]
* [["ଚ" - ]]
* [["ଛ" - ]]
* [["ଜ" - ]]
* [["ଝ" - ]]
* [["ଞ" - ଆସ ଆସ ସଖି ଯିବା ବାସକୁ ଗୋ]]
* [["ଟ" - ]]
* [["ଠ" - ]]
* [["ଡ" - ]]
* [["ଢ" - ]]
* [["ଣ" - ]]
* [["ତ" - ତମାଳ ନୀଳ ତନୁ]]
* [["ଥ" - ଥିଲେ ଅପରାଧ ମୋର]]
* [["ଦ" - ]]
* [["ଧ" - ]]
* [["ନ" - ]]
* [["ପ" - ]]
* [["ଫ" - ]]
* [["ବ" - ]]
* [["ଭ" - ]]
* [["ମ" - ]]
* [["ଯ" - ଯଥାର୍ଥ କରି ଶ୍ୟାମ କହୁଛି ହେ]]
* [["ର" - ]]
* [["ଳ" - ]]
* [["ବ" - ]]
* [["ଶ" - ]]
* [["ଷ" - ]]
* [["ସ" - ସଖି ନ ବସ ଗୋ ତୁ ଗୁମାନେ]]
* [["ହ" - ହରି ପାଶରେ ସଜନୀ ଥାଉ ଗୋ ଆଜ ରଜନୀ]]
* [["କ୍ଷ" - ]]
<center>
[[ଶ୍ରେଣୀ:କବିସୂର୍ଯ୍ୟ ରଚନାବଳୀ]]
[[ଶ୍ରେଣୀ:ଚମ୍ପୂ]]
59nxfps1pdlix046flilbof3d358lim
ପୃଷ୍ଠା:Boudhabatara Kabya.pdf/୧୪୦
250
12530
59454
2026-04-22T14:10:39Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "( ୧୯୪ ) କୁମ୍ଭ ଯୌବନ ଅୟନକ । ଦାରୁଣୀ ଉପସ୍ୟା ବ୍ରତରେ ସବୁ କଥା ଏଦେହରେ ? ଜର୍ଜନେ ପ୍ରସ୍ତର ଅସନେ, ନଅ ଯନ୍ତ୍ରଣା ଜୀବନେ । ପୃଥୀ ନହୁଅ କମ୍ପୁୟେଗୀ, ବୋମଳ ଶେଯ ଉପଯୋଗୀ ଶରୀର, କଣ୍ଟକ ବନରେ, ସହବ କ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59454
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>( ୧୯୪ )
କୁମ୍ଭ ଯୌବନ ଅୟନକ ।
ଦାରୁଣୀ ଉପସ୍ୟା ବ୍ରତରେ
ସବୁ କଥା ଏଦେହରେ ?
ଜର୍ଜନେ ପ୍ରସ୍ତର ଅସନେ,
ନଅ ଯନ୍ତ୍ରଣା ଜୀବନେ ।
ପୃଥୀ ନହୁଅ କମ୍ପୁୟେଗୀ,
ବୋମଳ ଶେଯ ଉପଯୋଗୀ
ଶରୀର, କଣ୍ଟକ ବନରେ,
ସହବ କମ୍ପୁ କରୁପରେ ?
ଲୋଡ଼ୁଚ୍ଛ ଶାଶୁ ? ମୋରପୁରେ,
ସହଜେ ରଞ୍ଜିବ କ୍ଷୁରୁରେ ।
ଏକାମ ଗ୍ରେଗର ସମୟ,
ନୂଆ ନକ୍କର ଅକ୍ଷର ।
ବୋଇଲେ ନଗନ ସନ୍ନ୍ୟାସୀ, -
ନବେ ମୁଁ କାମ ଅଇଲାଷୀ ;
କୁଶଳେ ରହନ୍ତୁ ଅପଣ,
ପାଳରୁ ସୁଖେ ୟୁକାଗଣ,
ସ୍କୁଲ ମୋ କତ୍ତ ଯେ ସମସ୍ତ,
ନ ବ କାହାର ଏମନ୍ତ ।
କାମ ଭୋଗର ଉପଯୋଗୀ,
ପଦାର୍ଥ ସବଂ ଅଛୁ ଭେଟି ।
ମୋର ଦର୍ବ ସ୍ଥୁଳନାରେ
ନବ କାହାର, ସଂରେ ;
-
Digitized by PPRACHIN, SOA<noinclude></noinclude>
76on6bx6sr1t1mlz9nvb0l2rpy0w3uf
"ଟ" - ଟିକାକ ଦୋଷକୁ ରାମା
0
12531
59455
2026-04-23T08:33:53Z
Monaj kumar muduli
3017
" ଟିକାକ ଦୋଷକୁ ରାମା କେଡ଼େ ରୁଷା ରୁଷିଲାରେ । ଘୋଷା । ଟୋପରେ ପକାଇ ଗୋପେ ନିଗ୍ରହ ଶଲ୍ୟ ବିଶେଷେ ମୋ ସୁଖମୃଗକୁ ତ ସେ ଧରାଭୂଷା ଭୁଷିଲାରେ । ୧ । ଟାକର ମାରି ମୋ ଆଶା ମୁଣ୍ଡେ ଖଞ୍ଜରୀଟ ଦୃଶା ପର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59455
wikitext
text/x-wiki
ଟିକାକ ଦୋଷକୁ ରାମା କେଡ଼େ ରୁଷା ରୁଷିଲାରେ । ଘୋଷା ।
ଟୋପରେ ପକାଇ ଗୋପେ ନିଗ୍ରହ ଶଲ୍ୟ ବିଶେଷେ
ମୋ ସୁଖମୃଗକୁ ତ ସେ ଧରାଭୂଷା ଭୁଷିଲାରେ । ୧ ।
ଟାକର ମାରି ମୋ ଆଶା ମୁଣ୍ଡେ ଖଞ୍ଜରୀଟ ଦୃଶା
ପରିପନ୍ଥୀ ଲୋକହସା କରିବାକୁ ବସିଲାରେ । ୨ ।
ଟିକିଏ ହେଲେ ବିବେକ ନ କରି ସେବକ ବେକ
କରତ ବୋଲି ଦର୍ପକ ଦାରୁଣକୁ ପେଷିଲାରେ । ୩ ।
ଟମକ ଯେ ବାଜେ ବ୍ରଜବଜାରେ ଦୟାଳୁରାଜ
ବୋଲି ମୋ ଦଣ୍ଡରୁ ଆଜ ଦାଣ୍ଡକୁ କି ଦିଶିଲାରେ । ୪ ।
ଟୋକୀଏ ଥିଲେ ଗହଣେ ଟାକି ଉରୋଜ ଅଗ୍ରଣେ
ଟିପିଦେଲି ନଖ ସେହି କଥାକୁ କି ଘୋଷିଲାରେ । ୫ ।
ଟେକାନ୍ତା ବିବେକବତୀ ମଣ୍ଡଳେ ବଳକ୍ଷଛତି
ବୋଲେ କବିରବି ସବୁ କ୍ରୋଧନଦେ ଭାସିଲାରେ । ୬ ।
3093rv59c3aux07oyqzif2ktaasn9q0
59456
59455
2026-04-23T08:35:22Z
Monaj kumar muduli
3017
59456
wikitext
text/x-wiki
(ରାଗ ଦେଶାକ୍ଷ, ତାଳ ଯତି)
ଟିକାକ ଦୋଷକୁ ରାମା କେଡ଼େ ରୁଷା ରୁଷିଲାରେ । ଘୋଷା ।
ଟୋପରେ ପକାଇ ଗୋପେ ନିଗ୍ରହ ଶଲ୍ୟ ବିଶେଷେ
ମୋ ସୁଖମୃଗକୁ ତ ସେ ଧରାଭୂଷା ଭୁଷିଲାରେ । ୧ ।
ଟାକର ମାରି ମୋ ଆଶା ମୁଣ୍ଡେ ଖଞ୍ଜରୀଟ ଦୃଶା
ପରିପନ୍ଥୀ ଲୋକହସା କରିବାକୁ ବସିଲାରେ । ୨ ।
ଟିକିଏ ହେଲେ ବିବେକ ନ କରି ସେବକ ବେକ
କରତ ବୋଲି ଦର୍ପକ ଦାରୁଣକୁ ପେଷିଲାରେ । ୩ ।
ଟମକ ଯେ ବାଜେ ବ୍ରଜବଜାରେ ଦୟାଳୁରାଜ
ବୋଲି ମୋ ଦଣ୍ଡରୁ ଆଜ ଦାଣ୍ଡକୁ କି ଦିଶିଲାରେ । ୪ ।
ଟୋକୀଏ ଥିଲେ ଗହଣେ ଟାକି ଉରୋଜ ଅଗ୍ରଣେ
ଟିପିଦେଲି ନଖ ସେହି କଥାକୁ କି ଘୋଷିଲାରେ । ୫ ।
ଟେକାନ୍ତା ବିବେକବତୀ ମଣ୍ଡଳେ ବଳକ୍ଷଛତି
ବୋଲେ କବିରବି ସବୁ କ୍ରୋଧନଦେ ଭାସିଲାରେ । ୬ ।
7wx9g9y2098fbhesl4bx5oqnrjcu7us
"ଡ" - ଡାକିଲା କୋକିଳା ଲୀଳା-ସୂନ-ଉପବନରେ
0
12532
59457
2026-04-23T08:37:17Z
Monaj kumar muduli
3017
"(ରାଗ କାନଡ଼ଗୌଡ଼ା, ତାଳ ତ୍ରିପଟା) ଡାକିଲା କୋକିଳା ଲୀଳା ସୂନ ଉପବନରେ ଡମରୁ ରୁଚିର ମଧ୍ୟା ଖେଳିଲା ମୋ ମନରେ । ଘୋଷା । ଡାଳଲୋଳ କିଶଳୟ କରେ କରି ଅଭିନୟ ନାଚିଲା ବଲ୍ଲରୀଚୟ ଚନ୍ଦନ ପବନରେ । ୧..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59457
wikitext
text/x-wiki
(ରାଗ କାନଡ଼ଗୌଡ଼ା, ତାଳ ତ୍ରିପଟା)
ଡାକିଲା କୋକିଳା ଲୀଳା ସୂନ ଉପବନରେ
ଡମରୁ ରୁଚିର ମଧ୍ୟା ଖେଳିଲା ମୋ ମନରେ । ଘୋଷା ।
ଡାଳଲୋଳ କିଶଳୟ କରେ କରି ଅଭିନୟ
ନାଚିଲା ବଲ୍ଲରୀଚୟ ଚନ୍ଦନ ପବନରେ । ୧ ।
ଡଗରା ବୁଲୁଛି ସ୍ମର ବିଷାଇ ବିଷମ ଶର
ଧରିଛି ପରାଗଗର ଘୁଁ ବାକ ଜୀବନରେ । ୨ ।
ଡାଳିମ୍ବ ବୀଜ ରଦନା ଏ ଦିନେ ହୋଇ ବିମନା
କଲା ତ ଉତ୍ସବ ମନା ଲତିକା ଭବନରେ । ୩ ।
ଡମ୍ଭଚକିତ କୁରଙ୍ଗ ନୟନାର ନିକି ଭୃଙ୍ଗ
ଉନ୍ମାଦ ରବ ତରଙ୍ଗ ପଡ଼ୁନାହିଁ କାନରେ । ୪ ।
ଡରୁ ନାହିଁ କି ସେ ଭୀରୁ ସ୍ମରକର କରତରୁ
କବିରବି ରାୟଗୁରୁ ରଚିଲେ କବନରେ । ୫ ।
sug29ag02t54x5yaisgspjdpnn6ftc4
"ତ" - ତମାଳତଳେ ନ ଚାଲେରେ ଅଭିନ୍ନା
0
12533
59458
2026-04-23T08:38:45Z
Monaj kumar muduli
3017
"(ରାଗ କଳହଂସ କେଦାର) ତମାଳ ତଳେ ନ ଚାଲେ ରେ ମୋ ଅଭିନ୍ନା କେତେ ଦୂର ଯାଏ କାହିଁ । ଘୋଷା । ତିଳକୁ ତାଳକ ତୁଲ୍ୟ କଲେ ଲୋକ ତଥ୍ୟ ମଣୁଥାଏ ତାହିଁ । ୧ । ତରକିବା କଥା ତ୍ରିକାଳ ସର୍ବଥା ତତ୍ତ୍ୱ ତୁ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59458
wikitext
text/x-wiki
(ରାଗ କଳହଂସ କେଦାର)
ତମାଳ ତଳେ ନ ଚାଲେ ରେ ମୋ ଅଭିନ୍ନା
କେତେ ଦୂର ଯାଏ କାହିଁ । ଘୋଷା ।
ତିଳକୁ ତାଳକ ତୁଲ୍ୟ କଲେ ଲୋକ
ତଥ୍ୟ ମଣୁଥାଏ ତାହିଁ । ୧ ।
ତରକିବା କଥା ତ୍ରିକାଳ ସର୍ବଥା
ତତ୍ତ୍ୱ ତୁ ଘେନିବୁ ନାହିଁ । ୨ ।
ତୁ ତ ସୁବିବେକୀ ତୁଳ ମୁଁ କେବେ କି
ତହିଁ ଥିବି ଅବଗାହୀ । ୩ ।
ତପନେ ଶୀତମାଅଙ୍କ ଦିଅନ୍ତି ମା
ତୁଚ୍ଛା ଲୋକ ନାମେ ବାହି । ୪ ।
ତୁଟାଏ କି ଜାତି ତୁଣ୍ଡର ପୀରତି
ତାମସା ଟାପରା ଟାହି । ୫ ।
ତତ୍ତ୍ୱ ଜାଣେ କବିତରଣି ତା ଭାବି
ତଲାସ ଯେ ଯାକୁ ନାହିଁ । ୬ ।
8vbpji6t3n7rnimpjacrrg8dps2ec04
"ଥ" - ଥରେ ଏକାନ୍ତରେ ସିନା କହିଥିଲି ସହୀକି
0
12534
59459
2026-04-23T08:39:50Z
Monaj kumar muduli
3017
"(ରାଗ ଧନାଶ୍ରୀ) ଥରେ ଏକାନ୍ତରେ ସିନା କହିଥିଲି ସହୀକି ସ୍ଥାପିତ ନ କରି ଦୁର୍ଜ୍ଜନଙ୍କ ଆଗେ କହି କି । ଘୋଷା । ଥିଲାଠାରେ ବିଶ୍ୱାସ କପଟ ପାରେ ରହିକି ଥୋଇବା ହୃଦୟେ ଖ୍ୟାତି ପୂର୍ଣ୍ଣକରେ ମହୀ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59459
wikitext
text/x-wiki
(ରାଗ ଧନାଶ୍ରୀ)
ଥରେ ଏକାନ୍ତରେ ସିନା କହିଥିଲି ସହୀକି
ସ୍ଥାପିତ ନ କରି ଦୁର୍ଜ୍ଜନଙ୍କ ଆଗେ କହି କି । ଘୋଷା ।
ଥିଲାଠାରେ ବିଶ୍ୱାସ କପଟ ପାରେ ରହିକି
ଥୋଇବା ହୃଦୟେ ଖ୍ୟାତି ପୂର୍ଣ୍ଣକରେ ମହୀକି । ୧ ।
ସ୍ଥାବର ଜଙ୍ଗମେ ଶ୍ୟାମ କାହା ହୃଦେ ନାହିଁ କି
ଥିଲା ମୋ ଲଲାଟ ପଟେ ଏ ଅଯଶ କାହିଁକି । ୨ ।
ଥାପିପଣ ଥିବାର ସଜ୍ଜନ ଗୁଣ ଏହି କି
ସ୍ଥାୟୀ କଲି ବିଷାର୍ଜନ କ୍ଷୀର ଦେଇ ଅହିକି । ୩ ।
ସ୍ଥିର ପୀରତି ବଲ୍ଲୀକି ଦମ୍ଭାନଳେ ଦହିକି
ସ୍ଥଳ ଆଳୀମାନଙ୍କର ଏ ଦ୍ୱେଷକୁ ମୁହିଁ କି । ୪ ।
ସ୍ଥିରାଚକ୍ରେ ଜଣେ ବୋଲି ଜାଣଇ ସୁମୁହୀଁକି
ଥରୁଥାଏଁଟି ମୁଁ କବିରବି ସାକ୍ଷୀ ତହିଁକି । ୫ ।
mz09w7l5vmk3cf8sdz2fcgiw7kocvvf
"ଫ" - ଫେରି ଯା ଗଲେ ଗୋ
0
12535
59460
2026-04-23T08:40:51Z
Monaj kumar muduli
3017
"(ରାଗ ରେଗୁପ୍ତ, ତାଳ ଏକତାଳି) ଫେରି ଯା ଗଲେ ଗୋ ସଖି ଫାଟିଲା ମୋ କରମ ଜାଣିଲି ଭଲେ । ଘୋଷା । ଫୁଟିଲା ଫୁଲବାସେ ପୂରନ୍ତା କ୍ଷିତି ଫତୁରୀ ଶୁଣି କିମ୍ପା କଲି ଏ ରୀତି । ୧ । ଫରୁଆ ଗର୍ଭୁଁ ଫେଇ ନି..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59460
wikitext
text/x-wiki
(ରାଗ ରେଗୁପ୍ତ, ତାଳ ଏକତାଳି)
ଫେରି ଯା ଗଲେ ଗୋ
ସଖି ଫାଟିଲା ମୋ କରମ ଜାଣିଲି ଭଲେ । ଘୋଷା ।
ଫୁଟିଲା ଫୁଲବାସେ ପୂରନ୍ତା କ୍ଷିତି
ଫତୁରୀ ଶୁଣି କିମ୍ପା କଲି ଏ ରୀତି । ୧ ।
ଫରୁଆ ଗର୍ଭୁଁ ଫେଇ ନିର୍ଦ୍ଦୋଷ ମଣି
ଫିଙ୍ଗି ଯା ଦେଲି ରୋଷେ ସଦୋଷ ମଣି । ୨ ।
ଫୁଲିଗଲି ମୁଁ ଚାଟୁ ଶୁଣି ମଦରେ
ଫୁଲ ଲଲାମ ମର୍ଦ୍ଦିଦେଲି ପାଦରେ । ୩ ।
ଫୁଲ ପଙ୍କଜ ମୃଦୁ ସୁନ୍ଦର ପାଦ
ଫାଟୁ ଯେ ଥିବ ଲଭି ସଞ୍ଚାର ଖେଦ । ୪ ।
ଫନ୍ଦା ଧବ ଯେ ଫିଙ୍ଗିଦେଲି ପାଣିକି
ଫୁରୁଣା ହେବି କାହା ଘେନି ଏଣିକି । ୫ ।
ଫେଇ ଦିଅନ୍ତୁ କଣ୍ଠୁ ଏ ମଣିହାର
ଫନ୍ଦାଇ ପାରିବ କି କବିମିହିର । ୬ ।
l9jt9f8flh0ryp7okm9eru97ex6xblz
"ଯ" - ଯଦୁମଣି ଯିବେ ପୁଣି
0
12536
59461
2026-04-23T08:41:54Z
Monaj kumar muduli
3017
"(ରାଗ ବରାଡ଼ି) ଯଦୁମଣି ଯିବେ ପୁଣି ଯାମିନୀ ନ ସରେ ଆଉ ନାହିଁ ନାଡ଼ି । ଘୋଷା । ଯନ୍ତର କି ଜାଣୁ ଯେବେ ଯେମନ୍ତେ ହୋଇଲେ ଜବେ ଯାତ୍ରା ଅନୁକୂଳ ମୂଳ ଦେ ଉପାଡ଼ି । ୧ । ଯୁଗ୍ମ ନୋହିଥିଲେ କ୍ଷଣେ ଯୁ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59461
wikitext
text/x-wiki
(ରାଗ ବରାଡ଼ି)
ଯଦୁମଣି ଯିବେ ପୁଣି ଯାମିନୀ ନ ସରେ
ଆଉ ନାହିଁ ନାଡ଼ି । ଘୋଷା ।
ଯନ୍ତର କି ଜାଣୁ ଯେବେ ଯେମନ୍ତେ ହୋଇଲେ ଜବେ
ଯାତ୍ରା ଅନୁକୂଳ ମୂଳ ଦେ ଉପାଡ଼ି । ୧ ।
ଯୁଗ୍ମ ନୋହିଥିଲେ କ୍ଷଣେ ଯୁଗୁଁ ମୁଁ ଅଧିକ ମଣେ
ଯୁବଚନ୍ଦ୍ର ତ ଆମ୍ଭର ଲାଗିଶାଢ଼ୀ । ୨ ।
ଯମରୁ ଦାରୁଣ ମାର ଯୁବନ ଶର ପ୍ରହାର
ଯାତନାକୁ କେ ଆମ୍ଭର ଦେବ ଆଡ଼ି । ୩ ।
ଯୁବତୀ ନେତ୍ର ଅଞ୍ଜନ ଯାମଳତରୁ ଭଞ୍ଜନ
ଯେବେ ଯିବେ ନୋହିବେଟି କେ ଅଗାଡ଼ି । ୪ ।
ଯତ୍ନେ କବିରବି ବୋଲେ ଯୋଗ ଥିଲା ଏ କି ଭାଲେ
ଯାବନ୍ତ ତେଜିବା ତହିଁ କର ତାଡ଼ି । ୫ ।
9vv6daqn57gb8149uuv6bqh5mynfner
"ଶ" - ଶ୍ରୀହରି ହେ ରଜନୀ ପହିଲା
0
12537
59462
2026-04-23T08:43:45Z
Monaj kumar muduli
3017
"(ରାଗ ମୁଖାରୀ, ତାଳ ତ୍ରିପଟା) ଶ୍ରୀ ହରି ହେ ରଜନୀ ପାହିଲା ଶତପତ୍ର ବନରୁ ପବନ ମନ୍ଦ ମନ୍ଦ ବହିଲା ଶମନ ଭଗିନୀର ନୀରଜାଙ୍ଘ୍ରି ନୂପୁର ପରିପୂରିତ ମନୋରଥ ରଥାଙ୍ଗ ସ୍ୱର ଶଶିକର ଶୀକର ନିକର ଅସ୍ତ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59462
wikitext
text/x-wiki
(ରାଗ ମୁଖାରୀ, ତାଳ ତ୍ରିପଟା)
ଶ୍ରୀ ହରି ହେ ରଜନୀ ପାହିଲା
ଶତପତ୍ର ବନରୁ ପବନ ମନ୍ଦ ମନ୍ଦ ବହିଲା
ଶମନ ଭଗିନୀର ନୀରଜାଙ୍ଘ୍ରି ନୂପୁର
ପରିପୂରିତ ମନୋରଥ ରଥାଙ୍ଗ ସ୍ୱର
ଶଶିକର ଶୀକର ନିକର ଅସ୍ତଧର
ବରଚୂଳକୁ ମାତ୍ର ଚାହିଁଲା । ଘୋଷା ।
ଶ୍ରମ ସିନ୍ଧୁ ମଧ୍ୟେ କେ ସାହସ ତରୀ ବାହିଲା
ଶଙ୍କା ଲେଶ ହେଲେ ଦିବ୍ୟ ଚିତ୍ତକୁ ନ ପାଇଲା । ୧ ।
ଶମ୍ଭୁ ପରିପନ୍ଥୀ ତୂଣେ କେତେ ବାଣ ବହିଲା
ଶୃଙ୍ଗାର ଶାସ୍ତ୍ରକୁ ନିଶି ସମୟ ନ ସହିଲା । ୨ ।
ଶାବକ ମୃଗାକ୍ଷୀ କେତେ ଜନ୍ମ ତପେ ଦାହିଲା
ଶମ୍ବାୟୁଧ ମଣି ଶ୍ୟାମ ତନୁ ମନ ମୋହିଲା । ୩ ।
ଶରଦିନ୍ଦୁ ସୁଧାସୂତନାଳକୁ କି ବହିଲା
ଶ୍ରବଅବତଂସ କଳହଂସ ଧ୍ୱନି ନୋହିଲା । ୪ ।
ଶମ୍ବରାରି ସଉଚିକ ଏ ଭୀତିକି ବହିଲା
ଶର ସୂଚୀରେ ଶରୀର ଯୁଗ ଗାଢ଼େ ସିଇଁଲା । ୫ ।
ଶୂର କବିକର ପଦକଞ୍ଜ ତଳେ କହିଲା
ଶେଷ ଆଜ ନିଶାକୁ ରହିଲେ ପଛେ ରହିଲା । ୬ ।
14rc465i42ziw2xz1yh11qwpdtsteja
"ସ" - ସାଢ଼ୀ କାହିଁ ଦେବଟି ହେ
0
12538
59463
2026-04-23T08:45:16Z
Monaj kumar muduli
3017
"(ରାଗ ଭୈରବ) ଶାଢ଼ୀ କାହିଁ ଦେବ ଦେବଟି ହେ ସଙ୍କୋଚେ ମୋର ପ୍ରାଣ ଯିବଟି ହେ ସୁନ୍ଦର ହେ ମଲି ଏ ବଡ଼ ଛଇଳି ଛାଉଲିରେ ଜାତି ନେବଟି ହେ । ଘୋଷା । ସାକ୍ଷାତ ଦେଖିଲେ ହେଲେ ଲୋଚନେ ସମସ୍ତଙ୍କୁ ଜଟି ହ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59463
wikitext
text/x-wiki
(ରାଗ ଭୈରବ)
ଶାଢ଼ୀ କାହିଁ ଦେବ ଦେବଟି ହେ
ସଙ୍କୋଚେ ମୋର ପ୍ରାଣ ଯିବଟି ହେ
ସୁନ୍ଦର ହେ ମଲି ଏ ବଡ଼ ଛଇଳି
ଛାଉଲିରେ ଜାତି ନେବଟି ହେ । ଘୋଷା ।
ସାକ୍ଷାତ ଦେଖିଲେ ହେଲେ ଲୋଚନେ
ସମସ୍ତଙ୍କୁ ଜଟି ହୁଏ ବଚନେ
ସାଧିଅଛ ଏ କି ସର୍ବଜ୍ଞ ଦେବୀ କି
ଏହାକୁ ପାରିବ କେ ବଟି ହେ । ୧ ।
ସହସ୍ର କୋଟି ସପତଟି ମୋର
ସତେ କାହିଁ ଛପାଇଛ ଅମ୍ବର
ସୁନା ପୁଅ ପରା ସଖୀ ଆଗେ ଧରା
ନ ପଡ଼ୁ ମୋତେ ରଖିବଟି ହେ । ୨ ।
ସୁଖସଙ୍ଗାଳି ହେ ଦୁଃଖପାଶୋରା
ସେ ବିଧିକି ନ ମଙ୍ଗିବାରୁ ପରା
ସଢ଼ାଉଛି ଲାଜ ଯନ୍ତ୍ରେ ନିଶି ଆଜ
ସବୁ ସେହିପରି ହେବଟି ହେ । ୩ ।
ସରୁକଟିରେ ପୀତଚେଳ ଭିଡ଼ି
ସୀମା ପାର କରିଅଛ ମୋ ଶାଢ଼ୀ
ସମର୍ପିତ ଜତ ସଙ୍କୋଚରେ ଲୀନ
ହେଲେ ଆପଣା ଲାଘବଟି ହେ । ୪ ।
ସଂସାରେ ନ ଥିବାର ତୁମ୍ଭ ସ୍ନେହ
ସୁରତ ସରିଲେ ସହାୟ ନୁହଁ
ସରୋଜାକ୍ଷିଜାତି କଦମ୍ବ ବ୍ରତତୀ
ମନ୍ଦିରେ ସପନ ଦେଖିବଟି ହେ । ୫ ।
ସମ୍ପାଦିଛ ସତେ କାହିଁ ଆପଣ
ସୀମନ୍ତିନୀକି ସଢ଼ାଇବା ଗୁଣ
ସ୍ମରୁଥିବ ଅନୁଦିନେ କବିଭାନୁ
ରାୟଗୁରୁ ବଳଦେବଟି ହେ । ୬ ।
dizd96ac5t3q85ex21t36eq6xkgs4gz
"କ୍ଷ" - କ୍ଷୀଣମଧ୍ୟମା ରେ, କ୍ଷଣେ ନୋହିବାଟି ଭିନ୍ନ
0
12539
59464
2026-04-23T08:46:32Z
Monaj kumar muduli
3017
"(ରାଗ ସୋମ) କ୍ଷୀଣ ମଧ୍ୟମା ରେ କ୍ଷଣେ ନୋହିବାଟି ଭିନ୍ନ କ୍ଷେମତନ୍ତୁ ପରି ହରିବା ଏ ଯଉବନ । ଘୋଷା । କ୍ଷୋମରୂପିଣୀ ଚନ୍ଦ୍ରଚାରିମଚୌର୍ଯ୍ୟ ଧୂର୍ଯ୍ୟତରାନନେ କ୍ଷୁର୍ଣ୍ଣ ବାସବ ନୀଳ ଚାମର ଚୂ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59464
wikitext
text/x-wiki
(ରାଗ ସୋମ)
କ୍ଷୀଣ ମଧ୍ୟମା ରେ କ୍ଷଣେ ନୋହିବାଟି ଭିନ୍ନ
କ୍ଷେମତନ୍ତୁ ପରି ହରିବା ଏ ଯଉବନ । ଘୋଷା ।
କ୍ଷୋମରୂପିଣୀ ଚନ୍ଦ୍ରଚାରିମଚୌର୍ଯ୍ୟ ଧୂର୍ଯ୍ୟତରାନନେ
କ୍ଷୁର୍ଣ୍ଣ ବାସବ ନୀଳ ଚାମର ଚୂର୍ଣ୍ଣକୁନ୍ତଳ ଶୋଭନେ
କ୍ଷୌଣୀଭୃଦ୍ବର ପୀବର ସ୍ତନମଣ୍ଡନେ ଯମୁନାବନେ
କ୍ଷପାକର କରେ ଖେଳୁଥିବା ଆଲିଙ୍ଗନେ । ୧ ।
କ୍ଷୌଦ୍ରସାର ସମାନଭାଷୀ ସୁକୁନ୍ଦ ସୁନ୍ଦରହାସୀରେ
କ୍ଷ୍ୱେଡ଼ଭୂଷିତକଣ୍ଠ ପାଦସରୋଜ ସେବନୁ କାଶୀରେ
କ୍ଷୀବକୁଞ୍ଜରଗାମିନୀ ମୁଁ ଲଲାମ ଖୋସିଲି ତୋ ଶିରେ
କ୍ଷାଳିତ ହୋଇ ତା ପ୍ରେମ ପୀୟୂଷ ରାଶିରେ । ୨ ।
କ୍ଷୀରନୀର ସୁଧାଂଶୁ କୈରବ ବାରି ମୀନ ବରାବରେ
କ୍ଷେପିବା ପ୍ରତି ରାତି ବାସର କାମକେଳି ଦରୋଦରେ
କ୍ଷୁଦ୍ରଘଣ୍ଟ ସମୂହ ନୂପୁର ହଂସକାଦି ନିନାଦରେ
କ୍ଷମେ ପୁଆଇବା ମାର ତାପକୁ ମୋଦରେ । ୩ ।
କ୍ଷୁବ୍ଧ ଦୁଗ୍ଧ ସମୁଦ୍ରବୀଚି ବିକୀର୍ଣ୍ଣବିନ୍ଦୁ ଶୁଚିସ୍ମିତେ
କ୍ଷମ କୋମଳ ହେମଚମ୍ପକ ଗୌରବିଗ୍ରହମଣ୍ଡିତେ
କ୍ଷୋଦ ହିଙ୍ଗୁଳଲାଲ ଦନ୍ତ ଦୁକୂଳଶୋଭିନି ପଣ୍ଡିତେ
କ୍ଷିତିସୁର କବିକଞ୍ଜବାନ୍ଧବ ବନ୍ଦିତେ । ୪ ।
ps5bxabag8bi85jb8rbrzboulqmare6
"ଗ" - ଗୁମାନ କରିବା ବୃଥାରେ ସଙ୍ଗିନୀ
0
12540
59465
2026-04-23T09:02:40Z
Monaj kumar muduli
3017
"(ରାଗ ଗୁଜ୍ଜରୀ, ତାଳ ନିଃସାରୀ) ଗୁମାନ କରିବା ବୃଥା ରେ ସଙ୍ଗିନୀ ଗୁମାନ କରିବା ବୃଥା ଗତି ତ ନ ଥିବ ଘନଶ୍ୟାମ ବିନୁ ଖଣ୍ଡିବାକୁ କାମ ବ୍ୟଥା । ଘୋଷା । ଗରବ ପରବ ଚନ୍ଦ୍ରମାକୁ ନିନ୍ଦେ ଯେଉଁ ଶି..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59465
wikitext
text/x-wiki
(ରାଗ ଗୁଜ୍ଜରୀ, ତାଳ ନିଃସାରୀ)
ଗୁମାନ କରିବା ବୃଥା ରେ ସଙ୍ଗିନୀ
ଗୁମାନ କରିବା ବୃଥା
ଗତି ତ ନ ଥିବ ଘନଶ୍ୟାମ ବିନୁ
ଖଣ୍ଡିବାକୁ କାମ ବ୍ୟଥା । ଘୋଷା ।
ଗରବ ପରବ ଚନ୍ଦ୍ରମାକୁ ନିନ୍ଦେ
ଯେଉଁ ଶିରୀମୁଖ ଦ୍ୟୁତି
ଗଲେ ଯିବ ପଛେ ଜୀବ ଆଉ ଥରେ
ଦେଖିବାକୁ ବଳେ ମତି । ୧ ।
ଗଗନ ମଣି ତନୟା ତଟଚାରୀ
ବାରିରୁହ ଚାରୁ ନେତ୍ର
ଗାଢ଼ ପରିରମ୍ଭ ବିନା ସଖି ଦମ୍ଭ
ଭଜି ପାରେ କି ମୋ ଗାତ୍ର । ୨ ।
ଗୁରୁ ହେଲାନି ପିନ୍ଧିବା ସରୁ ବାସ
ବାସରେ ନ ରହେ ମତି
ଗୋଟିଏ ବାସର କଳପ ମଣଇଁ
ଦେଖି ବାସନ୍ତୀକ ରୀତି । ୩ ।
ଗରଳ ପରି ଉପବନ ପବନ
ଲାଗୁଅଛି ମୋତେ ସଖି
ଗଲାଟି ଜୀବନ ଭଣେ ଜଗଦ୍ଦେବ
ଆଉ ନ ପାରେ ମୁଁ ରଖି । ୪ ।
r8hwxvdaonjra8krg9gityhy9i5rlaj
"ଞ" -
0
12541
59466
2026-04-23T09:03:59Z
Monaj kumar muduli
3017
"(ରାଗ ପୁନ୍ନାଗ, ତାଳ ଯତି) ଆସ ଆସ ସଖି ଯିବା ବାସକୁ ଗୋ । ଘୋଷା । ଆଉ ରହିଲେ ଏ ବନେ ଅସତୀ ବୋଲିବେ ଜନେ ଅବଶ୍ୟ କରିବେ ଉପହାସକୁ ଗୋ । ୧ । ଅଖିଳ ଲାବଣ୍ୟ ଶିରୀ ଆଉ କି ଆସିବେ ହରି ଅରୁଣ ଭଜିଲା ପରକା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59466
wikitext
text/x-wiki
(ରାଗ ପୁନ୍ନାଗ, ତାଳ ଯତି)
ଆସ ଆସ ସଖି ଯିବା ବାସକୁ ଗୋ । ଘୋଷା ।
ଆଉ ରହିଲେ ଏ ବନେ ଅସତୀ ବୋଲିବେ ଜନେ
ଅବଶ୍ୟ କରିବେ ଉପହାସକୁ ଗୋ । ୧ ।
ଅଖିଳ ଲାବଣ୍ୟ ଶିରୀ ଆଉ କି ଆସିବେ ହରି
ଅରୁଣ ଭଜିଲା ପରକାଶକୁ ଗୋ । ୨ ।
ଆମ୍ଭ ଅବସ୍ଥା ସଜନୀ ଆଗରେ ରଖି ପଦ୍ମିନୀ
ଅଧରେ ଧରିଛି ଦରହାସକୁ ଗୋ । ୩ ।
ଆନ ନାଗରୀକୁ ଧରି ଆରମ୍ଭିଲେ ନିଶ୍ଚେ ହରି
ଅନଙ୍ଗ ରଙ୍ଗରେ ଅଭିଳାଷକୁ ଗୋ । ୪ ।
ଆର୍ତ୍ତି କହେ ଜଗଦ୍ଦେବ ଆଉ କି ସତେ ଆସିବ
ଅଭିନବ କୁଞ୍ଜବନ ରାସକୁ ଗୋ । ୫ ।
idd8uhhbym3dachcei5xwf3ca7dqh4x
"ଞ" - ଆସ ଆସ ସଖି ଯିବା ବାସକୁ ଗୋ
0
12542
59468
2026-04-23T09:10:50Z
Monaj kumar muduli
3017
"(ରାଗ ପୁନ୍ନାଗ, ତାଳ ଯତି) ଆସ ଆସ ସଖି ଯିବା ବାସକୁ ଗୋ । ଘୋଷା । ଆଉ ରହିଲେ ଏ ବନେ ଅସତୀ ବୋଲିବେ ଜନେ ଅବଶ୍ୟ କରିବେ ଉପହାସକୁ ଗୋ । ୧ । ଅଖିଳ ଲାବଣ୍ୟ ଶିରୀ ଆଉ କି ଆସିବେ ହରି ଅରୁଣ ଭଜିଲା ପରକା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59468
wikitext
text/x-wiki
(ରାଗ ପୁନ୍ନାଗ, ତାଳ ଯତି)
ଆସ ଆସ ସଖି ଯିବା ବାସକୁ ଗୋ । ଘୋଷା ।
ଆଉ ରହିଲେ ଏ ବନେ ଅସତୀ ବୋଲିବେ ଜନେ
ଅବଶ୍ୟ କରିବେ ଉପହାସକୁ ଗୋ । ୧ ।
ଅଖିଳ ଲାବଣ୍ୟ ଶିରୀ ଆଉ କି ଆସିବେ ହରି
ଅରୁଣ ଭଜିଲା ପରକାଶକୁ ଗୋ । ୨ ।
ଆମ୍ଭ ଅବସ୍ଥା ସଜନୀ ଆଗରେ ରଖି ପଦ୍ମିନୀ
ଅଧରେ ଧରିଛି ଦରହାସକୁ ଗୋ । ୩ ।
ଆନ ନାଗରୀକୁ ଧରି ଆରମ୍ଭିଲେ ନିଶ୍ଚେ ହରି
ଅନଙ୍ଗ ରଙ୍ଗରେ ଅଭିଳାଷକୁ ଗୋ । ୪ ।
ଆର୍ତ୍ତି କହେ ଜଗଦ୍ଦେବ ଆଉ କି ସତେ ଆସିବ
ଅଭିନବ କୁଞ୍ଜବନ ରାସକୁ ଗୋ । ୫ ।
2havjpowg4stkm0den04vumiscfutti
"ତ" - ତମାଳ ନୀଳ ତନୁ
0
12543
59469
2026-04-23T09:28:26Z
Monaj kumar muduli
3017
"(ରାଗ ଝିଞ୍ଜୋଟି, ତାଳ ଆଦିତାଳ) ତମାଳ ନୀଳ ତନୁ ତାପ ନ ଯାଏ ମୋ ସଖୀ ମନୁଁ ହେ । ଘୋଷା । ତରଣୀଜା ତଟ ବନୁ ତୁମ୍ଭଙ୍କୁ ଶ୍ରୀହରି ଖୋଜି ଖୋଜି ହରିଣାକ୍ଷୀ ଫେରିଯିବା ଦିନୁ । ୧ । ତରଳରେ ନୟନୁ ତେଜୁ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59469
wikitext
text/x-wiki
(ରାଗ ଝିଞ୍ଜୋଟି, ତାଳ ଆଦିତାଳ)
ତମାଳ ନୀଳ ତନୁ
ତାପ ନ ଯାଏ ମୋ ସଖୀ ମନୁଁ ହେ । ଘୋଷା ।
ତରଣୀଜା ତଟ ବନୁ ତୁମ୍ଭଙ୍କୁ ଶ୍ରୀହରି
ଖୋଜି ଖୋଜି ହରିଣାକ୍ଷୀ ଫେରିଯିବା ଦିନୁ । ୧ ।
ତରଳରେ ନୟନୁ ତେଜୁଅଛି ନିରନ୍ତରେ
ନୀରଧାର ବରଷିଲା ପରି ଘନୁ । ୨ ।
ତୀକ୍ଷଣ ବାଣ ଅତନୁ ତାମରସ ମୁଖୀ
ମରମକୁ ଯୋଖି ବିନ୍ଧେ ଫୁଲଧନୁ । ୩ ।
ତାପ ଦିଏ ହିମଭାନୁ ତନୁରେ ଫୋଟକା
ହେଉଅଛି ଏକା ଘନସାର ବିଲେପନୁ । ୪ ।
ତୁମ୍ଭ ଅବଲୋକନୁ ଭାଷେ ଜଗଦ୍ଦେବ ତାର
ପ୍ରାଣ ଯିବ ଶ୍ରୀଅଙ୍ଗଟି ହେଲା ତନୂ । ୫ ।
pexpf5r92nsfc6yb7sbdvw9wcx2fjfb
"ଥ" - ଥିଲେ ଅପରାଧ ମୋର
0
12544
59470
2026-04-23T09:30:13Z
Monaj kumar muduli
3017
"(ରାଗ ତୋଡ଼ି, ତାଳ ଆଠତାଳି) ଥିଲେ ଅପରାଧ ମୋର ଥରେ କ୍ଷମା ନ କରିବ କି ସେ ରାମାବର । ଘୋଷା । ଥଳ କମଳ ବିଜୟୀ ଚରଣେ ମୁଁ ତାର ଲାକ୍ଷା ଲେଖୁଥିବି ନିତି କଲେ ଅଙ୍ଗୀକାର । ୧ । ଥିବି ଖଟି ପାଶେ ତାର ମ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59470
wikitext
text/x-wiki
(ରାଗ ତୋଡ଼ି, ତାଳ ଆଠତାଳି)
ଥିଲେ ଅପରାଧ ମୋର
ଥରେ କ୍ଷମା ନ କରିବ କି ସେ ରାମାବର । ଘୋଷା ।
ଥଳ କମଳ ବିଜୟୀ ଚରଣେ ମୁଁ ତାର
ଲାକ୍ଷା ଲେଖୁଥିବି ନିତି କଲେ ଅଙ୍ଗୀକାର । ୧ ।
ଥିବି ଖଟି ପାଶେ ତାର ମରଜିକି ଜାଣି
କଲେ ଅନୁକମ୍ପା ମୋରେ ସୁରସିକା ମଣି । ୨ ।
ଥାଉ ବା ନ ଥାଉ ମୋହ ଠାରେ ତା କରୁଣା
ମୋ ମନରେ ଭାବିଛି ତ ମୁଁ ତାହାର କିଣା । ୩ ।
ଥିର ଗମନାକୁ ମୋର ହୃଦୟରେ ହାର
କରିବାକୁ ସହଚରୀ ଉପାୟ ବିଚାର । ୪ ।
ଥାଏ ଯା ମୋ ଠାରେ ସଖି ଚିତ୍ତେ ଦୟା ତୋର
କହିବାକୁ ଅଛି କିସ ଜଗଦ୍ଦେବଙ୍କର । ୫ ।
ixy1afgd84iwqeu2o9jrlq0w6acxcnx
"ଯ" - ଯଥାର୍ଥ କରି ଶ୍ୟାମ କହୁଛି ହେ
0
12545
59471
2026-04-23T09:31:24Z
Monaj kumar muduli
3017
"(ରାଗ ଝିଞ୍ଜୋଟି, ତାଳ ଏକତାଳି) ଯଥାର୍ଥ କରି ଶ୍ୟାମ କହୁଛି ହେ ଜେମାର ଅଙ୍ଗୀକାର ନୋହୁଛି ହେ । ଘୋଷା । ଯାମକୁ ଯାମ ତାମରସ ନେତ୍ରାକୁ କାମ ବିନ୍ଧି ମରମେ ଶର ମୋହୁଛି ହେ ତେମନ୍ତେ ହେଲେ ଯାହା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59471
wikitext
text/x-wiki
(ରାଗ ଝିଞ୍ଜୋଟି, ତାଳ ଏକତାଳି)
ଯଥାର୍ଥ କରି ଶ୍ୟାମ କହୁଛି ହେ
ଜେମାର ଅଙ୍ଗୀକାର ନୋହୁଛି ହେ । ଘୋଷା ।
ଯାମକୁ ଯାମ ତାମରସ ନେତ୍ରାକୁ କାମ
ବିନ୍ଧି ମରମେ ଶର ମୋହୁଛି ହେ
ତେମନ୍ତେ ହେଲେ ଯାହା କରିଅଛି ସୁଦେହା
ଚିତ୍ତେ ନିବିଡ଼େ ଶଙ୍କା ରହିଛି ହେ । ୧ ।
ଯତ୍ନ କଲେ ନ ରହି ନିରତେ ପ୍ରିୟସହି
ନୟନୁ ଅଶ୍ରୁଧାରା ବହୁଛି ହେ
ଯାବକ ଚିତ୍ର ଚାରୁ ଚରଣ ପଙ୍କଜରୁ
ପଡ଼ିବା ପ୍ରବାହରେ ଧୋଉଛି ହେ । ୨ ।
ଯାବତ ସୁବିନୟ କହିଲେ ମୁଁ ସଦୟ
ନ କରି ତୁନି ହୋଇ ରହିଛି ହେ
ନବ ନଳିନୀ ଦଳେ ପହୁଡ଼ିଛି ବିକଳେ
ନିଃଶ୍ୱାସ ମାତ୍ର ତାର ବହୁଛି ହେ । ୩ ।
ଯାମିନୀଶ ବସନ୍ତ ମଧୁପ ପରଭୃତ
ରୁତ ଜାତ ସନ୍ତାପ ସହୁଛି ହେ
ନବପଲ୍ଲବ କରେ ଅବିରତେ ଶୋକରେ
ଚାରୁ ଖଣ୍ଡମଣ୍ଡଳ ବହୁଛି ହେ । ୪ ।
ଯାତନା ଦେଇ କୁମ୍ଭଜିତସ୍ତନାକୁ ତୁମ୍ଭ
ବିରହ ହୁତବହ ଦହୁଛି ହେ
ଜଗଦ୍ଦେବ ଭାଷଇ ତାର ସହାୟ ହୋଇ
ମଳୟ ଗନ୍ଧବହ ବହୁଛି ହେ । ୫ ।
eju51n5ufx1qz2hncllvp53lfgoe67q
"ସ" - ସଖି ନ ବସ ଗୋ ତୁ ଗୁମାନେ
0
12546
59472
2026-04-23T09:32:22Z
Monaj kumar muduli
3017
"(ରାଗ ମଙ୍ଗଳ ଗୁଜ୍ଜରୀ, ତାଳ ଆଦିତାଳ) ସଖି ନ ବସ ଗୋ ତୁ ଗୁମାନେ । ଘୋଷା । ଶୁଣି ଶ୍ୟାମ ତୋର ବାଣୀ ପ୍ରାଣ କଣ୍ଠତଟେ ଆଣି ରଖିଲା ପରିରେ ଦିଶେ ଅନୁମାନେ । ୧ । ଶରଦ ଚନ୍ଦ୍ରମା ମୁଖୀ କର ତୁ ଶ୍ୟାମକ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59472
wikitext
text/x-wiki
(ରାଗ ମଙ୍ଗଳ ଗୁଜ୍ଜରୀ, ତାଳ ଆଦିତାଳ)
ସଖି ନ ବସ ଗୋ ତୁ ଗୁମାନେ । ଘୋଷା ।
ଶୁଣି ଶ୍ୟାମ ତୋର ବାଣୀ ପ୍ରାଣ କଣ୍ଠତଟେ ଆଣି
ରଖିଲା ପରିରେ ଦିଶେ ଅନୁମାନେ । ୧ ।
ଶରଦ ଚନ୍ଦ୍ରମା ମୁଖୀ କର ତୁ ଶ୍ୟାମକୁ ସୁଖୀ
ଅଧର ମଧୁର ସୁଧା ରସପାନେ । ୨ ।
ଶପତ କଲାଣି ବେଣୁ ଛୁଇଁ ତ ନୀରଦ ତନୁ
ମନେ ହେଲେ ନ ରସିବି ବୋଲି ଆନେ । ୩ ।
ସହି ରେ ତୁ ଦୟାବତୀ ବୋଲାଇ ନିଷ୍ଠୁର ଅତି
ହେବାର ଆଜ ଗୋ ଘେନ ତୋତେ ଯେ ନ ମାନେ । ୪ ।
ସହରଷେ ରାଜଇନ୍ଦୁ ଭଣଇ ସେ ପ୍ରାଣବନ୍ଧୁ
କର କରୁଣାକୁ ଦିବ୍ୟ ଅବଧାନେ । ୫ ।
ind2qk7dx4dm71c7lyxxgf31pgr4w2h
"ହ" - ହରି ପାଶରେ ସଜନୀ ଥାଉ ଗୋ ଆଜ ରଜନୀ
0
12547
59473
2026-04-23T09:33:18Z
Monaj kumar muduli
3017
"(ରାଗ ରାମକେରୀ, ତାଳ ଏକତାଳି) ହରି ପାଶରେ ସଜନୀ ଥାଉ ଗୋ ଆଜ ରଜନୀ । ଘୋଷା । ହେଲାନି ସଖୀର ହାସ ବଦନ ଚନ୍ଦ୍ର ପ୍ରକାଶ ତେଜିଲାଣି ଶ୍ୟାମ ରୋଷ ଏଠାରୁ ଗୋ ଯିବା ଆସ । ୧ । ହଟିଛି ମଦନ ରାଜି ବିନ୍ଧି..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59473
wikitext
text/x-wiki
(ରାଗ ରାମକେରୀ, ତାଳ ଏକତାଳି)
ହରି ପାଶରେ ସଜନୀ ଥାଉ ଗୋ ଆଜ ରଜନୀ । ଘୋଷା ।
ହେଲାନି ସଖୀର ହାସ ବଦନ ଚନ୍ଦ୍ର ପ୍ରକାଶ
ତେଜିଲାଣି ଶ୍ୟାମ ରୋଷ ଏଠାରୁ ଗୋ ଯିବା ଆସ । ୧ ।
ହଟିଛି ମଦନ ରାଜି ବିନ୍ଧି ଶାୟକ ସମାଜ
ନାଶିବାକୁ ସଖୀ ଲାଜ କଲା କି ଗୋ ଧନୁ ସଜ । ୨ ।
ହିମ ବିନା କମ୍ପେ ତନୁ ସ୍ୱେଦ ସଖୀ ଅପଘନୁ
ବହଇ ସନ୍ତାପ କିନୁ ନ ସ୍ଫୁରେ ବାଣୀ ମଦନୁ । ୩ ।
ହେବାରୁ ସ୍ମର ଆୟତ୍ତ ହେଲେହେଁ ପ୍ରିୟ ସଙ୍ଗାତ
ଆମ୍ଭଙ୍କୁ ତେଜିବା ଚିତ୍ତ କଲାନି ଗୋ ପ୍ରାଣମିତ । ୪ ।
ହରଷରେ ରାମ ସୋମ ଧରି ନିଜ ହୃଦେ ପ୍ରେମ
ଭାବିଲାନି ଘନଶ୍ୟାମ ପଦ ଅଷ୍ଟଦୁର୍ଗ ଧାମ । ୫ ।
0evr860j0tskbk18swbkj6s46k143w5